ଏଫ୍‌-୧୬ ଜେଟ୍‌ର ରକ୍ଷଣା ବେକ୍ଷଣରେ ପାକିସ୍ତାନକୁ ସାହାଯ୍ୟ କରିବ ଆମେରିକା

ୱାଶିଂଟନ,୮ ।୯: ଏଫ୍‌-୧୬ ଯୁଦ୍ଧ ବିମାନର ରକ୍ଷଣା ବେକ୍ଷଣ ପାଇଁ ଆମେରିକା ପାକିସ୍ତାନକୁ ୪୫୦ ମିଲିୟନ ଆମେରିକୀୟ ଡଲାର(୩୬୦୦ କୋଟି ଟଙ୍କା) ସହାୟତା ଅନୁମୋଦନ କରିଛି । ଆମେରିକାର ବୈଦେଶିକ ବିଭାଗ ଏହି ସୂଚନା ଦେଇଛି । ବୈଦଶିକ ବିଭାଗ କହିଛି ଏହି ଆର୍ଥିକ ସହାୟତା ପ୍ରତିରକ୍ଷା କ୍ଷେତ୍ରରେ ଏବେକାର ଆବଶ୍ୟକତା ପୂରଣ କରିବା ପାଇଁ ପାକିସ୍ତାନର ଦକ୍ଷତା ବଜାୟ ରଖିବ । ସୂଚନାଯୋଗ୍ୟ, ୨୦୧୮ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ସମସ୍ତ ପ୍ରତିରକ୍ଷା ଓ ସୁରକ୍ଷା ସହାୟତା ବନ୍ଦ କରିବାକୁ ଘୋଷଣା କରିଥିବା ପରେ ପାକିସ୍ତାନ ପାଇଁ ଏହା ହେଉଛି ପ୍ରଥମ ପ୍ରମୁଖ ସୁରକ୍ଷା ସହାୟତା ।

Share