ଜିଓର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୩୦।୧୦(ଅନୁରାଧା ମହାରଣା): ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୩ରେ ନିଜର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଦର୍ଶିତ କରାଯାଇଛି। ଜିଓର ଟ୍ରୁ-୫ଜିରେ ଚାଲୁଥିବା ଏହି ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା ବିଭିନ୍ନ ସ୍ତରରେ ଯୋଗାଯୋଗକୁ ସୁଦୃଢ଼ କରିବ। ସ୍ଥାନୀୟ ଟେଲିକମ ବ୍ୟବସ୍ଥା ଅଚଳ ହୋଇପଡ଼ିଲେ ଏହି ବ୍ୟବସ୍ଥାରେ ଉପଗ୍ରହ ସହ ଯୋଡ଼ିହୋଇଥିବା ଟାୱାର ଅନ ହ୍ବିଲ କାମ କରିବ; ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସ୍ଥିତିରେ ମୁତୟନ କରାଯାଇପାରିବ। ସହାୟତା ପ୍ରଦାନ କରୁଥିବା ଟିମ୍‌ର କମାଣ୍ଡ ସେଣ୍ଟର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ‘ଏକ୍ସଆର୍‌ କମ୍ପାନିୟନ’ ନାମକ ଏକ ଆପ୍‌ ପ୍ରସ୍ତୁତ କରାଯାଇଛିି। ଆପ୍‌ ଜରିଆରେ କମାଣ୍ଡ ସେଣ୍ଟରରେ କାର୍ଯ୍ୟ ବଣ୍ଟନ, ଉଭୟ ପାର୍ଶ୍ୱରୁ ଅଡିଓ ଭିଡିଓ କଲିଙ୍ଗ, ଜରୁରିକାଳୀନ ଆମ୍ବୁଲାନ୍ସ କଲିଙ୍ଗ, ଟିମ୍‌ର ଗତିବିଧି, କାର୍ଯ୍ୟ ପ୍ରଗତି ରିପୋର୍ଟ ଉପରେ ବାସ୍ତବ ସମୟରେ ନଜର ରଖାଯାଇପାରିବ। ଏହି ଆପ୍‌ରେ ୨୦ଟି ଟିମ୍‌କୁ ଯୋଡାଯାଇଛି। ଦୂରଦୂରାନ୍ତ ସ୍ଥାନରେ ଥିବା ଏନ୍‌ଡିଆର୍‌ଏଫ୍‌ କିମ୍ବା ସହାୟତା ଅଧିକାରୀ ୫-ଜି ସହ ଯୋଡ଼ି ହୋଇଥିବା ଡ୍ରୋନ ଜରିଆରେ ଦୁର୍ଗମ ସ୍ଥାନରେ ହୋଇଥିବା କ୍ଷତିର ଅନୁଧ୍ୟାନ କରିପାରିବେ । ଏହା ବ୍ୟତୀତ ସହାୟତା ପ୍ରଦାନ କରୁଥିବା କର୍ମୀମାନେ ପରସ୍ପର ସହିତ ଭଏସ ଆକ୍ଟିଭେଟେଡ ୫ଜି ଡିଭାଇସ୍‌ର ବ୍ୟବହାର କରି କଥାବାର୍ତ୍ତା ହୋଇପାରିବେ। ହେଲ୍ମେଟ୍ରେ ଲାଗି ପାରୁଥିବା ଏହି ୫ଜି ଡିଭାଇସରେ କ୍ୟାମେରା, ଫ୍ଲାସ ଲାଇଟ ଏବଂ ଲେଜର ବିମ୍‌ ଭଳି ସୁବିଧା ରହିଛି, ଯାହାଫଳରେ ଶୀଘ୍ର ସହାୟତା ପହଞ୍ଚାଇ ହେବ । ବିପର୍ଯ୍ୟୟ ସମୟରେ ଜିଓ ପକ୍ଷରୁ ଡିଜିଟାଲ କମ୍ୟୁନିକେଶନ ହାଇୱେରେ ନେଟୱର୍କ ସ୍ଲାଇସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଟେଲିକମ ଆବଶ୍ୟକତା ପୂରଣ କରାଯାଇପାରିବ। ଅତ୍ୟନ୍ତ ଭୟଙ୍କର ବିପର୍ଯ୍ୟୟ ସମୟରେ ମଧ୍ୟ ଜିଓର ଏହି ଜରୁରିକାଳୀନ ବ୍ୟବସ୍ଥା କାର୍ଯ୍ୟ କରିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri