ଟାଇଗର-୩କୁ ଟକ୍କର ଦେବ ଜିଗର ଥଣ୍ଡା ଡବଲ ଏକ୍ସ, ୧୧ ସେପ୍ଟେମ୍ବରରେ ଟିଜର ଜାରି…

ମୁମ୍ବାଇ : ଏସଜେ ସୂର୍ଯ୍ୟ ଏବଂ ରାଘବ ଲରେନ୍ସଙ୍କ ଫିଲ୍ମ ଜିଗର ଥଣ୍ଡା ଡବଲ ଏକ୍ସ ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଏହା ଚର୍ଚ୍ଚାରେ ରହି ଆସିଛି। କାର୍ତ୍ତିକ ସୁବରାଜଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଜିଗର ଥଣ୍ଡା ଡବଲ ଏକ୍ସର ସୁଟିଂ ମଦୁରାଇରେ ଶେଷ ହୋଇଥିଲା। ଚଳଚ୍ଚିତ୍ରର ଯାତ୍ରା ୨୦୧୪ ମସିହାରେ ଜିଗର ଥଣ୍ଡା ସହିତ ଆରମ୍ଭ ହୋଇଥିଲା। ଏଥି ସହିତ, ଏହି କାହାଣୀ ବର୍ତ୍ତମାନ ହାଇ ଅକ୍ଟେନ ଆକ୍ସନ ଏଣ୍ଟଟେନମେଣ୍ଟ ଜିଗର ଥଣ୍ଡା ଡବଲ ଏକ୍ସ ଭାବେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପରଦାରେ ଆସିବାକୁ ଯାଉଛି। ଏହି ଧାରାବାହିକରେ ଫିଲ୍ମର ଟିଜର ରିଲିଜରେ ଏକ ବଡ ଅପଡେଟ ଆସିଛି, ଯାହା ଏହାକୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ କୌତୁହଳ ବଢ଼ାଇ ଦେଇଛି।
୨୦୧୯ରେ ରଜନୀକାନ୍ତଙ୍କ ଅଭିନୀତ ‘ପେଟା’ ରିଲିଜ ହେବା ପରେ କାର୍ତ୍ତିକ ସୁବରାଜଙ୍କର କୌଣସି ବ୍ଲକବଷ୍ଟର ଫିଲ୍ମ ନ ଥିଲା। ତେଣୁ, ଅନ୍ୟାନ୍ୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପରି କାର୍ତ୍ତିକ ମଧ୍ୟ ତାଙ୍କ କ୍ୟାରିୟରର ସବୁଠାରୁ ବଡ ବ୍ଲକବଷ୍ଟରଜିଗର ଥଣ୍ଡାର ଦ୍ୱିତୀୟ ଭାଗ କରିବାକୁ ଚେଷ୍ଟା କରିଛନ୍ତି। ନିର୍ଦ୍ଦେଶକ ଏହି ଫିଲ୍ମରେ ଅପଡେଟ ଶେୟାର କରି ଏକ ଟୁଇଟ କରିଛନ୍ତି। ଏଥିରେ ସେ କହିଛନ୍ତି ଏହାର ଟିଜର ସେପ୍ଟେମ୍ବର ୧୧ ରେ ୧୨ଟା ୧୨ ରେ ରିଲିଜ ହେବ। ଯାହା ଟିଜର ଅପେକ୍ଷା ଅଧିକ ଦମଦାର ହେବାକୁ ଯାଉଛି ।

ଫିଲ୍ମ ଜିଗର ଥଣ୍ଡା ଡବଲ ଏକ୍ସର ପୋଷ୍ଟର ଶେୟାର କରିବାବେଳେ ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜ ହ୍ୟାସଟ୍ୟାଗ ମାଧ୍ୟମରେ ଲେଖିଛନ୍ତି, ଜିଗର ଥଣ୍ଡା ଡବଲ ଏକ୍ସ ଦୀପାବଳି ଅବସରରେ ପ୍ରେକ୍ଷାଳୟକୁ ଆସିବ। ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ମଧ୍ୟ ଦିୱାଲୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ବଡ ପରଦାରେ ଦୁଇଟି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ହେବାର ଆଶା ରହିଛି।

ଦିୱାଲୀ ଅବସରରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରାଘବ ଲରେନ୍ସ ଏବଂ ଏସ.ଜେ ସୂର୍ଯ୍ୟଙ୍କ ଅଭିନୀତ ଆକ୍ସନ ଡ୍ରାମା ଜିଗର ଥଣ୍ଡା ଡବଲ ଏକ୍ସ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜ କହିଛନ୍ତି, ’ମୁଁ ଖୁସି ଦିୱାଲୀ ୨୦୨୩ ପାଇଁ ଜିଗର ଥଣ୍ଡା ଡବଲ ଏକ୍ସ ରିଲିଜ ତାରିଖ ଠିକ କରିପାରିଛୁ। ଏହା ଏକ ଉଚ୍ଚାଭିଳାଷୀ ପ୍ରୋଜେକ୍ଟ, ଯାହାର ପ୍ରଥମ ଭାଗ ଜିଗର ଥଣ୍ଡା ଦର୍ଶକଙ୍କ ଠାରୁ ଅପାର ପ୍ରେମ ଲାଭ କରିଥିଲା। ମୁଁ ନିଶ୍ଚିତ ଏହି ଚଳଚ୍ଚିତ୍ର ଏହାର ପ୍ରିକ୍ୱେଲର ଯୋଗ୍ୟ ଉତ୍ତରାଧିକାରୀ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri