Categories: ବାଣିଜ୍ୟ

ଓପୋ ଫୋନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ

ମୁମ୍ବାଇ,୧୮।୧୧:ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍‌ ଜିଓର ଷ୍ଟାଣ୍ଡ୍‌ ଏଲୋନ୍‌ ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଥିବା ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଓପୋ ସ୍ମାର୍ଟଫୋନ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବା ହାସଲ କରାଯାଇପାରିବ ବୋଲି କମ୍ପାନୀ ମତପ୍ରକାଶ କରିଛି। ସେହିଭଳି ଓପୋ ପକ୍ଷରୁ କୁହାଯାଇଛି ଯେ ଜିଓ ସହଯୋଗରେ କମ୍ପାନୀ ଏଭଳି ଏକ ଉନ୍ନତ ଧରଣର ଡିଭାଇସ୍‌ ପ୍ରସ୍ତୁତ କରିଛି, ଯାହା ଅଲ୍‌ଟ୍ରା ହାଇ-ସ୍ପିଡ୍‌ ଏବଂ ଲୋ ଲାଟେନ୍ସିରେ କାର୍ଯ୍ୟ କରି ବ୍ୟବହାରକାରୀଙ୍କୁ ଉଲ୍ଲେଖନୀୟ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବ। ଅପରପକ୍ଷରେ ଓପୋ ଇଣ୍ଡିଆର ଯେକୌଣସି ନୂଆ ୫ଜି ସ୍ମାର୍ଟଫୋନ୍‌ ଷ୍ଟାଣ୍ଡ୍‌ଏଲୋନ୍‌ ୫ଜି ନେଟ୍‌ୱର୍କରେ କାମ କରିବ। ଭାରତରେ ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍‌ ଅପରେଟର ଯାହା ଷ୍ଟାଣ୍ଡ୍‌ଏଲୋନ୍‌ ୫ଜି ନେଟ୍‌ୱର୍କର ପରିଚାଳନା କରୁଛି। ଷ୍ଟାଣ୍ଡ୍‌ଏଲୋନ୍‌ ୫ଜି ନେଟ୍‌ୱର୍କରେ ଚାଲୁଥିବା ଡିଭାଇସ୍‌ ପାଇଁ ଓପୋ ପକ୍ଷରୁ ସଫ୍ଟଓ୍ବେର ଅପ୍‌ଡେଟ୍‌ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଓପୋର ରେନୋ ୮,ରେନୋ ୮ପ୍ରୋ, ରେନୋ ୭, ଏଫ୍‌୨୧ପ୍ରୋ ୫ଜି, ଏଫ୍‌୧୯ପ୍ରୋ+, କେ୧୦ ଏବଂ ଏ୫୨ଏସ୍‌ ଡିଭାଇସ ଆଦିରେ ପୂର୍ବରୁ ସଫ୍ଟଓ୍ବେର ଅପ୍‌ଡେଟ୍‌ କରାଯାଇସାରିଛି। କମ୍ପାନୀର ଅନ୍ୟ ମଡେଲଗୁଡ଼ିକରେ ମଧ୍ୟ ଖୁବଶୀଘ୍ର ସଫ୍ଟଓ୍ବେର ଅପ୍‌ଡେଟ୍‌ କରାଯିବ ବୋଲି ଜଣାପଡିଛି।
ଏ ସମ୍ପର୍କରେ ଓପୋ ଇଣ୍ଡିଆର ଉପାଧ୍ୟକ୍ଷ ଏବଂ ଆର୍‌ ଆଣ୍ଡ୍‌ ଡି ମୁଖ୍ୟ ତସ୍‌ଲିମ୍‌ ଆରିଫ୍‌ କହିଛନ୍ତି,ଓପୋ ଇଣ୍ଡିଆ ଭାରତରେ ୫ଜି ଇକୋସିଷ୍ଟମ୍‌ ତିଆରି କରିବାକୁ ଉଦ୍ୟମ କରୁଛି। ଏହା ଦ୍ୱାରା ଆମର ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିପାରିବେ। ଯେଉଁ ସହରଗୁଡ଼ିକରେ ୫ଜି ସେବା ଆରମ୍ଭ କରାଯାଇଛି, ସେଠାରେ ଗ୍ରାହକମାନେ ଓପୋ ସ୍ମୋର୍ଟଫୋନ୍‌ ଜରିଆରେ ଟ୍ରୁ-୫ଜିର ଅନୁଭବ ହାସଲ କରିପାରିବେ।

Share