LICରେ ନିଯୁକ୍ତି ସୁଯୋଗ: AAO-AE ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଗ୍ରାଜୁଏଟ୍‌ମାନେ ଏଭଳି…

ନୂଆଦିଲ୍ଲୀ,୧୬।୮: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସହକାରୀ ପ୍ରଶାସନିକ ଅଧିକାରୀ (ଏଏଓ) ଏବଂ ସହକାରୀ ଇଞ୍ଜିନିୟର (ଏଇ) ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜି, ୧୬ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏଲଆଇସିର ଅଫିସିଆଲ ୱେବସାଇଟ licindia.in ମାଧ୍ୟମରେ ୮ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ମୋଟ ୮୪୧ଟି ପଦବୀ ପାଇଁ ଆବେଦନ ମଗାଯାଇଛି।

ପଦବୀ ବିବରଣୀ
ମୋଟ ପଦବୀ ମଧ୍ୟରେ ସହକାରୀ ଇଞ୍ଜିନିୟର (ଏଇ) ପାଇଁ ୮୧ଟି, ସହକାରୀ ପ୍ରଶାସନିକ ଅଧିକାରୀ (ବିଶେଷଜ୍ଞ) ପାଇଁ ୪୧୦ଟି ଏବଂ ସହକାରୀ ପ୍ରଶାସନିକ ଅଧିକାରୀ (ସାଧାରଣ) ପାଇଁ ୩୫୦ଟି ପଦବୀ ରହିଛି। ଆସନ୍ତୁ ଜାଣିବା ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ନିକଟରେ କି ଯୋଗ୍ୟତା ଥାଇବା ଆବଶ୍ୟକ ଏବଂ ଚୟନ ପ୍ରକ୍ରିୟା କିପରି ହେବ।

ଏଲଆଇସି ନିଯୁକ୍ତି ୨୦୨୫: ଯୋଗ୍ୟତା କ’ଣ?
ଏହି ବିଭିନ୍ନ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ନିକଟରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧିତ ବିଷୟରେ ସ୍ନାତକ ଡିଗ୍ରୀ ଥାଇବା ଆବଶ୍ୟକ। ଏହା ସହିତ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ। ଓବିସି ବର୍ଗ ପାଇଁ ସର୍ବାଧିକ ବୟସ ସୀମାରେ ୩ ବର୍ଷ ଏବଂ ଏସସି/ଏସଟି ବର୍ଗ ପାଇଁ ୫ ବର୍ଷର ଛାଡ଼ ଦିଆଯାଇଛି। ବୟସର ଗଣନା ୧ ଅଗଷ୍ଟ ୨୦୨୫କୁ ଆଧାର କରି କରାଯିବ।ଏଲଆଇସି ନିଯୁକ୍ତି ୨୦୨୫: ଆବେଦନ ଶୁଳ୍କ
ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୮୫ ଟଙ୍କା ରହିଛି। ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି।

ଏଲଆଇସି ନିଯୁକ୍ତି ୨୦୨୫: କିପରି ଆବେଦନ କରିବେ? ଏଲଆଇସିର ଅଫିସିଆଲ ୱେବସାଇଟ licindia.in ପରିଦର୍ଶନ କରନ୍ତୁ।
ହୋମ ପେଜରେ ଥିବା ଏଏଓ ନିଯୁକ୍ତି ୨୦୨୫ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଏବେ ଆପ୍ଲାଇ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ।
ଶୁଳ୍କ ଜମା କରି ଫର୍ମ ସବମିଟ କରନ୍ତୁ।

ସରକାରୀ ଚାକିରୀ ୨୦୨୫: ଚୟନ ପ୍ରକ୍ରିୟା
ସହକାରୀ ପ୍ରଶାସନିକ ଅଧିକାରୀ (ଏଏଓ) ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ କରାଯିବ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଏଲଆଇସି ଦ୍ୱାରା ଜାରି ଅଫିସିଆଲ ବିଜ୍ଞାପନ ଯାଞ୍ଚ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri