ଜିଓ ମାର୍ଟ ଡିଜିଟାଲର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର ,୧୭।୧୦ ( ଅଭୟ ଦାଶ); ରିଲାଏନ୍ସ ରିଟେଲର ଅଗ୍ରଣୀ ବ୍ରାଣ୍ଡ୍‌ ‘ଜିଓ ମାର୍ଟ ଡିଜିଟାଲ’ର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଯୋଗ୍ୟ, ଜିଓ ମାର୍ଟ ଡିଜିଟାଲର ପ୍ରାଞ୍ଚାଇଜ ପାର୍ଟନର ଆରଜେଏସ ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ଏହି ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ପୋଲିସ କମିଶନର ଏସ.କେ. ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଲାଏନ୍ସ ଜିଓ ମାର୍ଟର ଇଣ୍ଡିଆ ହେଡ-୧ ଗୌରବ ଟାଟିୟା, ରିଲାଏନ୍ସ ଜିଓ ମାର୍ଟ ଡିଜିଟାଲର ଷ୍ଟେଟ ହେଡ ଦେବାଶିଷ ମହାନ୍ତିଙ୍କ ସମେତ ଆରଜେଏସ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡର ଜୟ କୁମାର ସାଦାନୀ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ୧୦୦୦ବର୍ଗ ଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ଷ୍ଟୋରରେ ଦେଶର ସମସ୍ତ ବ୍ରାଣ୍ଡେଡ କମ୍ପାନୀର ଟିଭି,ଫ୍ରିଜ, ଓ୍ବାଶିଂମେଶିନ ସହିତ ଲାପଟପ, ମୋବାଇଲ ଫୋନ ଭଳି ସମସ୍ତ ଇଲୋକ୍ଟ୍ରୋନିକ୍ସ ଉତ୍ପାଦ ସୁଲଭ ଓ ଗୁଣାତ୍ମକ ମାନର ସାମଗ୍ରୀ ଉପଲବ୍ଧ। ଅପରପକ୍ଷରେ ବଜାଜ ଫାଇନାନ୍ସ,ଆଇଡିଏଫସି,ଏଚ୍‌ଡିବି,ଏଚ୍‌ଡିଏଫସି ବ୍ୟାଙ୍କ ଏବଂ ପେଟିଏମ ଭଳି ପ୍ରମୁଖ ଫାଇନାନ୍ସ କମ୍ପାନୀର ବୀମା ସୁବିଧା ଗ୍ରାହକମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଉକ୍ତ ଷ୍ଟୋରରେ ଜିଓ ମାର୍ଟର ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ସମସ୍ତ ଉତ୍ପାଦ ଅଫଲାଇନ (ଜିଓ ମାର୍ଟ ଡିଜିଟାଲ)ରେ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri