Posted inଖେଳ

ରାତାରାତି ବଦଳିଗଲା ଏହି କ୍ରିକେଟରଙ୍କ ଭାଗ୍ୟ, ଖରାପ ଫର୍ମ ଯୋଗୁ ରିଲିଜ କରିଥିଲା ପଞ୍ଜାବ, ୫୫ଗୁଣା ଅଧିକ ଟଙ୍କା ଦେଇ କିଣିଲା RCB

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ଅନେକ ମାମଲାରେ ସ୍ବତନ୍ତ୍ର ଥିଲା। କାରଣ ଏଥିରେ ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ରେକର୍ଡ ଭାଙ୍ଗିଛି। ଋଷଭ ପନ୍ତ, ଶ୍ରେୟାସ ଆୟର ଏବଂ ଭେଙ୍କଟେଶ ଆୟର ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ। ହେଲେ ଏହି ଅକ୍ସନରେ ଜଣେ ଖେଳାଳିଙ୍କ ଭାଗ୍ୟ ଏଭଳି ବଦଳି ଯାଇଛି ଯେ କାହାକୁ ବିଶ୍ୱାସ ହୋଇ ନ ଥିଲା। କାରଣ ଖେଳାଳିଙ୍କ ଦରମା ୫୫୦୦% ବୃଦ୍ଧି ପାଇଛି। ଗତ ସିଜନରେ ଲକ୍ଷାଧିକ ଟଙ୍କାରେ କିଣା ହୋଇଥିବା ଏହି ଖେଳାଳି ଏଥର କୋଟିରେ ବିକ୍ରି ହୋଇଛନ୍ତି।

ଆଇପିଏଲ୍‌ ୨୦୨୫ ଲାଗି ସାଉଦି ଆରବରେ ୨୪ ଏବଂ ୨୫ ନଭେମ୍ବରରେ ଅକ୍ସନ ରଖାଯାଇଥିଲା। ପ୍ରତି ଥର ପରି ଏଥର ମଧ୍ୟ ଆର୍‌ସିବି ଟିମ୍‌ ଅନେକ ଚମକାଇବା ଭଳି ନିଷ୍ପତ୍ତି ନେଇଥିଲା। ଜଣେ ଯୁବ କ୍ରିକେଟରଙ୍କୁ କିଣିବା ଲାଗି ଦଳ ଆଖିବୁଜା ଟଙ୍କା ଖର୍ଚ୍ଚ କରିଥିଲା। ସେ ହେଲେ ଜିତେଶ ଶର୍ମା। ଉଇକେଟକିପର ବ୍ୟାଟ୍ସମ୍ୟାନ ଜିତେଶଙ୍କ ଲାଗି ଏହି ଅକ୍ସନ ସ୍ବତନ୍ତ୍ର ଥିଲା। କାରଣ ତାଙ୍କୁ ଆର୍‌ସିବି ୧୧ କୋଟିରେ କିଣିଥିଲା।

କହିରଖୁଛୁ, ଗତ ସିଜନ ଯାଏ ଜିତେଶ ଶର୍ମାଙ୍କୁ ଆଇପିଏଲ୍‌sଖରେ ମାତ୍ର ୨୦ ଲକ୍ଷ ଟଙ୍କା ମିଳୁଥିଲା। ଆଇପିଏଲ୍‌ ୨୦୨୨ରେ ପଞ୍ଜାବ ଟିମ୍‌ ତାଙ୍କୁ ବେସ୍‌ ପ୍ରାଇସରେ କିଣିଥିଲା। ଏହାପରେ ଆଗାମୀ ଦୁଇ ସିଜନରେ ସେ ତାଙ୍କ ଦାମକୁ ଅପରିବର୍ତ୍ତିତ ରଖିଥିଲେ। ଗତ ସିଜନରେ ସେ ପଞ୍ଜାବ ଟିମ୍‌ର ଉପଅଧିନାୟକ ଥିଲେ। ହେଲେ ଏଥର ଦଳ ତାଙ୍କୁ ରିଟେନ କରି ନ ଥିଲା। ଶେଷରେ ଅକ୍ସନକୁ ସେ ଆସି ମୋଟା ଅଙ୍କର ପାଉଣା ପାଇଛନ୍ତି। ଆର୍‌ସିବି ତାଙ୍କୁ ଆଇପିଏଲ ଦରମାର ୫୫ଗୁଣା ଅଧିକ ଟଙ୍କା ଦେଇଛି। ଦଳକୁ ଦୀନେଶ କାର୍ତ୍ତିକଙ୍କ ସ୍ଥାନ ନେବାକୁ ଜଣେ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ଥିଲା। ଏମିତିରେ ଆର୍‌ସିବି ଜିତେଶଙ୍କ ଉପରେ ବଡ଼ ଦାମ୍‌ ଲଗାଇଥିଲା।

ଜିତେଶ ଆଇପିଏଲ୍‌ ୨୦୨୨ରେ ନିଜର ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏଯାବତ ଟୁର୍ନାମେଣ୍ଟରେ ୪୦ ମ୍ୟାଚରେ ୭୩୦ ରନ କରିଛନ୍ତି। ଗତ ସିଜନରେ ସେ ୧୪ ମ୍ୟାଚରେ କେବଳ ୧୮୭ ରନ କରିପାରି ଥିଲେ। ଏହିକାରଣରୁ ପଞ୍ଜାବ ତାକୁ ରିଲିଜ କରିଦେଇଥିଲା। ତେବେ ଜିତେଶ ମୁମ୍ବାଇ ଟିମ୍‌ର ଅଂଶ ରହିଥିଲେ। ୨୦୧୬ ଏବଂ ୨୦୧୭ରେ ଦଳରେ ଥିଲେ ହେଁ ତାଙ୍କୁ ସୁଯୋଗ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri