Posted inଖେଳ

ରାତାରାତି ବଦଳିଗଲା ଏହି କ୍ରିକେଟରଙ୍କ ଭାଗ୍ୟ, ଖରାପ ଫର୍ମ ଯୋଗୁ ରିଲିଜ କରିଥିଲା ପଞ୍ଜାବ, ୫୫ଗୁଣା ଅଧିକ ଟଙ୍କା ଦେଇ କିଣିଲା RCB

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ଅନେକ ମାମଲାରେ ସ୍ବତନ୍ତ୍ର ଥିଲା। କାରଣ ଏଥିରେ ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ରେକର୍ଡ ଭାଙ୍ଗିଛି। ଋଷଭ ପନ୍ତ, ଶ୍ରେୟାସ ଆୟର ଏବଂ ଭେଙ୍କଟେଶ ଆୟର ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ। ହେଲେ ଏହି ଅକ୍ସନରେ ଜଣେ ଖେଳାଳିଙ୍କ ଭାଗ୍ୟ ଏଭଳି ବଦଳି ଯାଇଛି ଯେ କାହାକୁ ବିଶ୍ୱାସ ହୋଇ ନ ଥିଲା। କାରଣ ଖେଳାଳିଙ୍କ ଦରମା ୫୫୦୦% ବୃଦ୍ଧି ପାଇଛି। ଗତ ସିଜନରେ ଲକ୍ଷାଧିକ ଟଙ୍କାରେ କିଣା ହୋଇଥିବା ଏହି ଖେଳାଳି ଏଥର କୋଟିରେ ବିକ୍ରି ହୋଇଛନ୍ତି।

ଆଇପିଏଲ୍‌ ୨୦୨୫ ଲାଗି ସାଉଦି ଆରବରେ ୨୪ ଏବଂ ୨୫ ନଭେମ୍ବରରେ ଅକ୍ସନ ରଖାଯାଇଥିଲା। ପ୍ରତି ଥର ପରି ଏଥର ମଧ୍ୟ ଆର୍‌ସିବି ଟିମ୍‌ ଅନେକ ଚମକାଇବା ଭଳି ନିଷ୍ପତ୍ତି ନେଇଥିଲା। ଜଣେ ଯୁବ କ୍ରିକେଟରଙ୍କୁ କିଣିବା ଲାଗି ଦଳ ଆଖିବୁଜା ଟଙ୍କା ଖର୍ଚ୍ଚ କରିଥିଲା। ସେ ହେଲେ ଜିତେଶ ଶର୍ମା। ଉଇକେଟକିପର ବ୍ୟାଟ୍ସମ୍ୟାନ ଜିତେଶଙ୍କ ଲାଗି ଏହି ଅକ୍ସନ ସ୍ବତନ୍ତ୍ର ଥିଲା। କାରଣ ତାଙ୍କୁ ଆର୍‌ସିବି ୧୧ କୋଟିରେ କିଣିଥିଲା।

କହିରଖୁଛୁ, ଗତ ସିଜନ ଯାଏ ଜିତେଶ ଶର୍ମାଙ୍କୁ ଆଇପିଏଲ୍‌sଖରେ ମାତ୍ର ୨୦ ଲକ୍ଷ ଟଙ୍କା ମିଳୁଥିଲା। ଆଇପିଏଲ୍‌ ୨୦୨୨ରେ ପଞ୍ଜାବ ଟିମ୍‌ ତାଙ୍କୁ ବେସ୍‌ ପ୍ରାଇସରେ କିଣିଥିଲା। ଏହାପରେ ଆଗାମୀ ଦୁଇ ସିଜନରେ ସେ ତାଙ୍କ ଦାମକୁ ଅପରିବର୍ତ୍ତିତ ରଖିଥିଲେ। ଗତ ସିଜନରେ ସେ ପଞ୍ଜାବ ଟିମ୍‌ର ଉପଅଧିନାୟକ ଥିଲେ। ହେଲେ ଏଥର ଦଳ ତାଙ୍କୁ ରିଟେନ କରି ନ ଥିଲା। ଶେଷରେ ଅକ୍ସନକୁ ସେ ଆସି ମୋଟା ଅଙ୍କର ପାଉଣା ପାଇଛନ୍ତି। ଆର୍‌ସିବି ତାଙ୍କୁ ଆଇପିଏଲ ଦରମାର ୫୫ଗୁଣା ଅଧିକ ଟଙ୍କା ଦେଇଛି। ଦଳକୁ ଦୀନେଶ କାର୍ତ୍ତିକଙ୍କ ସ୍ଥାନ ନେବାକୁ ଜଣେ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ଥିଲା। ଏମିତିରେ ଆର୍‌ସିବି ଜିତେଶଙ୍କ ଉପରେ ବଡ଼ ଦାମ୍‌ ଲଗାଇଥିଲା।

ଜିତେଶ ଆଇପିଏଲ୍‌ ୨୦୨୨ରେ ନିଜର ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏଯାବତ ଟୁର୍ନାମେଣ୍ଟରେ ୪୦ ମ୍ୟାଚରେ ୭୩୦ ରନ କରିଛନ୍ତି। ଗତ ସିଜନରେ ସେ ୧୪ ମ୍ୟାଚରେ କେବଳ ୧୮୭ ରନ କରିପାରି ଥିଲେ। ଏହିକାରଣରୁ ପଞ୍ଜାବ ତାକୁ ରିଲିଜ କରିଦେଇଥିଲା। ତେବେ ଜିତେଶ ମୁମ୍ବାଇ ଟିମ୍‌ର ଅଂଶ ରହିଥିଲେ। ୨୦୧୬ ଏବଂ ୨୦୧୭ରେ ଦଳରେ ଥିଲେ ହେଁ ତାଙ୍କୁ ସୁଯୋଗ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri