ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଲାଇଫ୍‌ ଷ୍ଟାଇଲର ଫେଷ୍ଟିଭ୍‌ କଲେକ୍ସନରେ ପାରମ୍ପରିକ ଏବଂ ଫ୍ୟୁଜନ୍‌ ସ୍ବଦେଶୀ ପରିଧାନର କାଳାତୀତ ଆକର୍ଷଣରୁ ଆରମ୍ଭ କରି ସମସାମୟିକ ପାଶ୍ଚାତ୍ୟ ଶୈଳୀର ଚମକପ୍ରଦ ଗ୍ଲାମର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କିଛି ନା କିଛି ସାମିଲ ରହିଛି। ଏହିସବୁ କଲେକ୍ସନରେ ଲାଳିତ୍ୟ ଓ ଆଭିଜାତ୍ୟର ଚମତ୍କାର ମିଶ୍ରଣ ସାମିଲ ରହିଛି। ବିଶେଷକରି ମହିଳାମାନଙ୍କ ଫେଷ୍ଟିଭ୍‌ କଲେକ୍ସନରେ ଜଟିଳ ପାଟର୍ନ ଏବଂ ଅସଲୀ ରଙ୍ଗରେ ସୁସଜ୍ଜିତ ବିଭିନ୍ନ ପ୍ରକାରର ଚମତ୍କାର ସ୍ବଦେଶୀ ପରିଧାନର ଅନେକ ବିକଳ୍ପ ସାମିଲ ରହିଛି, ପୁରୁଷଙ୍କ ପୋଷାକ କଲେକ୍ସନରେ କ୍ଲାସିକ୍‌ ପରମ୍ପରା ଏବଂ ଆଧୁନିକତାର ସ୍ପର୍ଶ ସହିତ ରହିଥିବା କୁର୍ତା ଏବଂ ଜ୍ୟାକେଟର ଏକ ସୁନ୍ଦର ରେଞ୍ଜ ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲର ଏଭିପି ଏବଂ ହେଡ୍‌ ଅଫ୍‌ ମାର୍କେଟିଂ ସୁଶ୍ରୀ ରୋହିଣୀ ହାଲାଦିଆ କହିଛନ୍ତି, ଆମେ ଆମର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍‌ କଲେକ୍ସନର ଅନାବରଣ କରି ବେଶ୍‌ ଉତ୍ସାହିତ ଅଛୁ। ଏହି କଲେକ୍ସନରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି, ଷ୍ଟୋର୍‌ ଏବଂ ଅନ୍‌ଲାଇନ ଉଭୟ ସ୍ଥାନରେ ଏହାକୁ ଦେଖିବା ଲାଗି ଆମ ଗ୍ରାହକମାନଙ୍କୁ ଆମେ ଆମନ୍ତ୍ରଣ କରୁଛୁ। ଏପରିକି ସେମାନେ ନିଜ ପାଇଁ ଏପରି ଏକ ପରିଧାନ ବାଛି ପାରିବେ, ଯାହା ସେମାନଙ୍କ ପାର୍ବଣର ଆନନ୍ଦକୁ ଆହୁରି ସ୍ବତନ୍ତ୍ର କରି ଦେବ।
ସେହିଭଳି ଚଳିତ ପାର୍ବଣ ଋତୁରେ ଗ୍ରାହକମାନେ ଆକର୍ଷଣୀୟ ଅଫର ମଧ୍ୟ ଉପଭୋଗ କରିପାରିବେ। ଏପରିକି ୫୦୦୦ଟଙ୍କାରେ କିଣାକିଣି କଲେ ୧୦୦୦ ଟଙ୍କାର ଆକର୍ଷଣୀୟ ଭାଉଚର ଓ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ସହ ୧୦% ତୁରନ୍ତ ରିହାତି ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?