Categories: ବାଣିଜ୍ୟ

ଜିଓ ଟ୍ରୁ ୫ଜିର କ୍ୟାମ୍ପସ ଅଭିଯାନ

ଭୁବନେଶ୍ୱର,୧୬।୯ : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଟ୍ରଷ୍ଟ ଫଣ୍ଡ କଲେଜ (ବରଗଡ), ତାଳଚେର ଅଟୋନମସ କଲେଜ (ତାଳଚେର), ବିନାୟକ ଆଚାର୍ଯ୍ୟ କଲେଜ (ବହ୍ମପୁର) ଏବଂ ଦେବରାୟ ନୟାପଲ୍ଲୀ କଲେଜ (ଭୁବନେଶ୍ୱର) ଆନୁଷ୍ଠାନିକ ଭାବେ ରିଲାଏନ୍ସ ଜିଓର ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜଗାଙ୍ଗପୁର ଏସ ଡି ମହିଳା ମହାବିଦ୍ୟାଳୟ, କଟକ ଡ୍ରିମ୍ସ, କୋଣାର୍କ ଭଗବତୀ କଲେଜ, ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ, ଖୋର୍ଦ୍ଧା ଗୀତା କଲେଜ, ରାଉରକେଲା ଏସ.କେ.ଡ଼ିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଅଟୋନମସ କଲେଜ ଏବଂ କେନ୍ଦୁଝର ଜିଲ୍ଲା ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଭଳି ଅନେକଗୁଡିଏ ଶିକ୍ଷାନୁଷ୍ଠାନ ଉକ୍ତ ଅଭିଯାନରେ ସାମିଲ ହୋଇସାରିଛନ୍ତି। ଏପରିକି ନିକଟରେ ରିଲାଏନ୍ସ ଜିଓର ଓଡିଶା ୟୁନିଟ ପକ୍ଷରୁ ‘ଜିଓ ଟ୍ରୁ ୫ଜି’ କ୍ୟାମ୍ପସ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ବିଶେଷ କରି ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସୁଯୋଗ ଓ ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜି ରୂପାନ୍ତରଣ ଯାତ୍ରା ଜାରି ରହିଛି। ସେହିଭଳି ଏହି ଶିକ୍ଷାନୁଷ୍ଠାନଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା।

Share