ଜୋର୍ଡାନ ରାଜକୁମାରୀ ଇମାନ କଲେ ବିବାହ…

ଓମାନ,୧୪।୩ : ଜୋର୍ଡାନର ରାଜକୁମାରୀ ଇମାନ ଜାମେଲ ଆଲେକ୍ସଜାଣ୍ଡାର୍‌ ଥର୍ମୋଟିସ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଓମାନର ରାଜପ୍ରାସାଦରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କେବଳ ମନୋନୀତ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଜକୁମାରୀ ଇମାନ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏଭଳି ପରିସ୍ଥିତିରେ ସମସ୍ତେ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି।

ଜୋର୍ଡାନର ରାଣୀ ଶେୟାର କରିଥିବା ଚିତ୍ରରେ ଏହା ଦେଖିବାକୁ ମିଳିଛି ଯେ ସେ ନିଜ ଝିଅର ବେଲ୍ଟକୁ ଭଲଭାବେ ବାନ୍ଧୁଛନ୍ତି। ଏହି ବେଲ୍ଟ ସୁବର୍ଣ୍ଣ ରଙ୍ଗରେ ଦୃଶ୍ୟମାନ ହେଉଛି। ଏହା ସୁନାରେ ନିର୍ମିତ ହୋଇଥିବାର ଅନୁମାନ କରାଯାଉଛି। ଚିତ୍ରରେ ଏହା ଦେଖିବାକୁ ମିଳୁଛି ଯେ ରାଣୀ ନିଜେ ଅତି ସାଧାସିଧା ପୋଷାକ ପିନ୍ଧିଛନ୍ତି। ବିବାହ ପୋଷାକରେ ରାଜକୁମାରୀ ଇମାନ ବହୁତ ସୁନ୍ଦର ଦେଖାଯାଉଛନ୍ତି

ଫଟୋ ପୋଷ୍ଟ କରି ସେ କ୍ୟାପଶନରେ ଲେଖିଛନ୍ତି ଯେ ଇମାନଙ୍କର ମେହେନ୍ଦି ପାର୍ଟି ପୂର୍ବରୁ ଫିନିଶିଙ୍ଗ୍‌ ଟଚ୍‌ । ରାଜକୁମାରୀ ଇମାନ ଏବଂ ତାଙ୍କ ପ୍ରେମିକା ଜାମେଲ ଆଲେକ୍ସଜାଣ୍ଡାର୍‌ ଥର୍ମୋଟିସ ମାର୍ଚ୍ଚ ୧୨ ରେ ବିବାହ କରତଛନ୍ତି।
ରାଜକୁମାରୀ ଇମାନଙ୍କ ସ୍ବାମୀ ଥର୍ମୋଟିସ ନ୍ୟୁୟର୍କର ଜଣେ ଫାଇନାନ୍ସର। ସେ ଭେନେଜୁଏଲାର କାରାକାସରେ ଜନ୍ମଗ୍ରହଣ କରିଥିଲେ। ୨୮ ବର୍ଷର ଥର୍ମୋଟିସ ବ୍ୟବସାୟ ପ୍ରଶାସନରେ ସ୍ନାତକ ଏବଂ ଏକ ଗ୍ରୀକ ପରିବାରରୁ ଆସିଛନ୍ତି। ସେ ବର୍ତ୍ତମାନ ବିଗ ଆପଲରେ ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠିରେ ପରିଚାଳନା ସହଭାଗୀ ଭାବରେ କାର୍ଯ୍ୟ କରୁଛନ୍ତି।

ରାଜକୁମାରୀ ଇମାନଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଇମାନ ବିନ୍ତ ଅବଦୁଲ୍ଲା। ସେ ୨୭ ସେପ୍ଟେମ୍ବର ୧୯୯୬ ରେ ଜୋର୍ଡାନର ରାଜଧାନୀ ଓମାନରେ ଜନ୍ମଗ୍ରହଣ କରିଥିଲେ। ଇମାନର ତିନି ଭାଇଭଉଣୀ ଅଛନ୍ତି। ଭାଇ କ୍ରାଉନ ପ୍ରିନ୍ସ ହୁସେନ, ପ୍ରିନ୍ସ ହାସିମ ଏବଂ ଭଉଣୀ ରାଜକୁମାରୀ ସଲମା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri