ଓଡ଼ିଶାରେ ଜିଓ ୧ ନମ୍ବର: ପଛରେ ପଡିଲା ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ୱର,୨୩।୮:ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି। ଏପରିକି ରାଜ୍ୟରେ ଜିଓ ତା’ର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୪ ଜୁନ୍‌ ଶେଷ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂତନ ମୋବାଇଲ ଗ୍ରାହକ ଯୋଡ଼ିଥିବାବେଳେ ଜିଓ ନେଟ୍‌ୱର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି। ସେହିଭଳି ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ଟେଲିକମ୍‌ ଶିଳ୍ପର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୨.୯୭ ଲକ୍ଷ ବୃଦ୍ଧି ସହ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩.୪୨ କୋଟିରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଉଭୟ ବିଏସ୍‌ଏନ୍‌ଏଲ୍‌ ଏବଂ ଭୋଡାଫୋନ-ଆଇଡିଆ ବହୁ ହଜାର ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।
ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଓୟାରଲାଇନ୍‌ ସେଗ୍‌ମେଣ୍ଟରେ ମଧ୍ୟ ଜିଓ ଓଡ଼ିଶାରେ ତା’ର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିବା ସହ ୩ଲକ୍ଷ ଓୟାରଲାଇନ୍‌ ଗ୍ରାହକର ମାଇଲଖୁଣ୍ଟ ଅତିକ୍ରମ କରିବାରେ ସକ୍ଷମ ହେବା ସହ ରାଜ୍ୟର ପ୍ରଥମ ତଥା ଏକମାତ୍ର ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି। ଓଡ଼ିଶାରେ ଡିଜିଟାଲ୍‌ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ତା’ର ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସେବା ମାଧ୍ୟମରେ ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ ବା ହୋମ୍‌ ଏଣ୍ଟରଟେନ୍‌ମେଣ୍ଟ ସହ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଓ ପରିସରକୁ ସଂଯୋଗ କରିଛି।
ଜାତୀୟ ସ୍ତରରେ ମଧ୍ୟ ଜିଓ ସର୍ବାଧିକ ୧୯ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଜୁନ୍‌ ମାସରେ ଯୋଡିବା ସହିତ ସର୍ବଭାରତୀୟ ସ୍ତରରେ ଜିଓ ନେଟ୍‌ୱର୍କରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଜୁନ୍‌ ଶେଷ ସୁଦ୍ଧା ୪୭.୬୫କୋଟିରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri