ଏନକ୍ଲୋଜରରୁ ମୁକୁଳିଲା ‘ଜିନତ୍‌’

ବାରିପଦା,୨୬।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’ ଏନକ୍ଲୋଜରରୁ ମୁକୁଳିଛି। ରବିବାର ରାତିରେ ତାକୁ ଶିମିଳିପାଳର କୋର୍‌ ଅଞ୍ଚଳରେ ଛଡ଼ାଯାଇଛି। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜଙ୍ଗଲରୁ ଆସି ୧୦ ଦିନ ହେବ ଏନକ୍ଲୋଜରରେ ରହିବା ପରେ ଏବେ ସେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନରେ ଘୂରିବୁଲୁଛି। ‘ଜିନତ୍‌’ର ଚଳପ୍ରଚଳକୁ ନେଇ ତିନୋଟି ଟିମ୍‌ ପକ୍ଷରୁ ୨୪ ଘଣ୍ଟିଆ ଅନୁଧ୍ୟାନ ଜାରି ରହିଛି। ପୂର୍ବରୁ ଆସିଥିବା ବାଘୁଣୀ ଯମୁନା ଓ ଜିନତ୍‌ ଏବେ ଶିମିଳିପାଳ ଅଭୟାରଣ୍ୟରେ ନିର୍ଦ୍ୱନ୍ଦ୍ୱରେ ବିଚରଣ କରୁଥିବା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡା.ପ୍ରକାଶ ଚାନ୍ଦ ଗୋଗିନେନୀ ଜଣାଇଛନ୍ତି।
ଶିମିଳିପାଳରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ୨ଟି ମହାବଳ ବାଘୁଣୀଙ୍କୁୁ ଅଣାଯାଇଛି। ପ୍ରଥମେ ଯମୁନାକୁ ଛାଡ଼ିବା ପରେ ଜିନତ୍‌କୁ ରବିବାର ରାତିରେ ଛଡ଼ାଯାଇଛି। ଏନକ୍ଲୋଜରରେ ଜିନତ୍‌ ରହିବାର ୧୦ଦିନ ମଧ୍ୟରେ ତା’ର ଖାଦ୍ୟପେୟ ଓ ଗତିବିଧିକୁ ଡାକ୍ତରୀ ଦଳ ଅନୁଧ୍ୟାନ କରିଥିଲା। ଶିକାର କରି ଖାଇବା, ପାଣି ପିଇବା ଓ ଗାଧୋଇବା ଭଳି ଆଚରଣ ଦେଖି ତା’ର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ତାଲିମପ୍ରାପ୍ତ କର୍ମଚାରୀ ଓ ଡାକ୍ତରୀ ଦଳ ରିପୋର୍ଟ ପ୍ରଦାନ କରିଥିଲେ। ପରେ ଜିନତ୍‌କୁ ଛାଡ଼ିବା ପାଇଁ ବନ ବିଭାଗ ପକ୍ଷରୁ ତାରିଖ ଧାର୍ଯ୍ୟ ହେବା ସହ ରବିବାର ଏନକ୍ଲୋଜର ଗେଟ୍‌ ଖୋଲାଯାଇଥିଲା। ରାତି ୯ଟା ୩୦ ବେଳେ ଜିନତ୍‌ ଏନକ୍ଲୋଜରରୁ ବାହାରି ଜଙ୍ଗଲ ମଧ୍ୟକୁ ଯାଇଥିଲା। ଜିନତ୍‌ ଦେହରେ ଲାଗିଥିବା ରେଡିଓ କଲାରକୁ ନେଇ ତା’ର ଗତିବିଧି ଉପରେ ତାଲିମପ୍ରାପ୍ତ କର୍ମଚାରୀ ଓ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri