ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌ କରାଯାଇ ତାକୁ ଶିମିଳିପାଳ ଅଭୟାରଣ୍ୟ ଫେରାଇ ଅଣାଯିବା ନେଇ ଏକ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିବା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ୍‌) ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ନଭେମ୍ବର ୧୪ରେ ଶିମିଳିପାଳ ଆସିଥିବା ଜିନ୍ନତ ଗତ ୮ ତାରିଖରେ ଝାଡ଼ଖଣ୍ଡ ପଳାଇଥିଲା। ୨ ଦିନ ତଳେ ସେ ଝାଡ଼ଖଣ୍ଡ ଜଙ୍ଗଲ ଛାଡ଼ି ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା। ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲା ଝାଡ଼ଗ୍ରାମସ୍ଥିତ କଙ୍କଡ଼ାଝୋଳ ଜଙ୍ଗଲ ପାର୍‌ ହୋଇ ଏବେ ସେ ପୁରୁଲିଆ ଜିଲା ଅଧୀନ ବୁଦୱାନରେ ଚଳପ୍ରଚଳ କରୁଛି। ଶିମିଳିପାଳଠାରୁ ପ୍ରାୟ ୧୦୦ କି.ମି. ଦୂରରେ ରହିଥିବା ଜିନ୍ନତ ପାଇଁ ସେଠାରେ ହାଇଆଲର୍ଟ ଜାରି କରାଯାଇଛି। ଦିନକୁ ସେ ପାଖାପାଖି ୨୫ରୁ ୩୦ କି.ମି. ଚାଲୁଥିବାରୁ ତାକୁ ଟ୍ରାଙ୍କୁଲାଇଜ୍‌ କରି ଫେରାଇ ଆଣିବାକୁ ଯୋଜନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୩୦ରୁ ଅଧିକ କର୍ମଚାରୀ ଓ ପଶ୍ଚିମବଙ୍ଗ ବନ ବିଭାଗ ଅଧିକାରୀମାନେ ଜିନ୍ନତର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି। ଓଡିଶା ରାଜ୍ୟ ଜଙ୍ଗଲ ବିଭାଗର ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିଷ୍ପତ୍ତିକ୍ରମେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରି ଫେରାଇ ଆଣିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି, ଯାହାକୁ ନେଇ ଉଭୟ ରାଜ୍ୟ ବନ ବିଭାଗର କର୍ମଚାରୀମାନେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଲାଗିପଡ଼ିଛନ୍ତି। ଜିନ୍ନତ ବୁଲୁଥିବା ଅଞ୍ଚଳର ଲୋକେ ଓ ସୁନ୍ଦରବନର ଅଭିଜ୍ଞ ବାଘଧରାଳି ମଧ୍ୟ ପହଞ୍ଚତ୍ ଧରିବାକୁ ଜାଲ ବିଛାଇଥିବା ସୂଚନା ମିଳିଛି। ସେ ଭୋର୍‌ ସମୟରେ ଗତି କରୁଥିବାବେଳେ ମଧ୍ୟାହ୍ନରେ ବିଶ୍ରାମ କରୁଛି। ଶନିବାର ସକାଳେ ଝାଡ଼ଗ୍ରାମରେ ରହିଥିବାବେଳେ ରବିବାର ପୁରୁଲିଆର ବୁଦୱାନରେ ପହଞ୍ଚତ୍ଛି। ପର୍ଯ୍ୟଟନ ଋତୁରେ ବାଘ ଆତଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଙ୍ଗଲ ଅଞ୍ଚଳର ସମସ୍ତ ପିକ୍‌ନିକ୍‌ ସ୍ପଟ୍‌ ବନ୍ଦ ରଖାଯାଇଛି। ପରିସ୍ଥିତିକୁ ନଜରରେ ରଖି ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଜିନ୍ନତର ଗତିବିଧି ଉପରେ ନଜର ରଖିଛି। ସୁଯୋଗ ପାଇବା ମାତ୍ର ତାକୁ ଟ୍ରାଙ୍କୁଲାଇଜ୍‌ କରି ପୁଣି ଶିମିଳିପାଳ ଫେରାଇ ଅଣାଯିବ ବୋଲି ବିଭାଗ ସୂଚନା ଦେଇଛି। ଅନ୍ୟତମ ବାଘୁଣୀ ଯମୁନା ଶିମିଳିପାଳ ସୀମା ଅଞ୍ଚଳରେ ରହିଥିବା ନେଇ ଆର୍‌ସିସିଏଫ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

ସିଆର୍‌ପିଏଫ୍‌ର ନେତୃତ୍ୱ ନେବେ ସିମରନ୍‌ ବାଲା

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ନେତୃତ୍ୱ ନେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri