ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି) ବର୍ତ୍ତମାନ ଓଡ଼ିଶା ବଜାରରେ ଉପଲବ୍ଧ ବୋଲି ଜିନ୍ଦଲ ଗ୍ରୁପ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାର ଅନୁଗୋଳଠାରେ ବ୍ରାଣ୍ଡ୍‌ର ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ନିକଟରେ କାର୍ଯ୍ୟକ୍ଷମ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏବଂ ବାର୍ଷିକ ୧.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏହି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ରେ ସିମେଣ୍ଟ ପ୍ରସ୍ତୁତି ପାଇଁ କମ୍ପାନୀ (ବ୍ରାଣ୍ଡ୍‌)ର ଅନୁଗୋଳସ୍ଥିତ ଜେଏସ୍‌ପିଏଲ୍‌ ସମନ୍ବିତ ଇସ୍ପାତ କାରଖାନାରୁ ନିର୍ଗତ ବାର୍ଷିକ ପ୍ରାୟ ୧ମିଲିୟନ ଟନ୍‌ ବ୍ଲାଷ୍ଟ ଫର୍ନେସ ସ୍ଲାଗ୍‌ ବ୍ୟବହାର ହେବ,ଯାହା ସିମେଣ୍ଟ ଉତ୍ପାଦନ ପାଇଁ ସର୍ବନିମ୍ନ ପରିମାଣର କ୍ଲିଙ୍କର ବ୍ୟବହାର ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ଉଲ୍ଲେଖନୀୟ ଭାବେ କମ୍‌ କରିବ। ଗ୍ରୁପ୍‌ର ଏହି ପଦକ୍ଷେପ ମାଧ୍ୟମରେ କମ୍‌ କାର୍ବନ ସିମେଣ୍ଟ ଉତ୍ପାଦନରେ ଅଗ୍ରଣୀ ହେବାକୁ ଜେପିସି ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ଜେପିସିର ସିଇଓ ରୋହିତ ଭୋରା କହିଛନ୍ତି, ଆମର ଅନୁଗୋଳ ଗ୍ରାଇଣ୍ଡିଂ ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି, ଆମର ଲୋ-କାର୍ବନ ସିମେଣ୍ଟ ଓ ଅଭିନବ ବିପଣନ ବ୍ୟବସ୍ଥା ପୂର୍ବଭାରତର ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଦିଗରେ ଆମକୁ ସହଯୋଗ କରିବା ସହିତ ଏକ ସବୁଜ ପରିବେଶ ପାଇଁ ଯୋଗଦାନ କରିବ।
ସେହିଭଳି ସର୍ବନିମ୍ନ କାର୍ବନ ଓ ଉଚ୍ଚଗୁଣବତ୍ତା ବିଶିଷ୍ଟ ପୋର୍ଟଲାଣ୍ଡ ସ୍ଲାଗ୍‌ ଏବଂ କମ୍ପୋଜିଟ ସିମେଣ୍ଟକୁ କେନ୍ଦ୍ରୀୟ ଓ ପୂର୍ବ ଭାରତର ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଜେପିସିର ମିଶନ ରହିଛି। ଏପରିକି ବ୍ରାଣ୍ଡ୍‌ର ଅନୁଗୋଳ ଗ୍ରାଇଣ୍ଡିଂ ୟୁନିଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜେଏସ୍‌ପିଏଲ୍‌ର ଇସ୍ପାତ ଉତ୍ପାଦନ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାରକରି ସିମେଣ୍ଟ ଡିଭିଜନ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବା ସହିତ ଚିରସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ।
ଅପରପକ୍ଷରେ ଜେପିସି ୨୧୬୦କୋଟି ଟଙ୍କା ବିନିଯୋଗକରି ଅନୁଗୋଳ ଓ ରାୟଗଡ଼ାଠାରେ ବ୍ରାଣ୍ଡ୍‌ର ଉତ୍ପାଦନ କ୍ଷମତା ବାର୍ଷିକ ୭ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି ସମ୍ପ୍ରସାରଣ ଦ୍ବାରା ବଜାରରେ ଜେପିସିର ଉପସ୍ଥିତି ସୁଦୃଢ଼ ହେବା ସହିତ ବଢୁଥିବା ଭିତ୍ତିଭୂମି ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ସଷ୍ଟେନେବଲ୍‌ ନିର୍ମାଣ ସାମଗ୍ରୀ ଉପଲବ୍ଧ ହୋଇପାରିବ। ଏପରିକି ପୂର୍ବ ଭାରତର ଗୃହ ନିର୍ମାତା ପାଇଁ ପ୍ରଥମ ୱାନ୍‌ ଷ୍ଟପ୍‌ ସଲ୍ୟୁସନ ପ୍ରତିଷ୍ଠା କରିବାକୁ ଜେପିସି ସିମେଣ୍ଚ ଓ ଜେଏସ୍‌ପିଏଲ୍‌ର ରେବାର (ଛଡ଼) ସଂଯୁକ୍ତ ବିପଣନ ବ୍ୟବସ୍ଥା (କମନ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ) ଦ୍ୱାରା ବଜାରରେ ଉପଲବ୍ଧ ହେବ। ଜିନ୍ଦଲ ପାନ୍ଥର ବ୍ରାଣ୍ଡ୍‌ରେ ଏସବୁ ନିର୍ମାଣ ସାମଗ୍ରୀ ବିକ୍ରିହେବ,ସିମେଣ୍ଟ ଓ ରଡ୍‌ ଗୋଟିଏ ସ୍ଥାନରୁ ସୁବିଧା ଓ ଉଚିତ ଦରରେ ଗ୍ରାହକ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri