Categories: ବାଣିଜ୍ୟ

୫ଜି ଆସିବା ପରେ ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ: ବନ୍ଦ କଲା ୧୨ ପ୍ଲାନ୍‌

ନୂଆଦିଲ୍ଲୀ,୧୩।୧୦: ୫ଜି ସେବା ଆରମ୍ଭ ହେବା ପରଠାରୁ ବଡ଼ ପଦକ୍ଷେପ ନେଇଛି ଜିଓ। କମ୍ପାନୀ ନିଜର ଓ୍ବେବ୍‌ସାଇଟ୍‌ରୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ ପ୍ଲାନ୍‌କୁ ବାଦ ଦେଇଛି। ଏହି ସମସ୍ତ ପ୍ଲାନ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ସବ୍‌ସ୍କ୍ରିପଶନ ସହ ଆସୁଥିଲା। ଜିଓ ୧୫୧ରୁ ଆରମ୍ଭ କରି ୩୧୧୯ ଟଙ୍କା ପର୍ଯ୍ୟନ୍ତର ପ୍ଲାନକୁ କାଟି ଦେଇଛି। ଏଥିରେ ରେଗୁଲାର ରିଚାର୍ଜ ଠାରୁ ଆରମ୍ଭ କରି ଡାଟା ଆଡ୍‌ ଅନ୍‌ ପ୍ଲାନ୍‌ ରହିଛି।

ଜିଓ ନିଜର ରିଚାର୍ଜ ପ୍ଲାନ୍‌ ସହ ଗ୍ରାହକମାନଙ୍କୁ ବର୍ଷକ ଯାଏ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିବ୍‌ଶନ ମିଳିଥାଏ। ଆସନ୍ତୁ ଜାଣିବା ଜିଓ କେଉଁ ପ୍ଲାନ୍‌କୁ ବନ୍ଦ କରିଛି:-

-୧୫୧ ପ୍ଲାନ    -୫୫୫ ପ୍ଲାନ୍‌    -୬୫୯ ପ୍ଲାନ୍‌     -୩୩୩ ପ୍ଲାନ୍‌
-୪୯୯ ପ୍ଲାନ୍‌    -୫୮୩ ପ୍ଲାନ୍‌     -୬୦୧ ପ୍ଲାନ୍‌     -୭୮୩ ପ୍ଲାନ
-୭୯୯ ପ୍ଲାନ୍‌     -୧୦୬୬ ପ୍ଲାନ୍‌  -୨୯୯୯ ପ୍ଲାନ୍‌  -୩୧୧୯ ପ୍ଲାନ୍‌

Share