ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି। ଏଥିରେ ଆପଣ ନିଜ ଯୋଗ୍ୟତା ବଳରେ ଚାକିରି ପାଇ ପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ ପ୍ରକ୍ରିୟାନୁସାରେ ଆବେଦନ କରିବାକୁ ପଡିବ। ପ୍ରଥମେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖାଲି ଥିବା ପଦବୀ ବିଷୟରେ ଜାଣନ୍ତୁ। ବର୍ତ୍ତମାନ ୨୩,୭୫୩ ପୋଷ୍ଟ ପାଇଁ ଆବେଦନ ବାହାରିଛି । ଅଙ୍ଗନବାଡ଼ିରେ ଅନେକ ପୋଷ୍ଟ ଖାଲି ରହିଛି । ପାଠ୍ୟକ୍ରମରେ ରହିଥିବା ମାର୍କ ଅନୁଯାୟୀ ଏହି ପୋଷ୍ଟରେ ଚାକିରି ପ୍ରଦାନ କରାଯାଉଛି।

ମହିଳା ଏବଂ ବାଲ ମନ୍ତ୍ରଣାଳୟ ପକ୍ଷରୁ ଅଙ୍ଗନବାଡ଼ି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜୁଲାଇ ୧୮ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ଏହାପରେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ। ପ୍ରତ୍ୟେକ ରାଜ୍ୟର ମହିଳା ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ଯୋଗ୍ୟତା ବିଷୟରେ ଜାଣିବା ଆବଶ୍ୟକ । ଅଧିକାଂଶ ପୋଷ୍ଟ ପାଇଁ କେବଳ ଦଶମ କିମ୍ବା ଦ୍ୱାଦଶ ପାସ ହୋଇଥିବା ଆଶାୟୀଙ୍କୁ ପ୍ରାଥମିକତା ଦିଆଯିବ ।

ତେବେ ଆପଣ ଯିଦ ଅଙ୍ଗନବାଡ଼ି ସୁପରଭାଇଜର ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସ୍ନାତକ ହାସଲ କରିଥିବା ଆବଶ୍ୟକ । ଏଥିପାଇଁ ଆବେଦନକାରୀଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଅନଲାଇନ ମାଧ୍ୟମରେ ଅପଲୋଡ କରିବାକୁ ହେବ । ୧୮ରୁ ୩୫ ବର୍ଷର ଆଶାୟୀ ଏଥିପାଇଁ ଆବେଦନ କରି ପାରିବେ । ଏହି ନିଯୁକ୍ତିରେ ଆବେଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ପ୍ରମାଣପତ୍ରର ଆବଶ୍ୟକତା ରହିଛି । ଆଧାରକାର୍ଡ, ପାନ କାର୍ଡ, ଦଶମ ବୋର୍ଡ ସାର୍ଟିଫିକେଟ, ଦ୍ବାଦଶ ବୋର୍ଡ ସାର୍ଟିଫିକେଟ, ଆୟ ପ୍ରମାଣପତ୍ର, ଆବାସ ପ୍ରମାଣପତ୍ର, ଜାତି ପ୍ରମାଣ ପତ୍ର ମୋବାଇଲ ନମ୍ବର, ପାସ୍‌ପୋଟ୍‌ ଆଦିର ଆବଶ୍ୟକତା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri