୫ଜି ସେବାରେ ଜିଓର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୩।୪: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୫ଜି ସେବା ପ୍ରଦାନରେ ଉଲ୍ଲେଖନୀୟ ସଫଳତା ଲାଭ କରିଛି। ଏପରିକି ୫ଜି ହାରାହାରି ଡାଉନଲୋଡ୍‌ ସ୍ପିଡ୍‌ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ରହିଛି। ଭାରତରେ ୫ଜି ପ୍ରଦର୍ଶନ ଏବଂ ଗ୍ରାହକ ଅଭିଜ୍ଞତା ଉପରେ ବ୍ରଡବ୍ୟାଣ୍ଡ ସ୍ପିଡ୍‌ ଆଣ୍ଡ ମାପକ ସଂସ୍ଥା ଓକ୍‌ଲା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଉକ୍ତ ରିପୋର୍ଟରେ ଓକଲା କହିଛି, ଭାରତୀୟ ଟେଲିକମ୍‌ ଶିଳ୍ପର ପରିବର୍ତ୍ତିିତ ଦୃଶ୍ୟପଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ଦୌଡ଼ରେ ସବୁଠୁ ବଡ଼ ସଂସ୍ଥା ଭାବେ ଉଭା ହୋଇଛି। ଏପରିକି ଜିଓ ଦ୍ରୁତ ଗତିରେ ୫ଜି ମୁତୟନ କାର୍ଯ୍ୟ କରୁଛି ଏବଂ ଉନ୍ନତ ପ୍ରଦର୍ଶନ କରୁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ଦୂରସଞ୍ଚାର ବିଭାଗ ଅନୁଯାୟୀ ୨୦୨୪ ଫେବୃଆରୀ ୨୯ସୁଦ୍ଧା ଭାରତରେ ୪.୨୫ ଲକ୍ଷ ୫ଜି ବିଟିଏସ୍‌ ସ୍ଥାପନ କରାଯାଇଛି। ଯେଉଁଥିରୁ ପ୍ରାୟ ୮୦% ବିଟିଏସ୍‌ ରିଲାଏନ୍ସ ଜିଓ ସ୍ଥାପନ କରିଛି। ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସମଗ୍ର ଭାରତରେ ୫ଜି ନେଟୱର୍କ ବିସ୍ତାର କରିବା ପାଇଁ ବ୍ୟାପକ ପୁଞ୍ଜି ନିବେଶ କରିଛନ୍ତି,ଯାହା ଫଳରେ ଭାରତରେ ୫ଜି ଉପଲବ୍ଧତାରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି। ୫ଜି ଉପଲବ୍ଧତା ୨୦୨୩ର ପ୍ରଥମ ତ୍ରୈମାସରେ ୨୮.୧% ଥିବାବେଳେ ୨୦୨୩ର ଚତୁର୍ଥ ତ୍ରୈମାସରେ ଏହା ୫୨.୦%କୁ ବୃଦ୍ଧି ପାଇଛି। ଆରମ୍ଭରୁ ୫ଜି ଷ୍ଟାଣ୍ଡ ଏଲୋନ ନେଟୱର୍କ କାର୍ଯ୍ୟକାରୀ କରିବା ଦ୍ୱାରା ରିଲାଏନ୍ସ ଜିଓ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭାବରେ ପ୍ରତିଷ୍ଠିତ ହୋଇପାରିଛି। ଜିଓର ବ୍ୟାପକ ୫ଜି କଭରେଜ୍‌ ଏହାର ଉନ୍ନତ ୫ଜି ଉପଲବ୍ଧତା ହାରରୁ ସ୍ପଷ୍ଟ ହୋଇଛି। ୨୦୨୩ ର ୪ର୍ଥ ତ୍ରୈମାସରେ ଜିଓର ୫ଜି ଉପଲବ୍ଧତା ହାର ୬୮.୮%କୁ ବୃଦ୍ଧି ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲର ୩୦.୩%କୁ ହ୍ରାସ ପାଇଛି। ରିଲାଏନ୍ସ ଜିଓ ଲୋ-ବ୍ୟାଣ୍ଡ (୭୦୦ ମେଗାହର୍ଜ) ଏବଂ ମିଡ୍‌ ବ୍ୟାଣ୍ଡ (୩.୫ ଗିଗାହର୍ଜ) ସ୍ପେକ୍ଟ୍ରମ ଏବଂ ବିସ୍ତୃତ ଫାଇବର ନେଟୱର୍କ ସହିତ ଗ୍ରାହକଙ୍କୁ ବ୍ୟାପକ କଭରେଜ୍‌ ଏବଂ ବ୍ୟାପକ ନେଟୱର୍କ ପ୍ରଦାନ କରିବାରେ ସକ୍ଷମ ହୋଇଛି। ରିଲାଏନ୍ସ ଜିଓର ୫ଜି ନେଟୱର୍କ ବିଶେଷ କରି ଭିଡିଓ ଷ୍ଟ୍ରିମିଂ ଏବଂ ମୋବାଇଲ ଗେମିଂରେ ଗ୍ରାହକଙ୍କ ଅଭିଜ୍ଞତାର ଯଥେଷ୍ଟ ଉନ୍ନତି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri