ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି) ବର୍ତ୍ତମାନ ଓଡ଼ିଶା ବଜାରରେ ଉପଲବ୍ଧ ବୋଲି ଜିନ୍ଦଲ ଗ୍ରୁପ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାର ଅନୁଗୋଳଠାରେ ବ୍ରାଣ୍ଡ୍‌ର ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ନିକଟରେ କାର୍ଯ୍ୟକ୍ଷମ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏବଂ ବାର୍ଷିକ ୧.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏହି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ରେ ସିମେଣ୍ଟ ପ୍ରସ୍ତୁତି ପାଇଁ କମ୍ପାନୀ (ବ୍ରାଣ୍ଡ୍‌)ର ଅନୁଗୋଳସ୍ଥିତ ଜେଏସ୍‌ପିଏଲ୍‌ ସମନ୍ବିତ ଇସ୍ପାତ କାରଖାନାରୁ ନିର୍ଗତ ବାର୍ଷିକ ପ୍ରାୟ ୧ମିଲିୟନ ଟନ୍‌ ବ୍ଲାଷ୍ଟ ଫର୍ନେସ ସ୍ଲାଗ୍‌ ବ୍ୟବହାର ହେବ,ଯାହା ସିମେଣ୍ଟ ଉତ୍ପାଦନ ପାଇଁ ସର୍ବନିମ୍ନ ପରିମାଣର କ୍ଲିଙ୍କର ବ୍ୟବହାର ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ଉଲ୍ଲେଖନୀୟ ଭାବେ କମ୍‌ କରିବ। ଗ୍ରୁପ୍‌ର ଏହି ପଦକ୍ଷେପ ମାଧ୍ୟମରେ କମ୍‌ କାର୍ବନ ସିମେଣ୍ଟ ଉତ୍ପାଦନରେ ଅଗ୍ରଣୀ ହେବାକୁ ଜେପିସି ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ଜେପିସିର ସିଇଓ ରୋହିତ ଭୋରା କହିଛନ୍ତି, ଆମର ଅନୁଗୋଳ ଗ୍ରାଇଣ୍ଡିଂ ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି, ଆମର ଲୋ-କାର୍ବନ ସିମେଣ୍ଟ ଓ ଅଭିନବ ବିପଣନ ବ୍ୟବସ୍ଥା ପୂର୍ବଭାରତର ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଦିଗରେ ଆମକୁ ସହଯୋଗ କରିବା ସହିତ ଏକ ସବୁଜ ପରିବେଶ ପାଇଁ ଯୋଗଦାନ କରିବ।
ସେହିଭଳି ସର୍ବନିମ୍ନ କାର୍ବନ ଓ ଉଚ୍ଚଗୁଣବତ୍ତା ବିଶିଷ୍ଟ ପୋର୍ଟଲାଣ୍ଡ ସ୍ଲାଗ୍‌ ଏବଂ କମ୍ପୋଜିଟ ସିମେଣ୍ଟକୁ କେନ୍ଦ୍ରୀୟ ଓ ପୂର୍ବ ଭାରତର ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଜେପିସିର ମିଶନ ରହିଛି। ଏପରିକି ବ୍ରାଣ୍ଡ୍‌ର ଅନୁଗୋଳ ଗ୍ରାଇଣ୍ଡିଂ ୟୁନିଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜେଏସ୍‌ପିଏଲ୍‌ର ଇସ୍ପାତ ଉତ୍ପାଦନ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାରକରି ସିମେଣ୍ଟ ଡିଭିଜନ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବା ସହିତ ଚିରସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ।
ଅପରପକ୍ଷରେ ଜେପିସି ୨୧୬୦କୋଟି ଟଙ୍କା ବିନିଯୋଗକରି ଅନୁଗୋଳ ଓ ରାୟଗଡ଼ାଠାରେ ବ୍ରାଣ୍ଡ୍‌ର ଉତ୍ପାଦନ କ୍ଷମତା ବାର୍ଷିକ ୭ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି ସମ୍ପ୍ରସାରଣ ଦ୍ବାରା ବଜାରରେ ଜେପିସିର ଉପସ୍ଥିତି ସୁଦୃଢ଼ ହେବା ସହିତ ବଢୁଥିବା ଭିତ୍ତିଭୂମି ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ସଷ୍ଟେନେବଲ୍‌ ନିର୍ମାଣ ସାମଗ୍ରୀ ଉପଲବ୍ଧ ହୋଇପାରିବ। ଏପରିକି ପୂର୍ବ ଭାରତର ଗୃହ ନିର୍ମାତା ପାଇଁ ପ୍ରଥମ ୱାନ୍‌ ଷ୍ଟପ୍‌ ସଲ୍ୟୁସନ ପ୍ରତିଷ୍ଠା କରିବାକୁ ଜେପିସି ସିମେଣ୍ଚ ଓ ଜେଏସ୍‌ପିଏଲ୍‌ର ରେବାର (ଛଡ଼) ସଂଯୁକ୍ତ ବିପଣନ ବ୍ୟବସ୍ଥା (କମନ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ) ଦ୍ୱାରା ବଜାରରେ ଉପଲବ୍ଧ ହେବ। ଜିନ୍ଦଲ ପାନ୍ଥର ବ୍ରାଣ୍ଡ୍‌ରେ ଏସବୁ ନିର୍ମାଣ ସାମଗ୍ରୀ ବିକ୍ରିହେବ,ସିମେଣ୍ଟ ଓ ରଡ୍‌ ଗୋଟିଏ ସ୍ଥାନରୁ ସୁବିଧା ଓ ଉଚିତ ଦରରେ ଗ୍ରାହକ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri