ମାଓବାଦୀଙ୍କ ବିରୋଧରେ ପୁଣି ଗର୍ଜିଲେ ଯୋଡାମ୍ବ ପଞ୍ଚାୟତବାସୀ

ଚିତ୍ରକୋଣ୍ଡା,୭।୬: ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୁଣି ଗର୍ଜିଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ପଞ୍ଚାୟତବାସୀ। ସ୍ବାଭିମାନ ଅଞ୍ଚଳ ଆଦିବାସୀ ବିକାଶ ଶାନ୍ତି ପରିଷଦର ଆହ୍ବାନ କ୍ରମେ ଏହି ପ୍ରଜାମେଳିଟି ଦାରଲାବେଡାଠାରେ ଅନୁଷ୍ଠିତ ହୋଇଥିଲା। ତେବେ ସ୍ବାଭିମାନ ଅଞ୍ଚଳବାସୀଙ୍କ ଅଭିଯୋଗ ଏହା କି ପୂର୍ବେ ସଡକପଥରେ ଯୋଗାଯୋଗ ନ ଥିବା ହେତୁ ଅଞ୍ଚଳର ବିକାଶ ହୋଇପାରୁ ନ ଥିଲା। କିନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସେଠାରେ ପହଂଚିପାରୁଛି। ହେଲେ ମାଓବାଦୀ ମାନେ ହିଁ ବିକାଶରେ ବାଧା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିରୀହ ଆଦିବାସୀଙ୍କୁ ପୋଲିସ ଇନଫର୍ମର କହି ମିଥ୍ୟାରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜି ଦେଉଛନ୍ତି। ଯାହାଦ୍ୱାରା କି ନିରୀହ ଆଦିବାସୀଙ୍କ ମୃତ୍ୟୁ ହେଉଛି। ନିକଟରେ ଆନ୍ଧ୍ରପ୍ରଦେଶର ପେଦାବାଇଲୁ ମଣ୍ଡଳର ଚିନ୍ତାଲିଭିଦି ଗ୍ରାମର ଦୁଇ ନିରୀହ ଆଦିବାସୀ ମୃତ୍ୟୁବରଣ କରିଥିବା ସହ ପୂର୍ବରୁ କାଲିମେଳା ଅଞ୍ଚଳରେ ଏପରି ବହୁ ଘଟଣାମାନ ଘଟିଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ସବୁବେଳେ ଏହି ନିରୀହ ଆଦିବାସୀଙ୍କ ପାଇଁ ଲଢ଼ୁଥିବା କହୁଛନ୍ତି। ଯଦି ପ୍ରକୃତରେ ସେମାନେ ଲଢ଼ୁଛନ୍ତି ତାହେଲେ କାହିଁକି ଯୋଡାମ୍ବ ଗ୍ରାମକୁ ପୋଡ଼ିଦେଲେ ବୋଲିୂ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସେମାନେ କୁନି କୁନି ପିଲାଙ୍କୁ ମଧ୍ୟ ନିଜ ମାଓ ସଂଗଠନ୍‌ରେ ଜୋର ଜବରଦସ୍ତି ମିଶାଇବା ନିମନ୍ତେ ବାଧ୍ୟ କରୁଛନ୍ତି। ତେଣୁ ଯୋଡାମ୍ବ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପହଞ୍ଚାଇ ଅଞ୍ଚଳକୁ ବିକାଶ ପଥରେ ଆଗେଇବା ହେଉଛି ଆମର ଲକ୍ଷ୍ୟ ବୋଲି ଗ୍ରାମବାସୀ କହିଛନ୍ତି। ହିଂସା ନୁହେଁ ବରଂ ଆମେ ଶାନ୍ତି ଚାହୁଁ ବୋଲି ଏହି ପ୍ରଜାମେଳି ମାଧ୍ୟମରେ ଗ୍ରାମବାସୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri