ଜୋର୍ଡାନ ରାଜକୁମାରୀ ଇମାନ କଲେ ବିବାହ…

ଓମାନ,୧୪।୩ : ଜୋର୍ଡାନର ରାଜକୁମାରୀ ଇମାନ ଜାମେଲ ଆଲେକ୍ସଜାଣ୍ଡାର୍‌ ଥର୍ମୋଟିସ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଓମାନର ରାଜପ୍ରାସାଦରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କେବଳ ମନୋନୀତ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଜକୁମାରୀ ଇମାନ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏଭଳି ପରିସ୍ଥିତିରେ ସମସ୍ତେ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି।

ଜୋର୍ଡାନର ରାଣୀ ଶେୟାର କରିଥିବା ଚିତ୍ରରେ ଏହା ଦେଖିବାକୁ ମିଳିଛି ଯେ ସେ ନିଜ ଝିଅର ବେଲ୍ଟକୁ ଭଲଭାବେ ବାନ୍ଧୁଛନ୍ତି। ଏହି ବେଲ୍ଟ ସୁବର୍ଣ୍ଣ ରଙ୍ଗରେ ଦୃଶ୍ୟମାନ ହେଉଛି। ଏହା ସୁନାରେ ନିର୍ମିତ ହୋଇଥିବାର ଅନୁମାନ କରାଯାଉଛି। ଚିତ୍ରରେ ଏହା ଦେଖିବାକୁ ମିଳୁଛି ଯେ ରାଣୀ ନିଜେ ଅତି ସାଧାସିଧା ପୋଷାକ ପିନ୍ଧିଛନ୍ତି। ବିବାହ ପୋଷାକରେ ରାଜକୁମାରୀ ଇମାନ ବହୁତ ସୁନ୍ଦର ଦେଖାଯାଉଛନ୍ତି

ଫଟୋ ପୋଷ୍ଟ କରି ସେ କ୍ୟାପଶନରେ ଲେଖିଛନ୍ତି ଯେ ଇମାନଙ୍କର ମେହେନ୍ଦି ପାର୍ଟି ପୂର୍ବରୁ ଫିନିଶିଙ୍ଗ୍‌ ଟଚ୍‌ । ରାଜକୁମାରୀ ଇମାନ ଏବଂ ତାଙ୍କ ପ୍ରେମିକା ଜାମେଲ ଆଲେକ୍ସଜାଣ୍ଡାର୍‌ ଥର୍ମୋଟିସ ମାର୍ଚ୍ଚ ୧୨ ରେ ବିବାହ କରତଛନ୍ତି।
ରାଜକୁମାରୀ ଇମାନଙ୍କ ସ୍ବାମୀ ଥର୍ମୋଟିସ ନ୍ୟୁୟର୍କର ଜଣେ ଫାଇନାନ୍ସର। ସେ ଭେନେଜୁଏଲାର କାରାକାସରେ ଜନ୍ମଗ୍ରହଣ କରିଥିଲେ। ୨୮ ବର୍ଷର ଥର୍ମୋଟିସ ବ୍ୟବସାୟ ପ୍ରଶାସନରେ ସ୍ନାତକ ଏବଂ ଏକ ଗ୍ରୀକ ପରିବାରରୁ ଆସିଛନ୍ତି। ସେ ବର୍ତ୍ତମାନ ବିଗ ଆପଲରେ ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠିରେ ପରିଚାଳନା ସହଭାଗୀ ଭାବରେ କାର୍ଯ୍ୟ କରୁଛନ୍ତି।

ରାଜକୁମାରୀ ଇମାନଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଇମାନ ବିନ୍ତ ଅବଦୁଲ୍ଲା। ସେ ୨୭ ସେପ୍ଟେମ୍ବର ୧୯୯୬ ରେ ଜୋର୍ଡାନର ରାଜଧାନୀ ଓମାନରେ ଜନ୍ମଗ୍ରହଣ କରିଥିଲେ। ଇମାନର ତିନି ଭାଇଭଉଣୀ ଅଛନ୍ତି। ଭାଇ କ୍ରାଉନ ପ୍ରିନ୍ସ ହୁସେନ, ପ୍ରିନ୍ସ ହାସିମ ଏବଂ ଭଉଣୀ ରାଜକୁମାରୀ ସଲମା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri