Categories: ବାଣିଜ୍ୟ

‘ଆଇଏଲ୍‌ବିଏସ୍‌ ସହ ଜିଓ ଟ୍ରୁ-୫ଜିର ସହଯୋଗିତା’

ମୁମ୍ବାଇ,୮।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓ ଟ୍ରୁ-୫ଜି ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍‌ସେସ୍‌ (ଆଇବିଏଲ୍‌ଏସ୍‌) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ ହୋଇଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ଟେକ୍ନୋଲୋଜି ଜରିଆରେ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଏହି ସହଯୋଗିତା କରାଯାଇଛି ବୋଲି ଉଭୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଜିଓ ଟ୍ରୁ-୫ଜି ଜରିଆରେ ପ୍ରତି ଭାରତୀୟଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଜିଓର ମୂଳ ଲକ୍ଷ୍ୟ ରହିଛି।

ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ସଫଳତା ପାଇଁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଯୁକ୍ତି ପ୍ରସ୍ତୁତ କରିବାରେ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି। ସେହିପରି ଲୋ ଲାଟେନ୍‌ସି ସହ ଟ୍ରୁ-୫ଜି ପ୍ରଯୁକ୍ତି କେବଳ ପୁରୁଣା ପ୍ରଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ରୋବୋଟିକ୍ସ ଭିତ୍ତିକ ଚିକିତ୍ସା-ଅସ୍ତ୍ରୋପଚାର, ରିମୋଟ-ଆଇସିୟୁ, ଆଇସିୟୁ-ଆମ୍ବୁଲାନ୍ସ, ଗୋଷ୍ଠୀ କ୍ଲିନିକ୍‌ ଭଳି ସ୍ବାସ୍ଥ୍ୟସେବାର ବହୁ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିବ। ଏପରିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସୂଚନାଯୋଗ୍ୟ, ଜିଓ ପକ୍ଷରୁ ଦ୍ରୁତଗତିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି।

Share