ଚାକିରି ସରକାରୀ, ଦେବେ ଘରୋଇ

ଭୁବନେଶ୍ବର, ୧୧ା୧୧(ବ୍ୟୁରୋ):ଓଡ଼ିଶାରେ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ଯେ ଠିକା ସଂସ୍ଥା ମାଧ୍ୟମରେ କରାଯାଉଥିବା ବିଷୟରେ ବୋଧହୁଏ ରାଜ୍ୟର ଅନେକ ଲୋକଙ୍କ ଜ୍ଞାତସାରରେ ନ ଥିବ। ସେଭଳି ଏକ ଘଟଣା ଦୃଷ୍ଟିକୁ ଆସିଛି। ଏଥିରେ କେତେ ପ୍ରକାର ଅନୀୟମିତତା ହେଉଥିବ ତାହା ଅନୁମାନ ଯୋଗ୍ୟ। ଓଡ଼ିଶା ଜେଲ ବିଭାଗ ପକ୍ଷରୁ ବିଭିନ୍ନ କାରାଗାରରେ ୪୦୩ ଓ୍ବାର୍ଡର ନିଯୁକ୍ତି ପାଇଁ ଠିକା ସଂସ୍ଥା ଚୟନ କରିବା ଲାଗି ନିକଟରେ ଶେଷ ହୋଇଥିବା ପ୍ରକ୍ରିୟା ଏହାର ଏକ ଉଦାହରଣ।
ସୂଚନାଯୋଗ୍ୟ, ରାଜ୍ୟରେ ଥିବା ବିଭିନ୍ନ କାରାଗାରଗୁଡ଼ିକରେ ୪୦୩ ଓ୍ବାର୍ଡର ନିଯୁକ୍ତି ପ୍ରକ୍ରିୟା ଲାଗି ଠିକା ସଂସ୍ଥା ଚୟନ କରିବାକୁ ପ୍ରିଜନ ଡାଇରେକ୍ଟରେଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାକୁ ଚାହୁଁଥିବା ଠିକା ସଂସ୍ଥାଗୁଡିକ ପାଇଁ ଗତ ୩୦ ଜୁଲାଇ ୨୦୨୨ ମଧ୍ୟରେ ଟେଣ୍ଡର ଦାଖଲର ସମୟସୀମା ଥିଲା। ହେଲେ ଟେଣ୍ଡର ପାଇଥିବା ସଂସ୍ଥା କେତେକ ଦସ୍ତାବିଜ ଦେଇ ଏହି କାର୍ଯ୍ୟ ହାତେଇଥିବା ଅଭିଯୋଗ ହେଉଛି। ଟେଣ୍ଡରରେ ଭାଗ ନେଇଥିବା ଅନ୍ୟ ଏକ ଠିକା ସଂସ୍ଥା ଇ-ମେଲ୍‌ ମାଧ୍ୟମରେ ଅଭିଯୋଗ କରିଥିବା ବିଷୟ ଧରିତ୍ରୀର ହସ୍ତଗତ ହୋଇଛି। ଯଦି ଠିକା ସଂସ୍ଥା ଦ୍ୱାରା ସରକାରୀ ପଦବୀର ନିଯୁକ୍ତି କରାଯାଉଛି ତେବେ ଏଥିରେ କେତେ ସ୍ବଚ୍ଛତା ରହୁଥିବ ତାହାକୁ ନେଇ ମଧ୍ୟ ଅନେକାଂଶରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଏପରି ସ୍ଥଳେ ଏହି ନିଯୁକ୍ତି ପ୍ରକ୍ରିୟା ଲାଗି ଟେଣ୍ଡର ହାତେଇଥିବା ଠିକା ସଂସ୍ଥାକୁ ନେଇ ମଧ୍ୟ ଏବେ ଅଭିଯୋଗ ଆସି ପହଞ୍ଚିଲାଣି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମଗାଯାଇଥିବା ତଥ୍ୟରୁ ଏହାର ଅନେକ ସତ୍ୟତା ଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଓ୍ବାର୍ଡର ପରୀକ୍ଷା ପାଇଁ ଏକ ବୋର୍ଡ ଗଠନ କରାଯାଇଥିଲା। ଏଥିରେ ଅତିରିକ୍ତ ଡିଜି ପ୍ରିଜନସ୍‌ ଦୀପ୍ତେଶ ପଟ୍ଟନାୟକ ଅଧ୍ୟକ୍ଷ ଅଛନ୍ତି। ଏମାନଙ୍କ ବ୍ୟତୀତ ସୀତାରାମ ପଟେଲ(ଓଏଏସ୍‌ ଅଫିସର୍‌) ଆଡିସନାଲ ଆଇଜି ଅଫ୍‌ ପ୍ରିଜନସ୍‌, ଅଶୋକ କୁମାର ବେଉରା(ଓଏସ୍‌ଏସ୍‌) ଡେପୁଟି ସେକ୍ରେଟାରୀ(ଗୃହ) ଜେଲ, କେ.ସି. ପଟ୍ଟନାୟକ ଏନ୍‌ଆଇସି ପ୍ରତିନିଧି, ଅଶୋକ କୁମାର ବାରିକ(ଓସିଏସି), ଶୁଭକାନ୍ତ ମିଶ୍ର ଡିଆଇଜି ଅଫ୍‌ ପ୍ରିଜନ(ମୁଖ୍ୟାଳୟ), ତପନ କୁମାର ପାତ୍ର ଓଏଫ୍‌ଏସ୍‌, ଅନୀଲ କୁମାର ସାହୁ (ଡେପୁଟି ଡାଇରେକ୍ଟର ଏମ୍‌ଜି(ଏପି ଆଣ୍ଡ ସିଏସ୍‌), ଚିତ୍ତରଞ୍ଜନ ନାଏକ(ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର), ସନ୍ତୋଷ କୁମାର ପ୍ରଧାନ(ଆଇ/ସି ସେକ୍ସନ ଅଫିସର ଏହି କମିଟିରେ ଆମନ୍ତ୍ରିତ ସଦସ୍ୟ ଅଛନ୍ତି। ଏହି ବୋର୍ଡ ଦ୍ୱାରା ପରୀକ୍ଷା ଲାଗି କରାଯାଇଥିବା ଟେଣ୍ଡର ପ୍ରକ୍ରିୟା ଚୟନର ମାପଦଣ୍ଡର ନିୟାମକ ପ୍ରସ୍ତୁତ ହୋଇଥାଏ। ହେଲେ ଏହି ବୋର୍ଡରେ କନ୍‌ସଲଟାଣ୍ଟ ଥିବା ସମସ୍ତ ଆଇଟି ଅଧିକାରୀଙ୍କ ଏହିପରି ପରୀକ୍ଷା କରାଇବାରେ ପୂର୍ବଦକ୍ଷତା ଅଛି କି ନାହିଁ ତାହା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ।
ସୂଚନାଯୋଗ୍ୟ, ଏହି ଓ୍ବାର୍ଡର ପରୀକ୍ଷା ପାଇଁ ଏସ୍‌ଆଇ(ସବ୍‌ ଇନସପେକ୍ଟର) ପୋଲିସ ରିକ୍ରୁଟମେଣ୍ଟ ଟେଣ୍ଡରର ଏଲିଜିବିଲିଟି କ୍ରାଇଟେରିଆକୁ ସମ୍ପୂର୍ଣ୍ଣ ନକଲ କରାଯାଇ ଟେଣ୍ଡର ଛପାଯାଇଛି। ଏହା ଆର୍‌ଟିଆଇ ଉତ୍ତରରୁ ସ୍ପଷ୍ଟ ଜଣାପଡୁଛି। ଯଦି ଓ୍ବାର୍ଡର ନିଯୁକ୍ତି ଲାଗି ସମାନ ମାନଦଣ୍ଡ ରଖାଯାଇଥିଲା ତେବେ ବୋର୍ଡ ଗଠନ କରି ସେଥିରେ ଏତେ ଲୋକ/ମେମ୍ବର ନେବାର କାରଣ କ’ଣ ରହିଛି ତାହା ସ୍ପଷ୍ଟ ହେଉନାହିଁ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏତଦ୍‌ ବ୍ୟତୀତ ୧ କୋଟିରୁ ଦେଢ କୋଟି ଟଙ୍କା ଠିକା ପାଇଁ ଆବେଦନ କରିଥିବା ସଂସ୍ଥାମାନଙ୍କର ୧୦ କୋଟିର ଟର୍ଣ୍ଣଓଭର ଦେଖାଇବାକୁ କୁହାଯାଇଯାଇଛି। ଏହାଦ୍ୱାରା ନିର୍ଦ୍ଦିଷ୍ଟ କୌଣସି ଠିକା ସଂସ୍ଥାକୁ ଲାଭ ଦେବାର ଉଦ୍ଦେଶ୍ୟ ଥିବା ଭଳି ମନେ ହେଉଛି। କାରଣ ଏହା ସିଭିସି(ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ) ଗାଇଡଲାଇନର ଉଲ୍ଲଂଘନ ହେଉଛି।
ଏହି ଟେଣ୍ଡର ପ୍ରକ୍ରିୟାରେ ୬ଟି ସର୍ବଭାରତୀୟ ସଂସ୍ଥା ଯଥା ଆପ୍‌ଟେକ ଲିମିଟେଡ୍‌, ସିଲିକନ ଟେକ୍‌ ଲାବ୍‌ ପ୍ରାଇଭେଟ ଲିମିଟେଡ୍‌, ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲଟାଣ୍ଟ ଇଣ୍ଡିଆ ଲିଃ, ଡାଇଭରସିଫାଏଡ୍‌ ବିଜ୍‌ନେସ୍‌ ସଲ୍ୟୁସନ ପ୍ରାଇଭେଟ ଲିଃ, ଓ୍ବି ସାଇନ ଟେକ୍‌ ପ୍ରାଇଭେଟ ଲିଃ, ଏଜୁ ଟେଷ୍ଟ ସଲ୍ୟୁସନ ଭାଗ ନେଇଥିଲେ। ହେଲେ ଏଗୁଡିକ ମଧ୍ୟରୁ କେବଳ ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲଟାଣ୍ଟସ୍‌(ଆଇ) ଲିଃ ହେଉଛି ଏକମାତ୍ର ରାଷ୍ଟ୍ରାୟତ୍ତ ସଂସ୍ଥା ।
ତେବେ ଏ ବାବଦରେ ଆହୁରି ତଥ୍ୟ ଖୋଜିବାପରେ ଜାଣିବାକୁ ମିଳିଛି, ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥା ମଧ୍ୟରୁ ଓ୍ବି ସାଇନ ଟେକ୍‌(ପ୍ରା) ଲିଃ ସଂସ୍ଥା ଟେଣ୍ଡରରେ ଅନିୟମିତତା ହୋଇଥିବା ନେଇ ଗତ ୪ ନଭେମ୍ବରରେ ଜେଲ ବିଭାଗକୁ ଏକ ଇ-ମେଲ୍‌ ଜରିଆରେ ଅଭିଯୋଗ ପତ୍ର ପଠାଇଛି। ଉକ୍ତ ଇ-ମେଲ୍‌ରେ ଉଲ୍ଲେଖ ରହିଛି ଯେ ଓ୍ବାର୍ଡର ନିଯୁକ୍ତି ଲାଗି ଠିକା ସଂସ୍ଥା ଚୟନ ପାଇଁ କରାଯାଇଥିବା ଟେଣ୍ଡରରେ ସିଲିକନ ଟେକ୍‌ ଲାବ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର କୌଣସି ମଧ୍ୟ ଯୋଗ୍ୟତା ନାହିଁ। ଯେଉଁ କାଗଜ ଦେଇ ଏହି ସଂସ୍ଥା କାର୍ଯ୍ୟ ହାତେଇଛି, ତାହା ପଛରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ହାତ ରହିଥିବା ଉକ୍ତ ସଂସ୍ଥା ଅଭିଯୋଗ କରିଛି। ଏହିସବୁ ମଧ୍ୟରେ ସିଲିକନ ଟେକ୍‌ ଲାବ୍‌ ପୂର୍ଣ୍ଣମାତ୍ରାରେ ସବୁ ଟେଷ୍ଟିଂ ସେଣ୍ଟରକୁ ପରୀକ୍ଷା ତାରିଖ ଦେବା ଲାଗି ଆବେଦନ କରିଥିବା କଥା ଦୃଷ୍ଟିକୁ ଆସିଛି। ସିଲିକନ ଟେକ୍‌ ଲାବ୍‌ ଦାଖଲ କରିଥିବା ସମସ୍ତ ଦସ୍ତାବିଜ ସେହି କମ୍ପାନୀର ଡାଇରେକ୍ଟରଙ୍କ ଅନ୍ୟ ଏକ ସଂସ୍ଥାର ହୋଇଥିବ ବୋଲି ସନ୍ଦେହ କରାଯାଉଛି। ତେବେ ଏନେଇ ସିଲିକନ ଟେକ୍‌ ଲାବ୍‌ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର ଏମ୍‌ଡି ସୁରେଶ ଚନ୍ଦ୍ର ନାଏକଙ୍କୁ ଟେଲିଫୋନ୍‌ ଯୋଗେ ପଚାରିବାରୁ ସେ କହିଛନ୍ତି, ଟେଣ୍ଡରରେ ଯଦି ତାଙ୍କ ସଂସ୍ଥା କିଛି ଭୁଲ୍‌ କାଗଜପତ୍ର ଦେଇଛି ତେବେ ସେନେଇ ଚୟନ କମିଟି ଉତ୍ତର ରଖିପାରିବେ। ତାଙ୍କ ସଂସ୍ଥା ଯାହା କହିବ ସେକଥା କେବଳ ଚୟନ କମିଟି ଆଗରେ ହିଁ କହିବେ। ଏମିତି ବହୁ ଟେଣ୍ଡର ତାଙ୍କ ସଂସ୍ଥା ପକାଉଛି। ତେଣୁ ଏହି ଓ୍ବାର୍ଡର ନିଯୁକ୍ତି ସମ୍ପର୍କିତ ଟେଣ୍ଡର ବିଷୟରେ କର୍ମଚାରୀ ଜାଣିଥିବେ, ସେ ଜାଣିନାହାନ୍ତି ବୋଲି କହିଛନ୍ତି। ତେବେ ଏ ସମ୍ପର୍କରେ ଦିପ୍ତେଶ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ଅଫିସ୍‌ ବନ୍ଦ ହୋଇଗଲା। ଏନେି ଯାହା ତଥ୍ୟ ଦରକାର ଶୁକ୍ରବାର ତାଙ୍କୁ ଟେଲିଫୋନ କଲେ ଜଣେ ଡିଆଇଜି ର଼୍ୟାଙ୍କର ଅଧିକାରୀ ଭେଟି ସବୁ ତଥ୍ୟ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

ECI: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି, ଏସବୁ ରାଜ୍ୟ ପାଇଁ ବଢିଲା SIR ଅବଧି

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ କମିଶନ ଗୁରୁବାର ସ୍ପେଶାଲ ସଘନ ସଂଶୋଧନ (SIR) ପ୍ରକ୍ରିୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନ ପାଞ୍ଚଟି...

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

“ବିଏସ୍ଏଫ୍ ପୋଷ୍ଟ୍ ନିକଟକୁ ଯାଆନ୍ତୁ ନାହିଁ”: ମମତା ବାନାର୍ଜୀଙ୍କ ଚେତାବନୀ ଶୁଣି ଚିନ୍ତାରେ ଲୋକେ

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ଭିତରେ ଭାରତକୁ କଡ଼ା ବାର୍ତ୍ତା ଦେଲେ ଟ୍ରମ୍ପ? F-16ର ଶକ୍ତି ବଢାଇବ ଆମେରିକା

ଓ୍ବାଶିଂଟନ,୧୧।୧୨: ଆମେରିକା ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଅପଗ୍ରେଡ କରିବା ପାଇଁ ୬୮୬ ଡଲାର ନିୟୁତ (ପ୍ରାୟ ୫,୮୦୦କୋଟି) ମୂଲ୍ୟର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ...

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri