Categories: ବାଣିଜ୍ୟ

ରାଉରକେଲା,ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଆଉ ଦୁଇଟି ସହରରେ ଜିଓ ୫ଜି ସେବାର ଶୁଭାରମ୍ଭ କରାଯାଇଛିି। ଏପରିକି ଇସ୍ପାତ ନଗରୀ ରାଉରକେଲା ଓ ରେଶମ ସହର ବ୍ରହ୍ମପୁର ଠାରେ ଜିଓ ଟ୍ରୁ-୫ଜି ସେବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ଜାନୁୟାରୀ ୫ରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୌପ୍ୟ ନଗରୀ କଟକରେ ମଧ୍ୟ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ସେହିଭଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ। ଏଠାରେ ଉଲ୍ଳେଖଯୋଗ୍ୟ, ରାଜ୍ୟର ଦୁଇତୃତୀୟାଂଶ ଡାଟା ବଜାର ଅଂଶ ଜିଓ ପାଖରେ ରହିଥିବା ବେଳେ ଓଡ଼ିଶାରେ ପ୍ରତି ୩ଜଣ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ୨ ଜଣ ଜିଓ ବ୍ୟବହାର କରୁଛନ୍ତି। ଜାନୁୟାରୀ ୧୪ରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲ୍‌କମ୍‌ ଅଫର ପ୍ରଦାନ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ। ଅପରପକ୍ଷରେ ଜିଓ ପକ୍ଷରୁ ଶନିବାର ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି।

Share