ମାନହାନି କେସ୍‌ ଜିତିଲେ ଅଭିନେତା ଜନି ଡେପ୍‌, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ

ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି। ଜନି ସ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଜିତିଛନ୍ତି। ୭ ଜଣିଆ ସଦସ୍ୟବିଶିଷ୍ଟ ଭର୍ଜିନିଆ ଖଣ୍ଡପୀଠ ଅମ୍ବର ହେର୍ଡଙ୍କୁ ୧୫ ମିଲିୟନ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୬ ସପ୍ତାହ ଧରି ଜନି ଡେପ ଏବଂ ଅମ୍ବରଙ୍କ ମଧ୍ୟରେ ମାନହାନି ମାମଲାକୁ ନେଇ ଏକ ଦୀର୍ଘ ପ୍ରକ୍ରିୟା ଚାଲିଥିଲା। ଗତ ଶୁକ୍ରବାର ମାମଲାର ଅନ୍ତିମ ବିତର୍କ ପରେ ଆମେରିକାର ଫେୟାରଟାକ୍ସ କାଉଣ୍ଟି ସର୍କିଟ କୋର୍ଟରେ ୭ ଜଣିଆ ଭର୍ଜିନିଆ ଖଣ୍ଡପୀଠ ତିନି ଦିନ ଧରି ପ୍ରାୟ ୧୩ ଘଣ୍ଟା ବିଚାର କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି। ମାନହାନି ମାମଲା ଜିତିବା ପରେ ଏବେ ଡେପଙ୍କୁ କ୍ଷତିପୂରଣ ବାବଦରେ ୧୫ ମିଲିୟନ ଡଲାର୍‌ ଦେବେ ଅମ୍ବର।
ଜନି ଡେପ ୨୦୧୯ ଡିସେମ୍ବରରେ ୱାଶିଂଟନ ପୋଷ୍ଟରେ ଲେଖାଯାଇଥିବା ଏକ ଆର୍ଟିକିଲ ଉପରେ ଅମ୍ବରଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଆର୍ଟିକିଲ ଯୋଗେ ଜନି ଡେପଙ୍କ ବିରୋଧରେ ଘରୋଇ ହିଂସା ଏବଂ ମାରପିଟ ଅଭିଯୋଗ ଆଣିଥିଲେ ଅମ୍ବର। ଏହି କାରଣରୁ ଜନିଙ୍କ ଭାବମୂର୍ତ୍ତି ଖରାପ ହୋଇଥିଲା। ଜନି ସ୍ତ୍ରୀଙ୍କ ବିରୋଧରେ ୫୦ ମିଲିୟନ ଡଲାର୍‌ ଦାବି କରି ଏକ ମାନହାନି ମାମଲା ରୁଜୁ କରିଥିଲେ। ଏଥିସହିତ ଅମ୍ବର ମଧ୍ୟ ଏହା ବିରୋଧରେ ମାନହାନି ମାମଲା ରୁଜୁ କରି ୧୦୦ ମିଲିୟନ ଡଲାର ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri