ଏୟାରଟେଲ୍‌ଠାରୁ ଜିଓର ସ୍ପିଡ୍‌ ୩ ଗୁଣା ଅଧିକ

ନୂଆଦିଲ୍ଲୀ,୧୨।୧୦: ରିଲାଏନ୍ସ ଜିଓ ୫ଜି ସ୍ପିଡ୍‌ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ହାସଲ କରିଛି। ଏପରିକି ନିକଟରେ ଶୁଭାରମ୍ଭ କରାଯାଉଥିବା ୫ଜି ସେବାର ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ବିଶେଷକରି ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ ଯେଉଁ ସହରଗୁଡ଼ିକରେ ନିଜର ୫ଜି ନେଟ୍‌ୱର୍କ ସ୍ଥାପନ କରିଛନ୍ତି ସେହିସବୁ ସହରରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ରହିଥିବା ଓକ୍‌ଲା ପକ୍ଷରୁ ତୁଳନା କରାଯାଇଛି। ସେହିଭଳି ଏୟାରଟେଲ୍‌ ପକ୍ଷରୁ ୮ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରାଯାଇଥିବା ବେଳେ ଜିଓ ପକ୍ଷରୁ ଟ୍ରୁ-୫ଜି ଭାବେ ପରିଚିତ ୫ଜି ସେବାର ବିଟା ପରୀକ୍ଷଣକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀ ସହରର କେତେଜଣ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯାଇଛି। ସେହିପରି ଓକ୍‌ଲାର ସ୍ପିଡ୍‌ ଟେଷ୍ଟ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଗତ ଜୁନ୍‌ରୁ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୯୭.୯୮ ଏମ୍‌ବିପିଏସ୍‌ ରହିଥିବା ବେଳେ ରିଲାଏନ୍ସ ଜିଓର ନେଟ୍‌ୱର୍କରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୯୮.୫୮ ଏମ୍‌ବିପିଏସ୍‌ ରହିଛି। ଅପରପକ୍ଷରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଏୟାରଟେଲ୍‌ର ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ତୁଳନାରେ ୩ ଗୁଣା ଅଧିକ ରହିଛି, ୫ଜିର ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ସର୍ବାଧିକ ପାର୍ଥକ୍ୟ କୋଲକାତାରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଙ୍କୁ ସିଂଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର, ପ୍ରିୟା ସରୋଜଙ୍କ ସହ ଏହି ଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୯।୨: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ପଡ଼ିଆ ବାହାରେ ଏକ ନୂତନ ଯାତ୍ରା ଆରମ୍ଭ କରିବେ। ଉତ୍ତର ପ୍ରଦେଶର ଜୌନପୁରର…

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

ମୋଦିଙ୍କ ମାଲେସିଆ ଗସ୍ତ ଶେଷ ପରେ ଚିନ୍ତାରେ ପଡିଲାଣି ପାକିସ୍ତାନ!

ନୂଆଦିଲ୍ଲୀ/ଇସଲାମାବାଦ,୯।୨: ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିଦ ଆଶ୍ରଫ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆନ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ, ଆଡମିରାଲ ନାଭିଦ ଆଶ୍ରଫଙ୍କୁ ରୟାଲ…

ରାଜଧାନୀର ୯ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ,୯।୨: ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଗଲା ଯେତେବେଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ଆସିଲା। ଏହି ଧମକପୂର୍ଣ୍ଣ କଲଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri