ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି

ଥୁଆମୂଳ ରାମପୁର,୨୫।୦୧(ଦୁର୍ଗା କୀର୍ତ୍ତି):ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଅଡ୍ରି ପଞ୍ଚାୟତସ୍ଥିତ ଢୋଲଫାସ ଗ୍ରାମର ଜନସାଧାରଣ ଝିମକୀ ଡଙ୍ଗରଠାରେ ଥିବା ଇନ୍ଦ୍ରାବତୀ କୋଡକିଦୋର ନଦୀ ଦେଇ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼, କୋକସରା, ଭବାନୀପାଟଣା, ଥୁଆମୁଳ ରାମପୁର ଆଦି ସହର ବା ବ୍ଲକକୁ ଯାତାୟାତ କରିଥାନ୍ତି। ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦର ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ରୀ ସ୍କୁଲ, କଲେଜ ଯିବା ପାଇଁ ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ ବର୍ଷାଦିନ ସେହି ଇନ୍ଦ୍ରାବତୀ କୋଡକିଦୋର ନଦୀରେ ପାଣି ଆସିବା ଫଳରେ ଯାତାୟାତ କରିବା ଅସମ୍ଭବ ହେଉଛି। କୋଡକିଦୋର ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହୋଇ ପାରିଲେ ଉଭୟ ପଞ୍ଚାୟତର ଜନସାଧାରଣ, ପାଖ ପଡ଼ୋଶୀ ବାଟୋଇଙ୍କର ଓ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମ୍ଭବ ହୋଇପାରନ୍ତା ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ନାନ୍ଦାଏ ମାଝୀ ଏବଂ ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ ଆଶା ପୋଷଣ କରିଥିବାବେଳେ ନଦୀରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି। ବ୍ରିଜ ନିର୍ମାଣ ପାଇଁ ଉଭୟ ପଞ୍ଚାୟତର ଜନସାଧାରଣ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଲୋକ ସଭା ଏମ୍‌ପି ମାଳବିକା ଦେବୀ ଏବଂ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ବାରମ୍ବାର ଦାବିପତ୍ର ଦେଇଆସୁଥିଲେ ମଧ୍ୟ ଏହା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଜଣାପଡିଛି l
ସୂଚନାଯୋଗ୍ୟ, ପ୍ରତିଦିନ ମହୁଲ ପାଟଣା, ପୋଡ଼ା ପଦର, ତଳ ନାଗୀ, ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦରର ଅନେକ ପଞ୍ଚାୟତର ଶହଶହ ଜନସାଧାରଣ ଏହି ନଦୀ ରାସ୍ତା ଦେଇ ପାଦରେ ଯାତାୟାତ କରିଥାନ୍ତି। ହେଲେ ଅଧିକାଂଶ ସମୟରେ ପାଣି ସହ ବଡ଼ ବଡ଼ ପଥର ରହୁଥିବାରୁ ଜନସାଧାରଣ ୨୦ ରୁ ୩୦ କିଲୋମିଟର ବୁଲି କିମ୍ବା ଡୁମେର ପଦର-ଥୁଆମୂଳ ରାମପୁର କଲେଜ ଛକ ଦେଇ ମହୁଲ ପାଟଣା ଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଉଚ୍ଚ ସ୍ତରୀୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ବ୍ରିଜ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ମତ ରଖିଛନ୍ତି l
ଏପରି ସ୍ଥଳେ ଏହି ଅଞ୍ଚଳରେ ଆଜି ମଧ୍ୟ ଅଧିକାଂଶ ନଦୀ ଓ ନାଲ ଠାରେ ପୋଲର ଅଭାବ ରହିଅଛି। ଏହାଫଳରେ ଲୋକ ଓ ଛାତ୍ରୀଛାତ୍ର ବିଦ୍ୟାଳୟ/ମହାବିଦ୍ୟାଳୟ ଯିବା ଆସିବା କରିବାରେ ପ୍ରତିବନ୍ଧକ ସାଜିଛି ଏହିଠାରେ ଯଦି ଏକ ପୋଲ ର୍ନିମାଣ ହେବ ତେବେ ଆଞ୍ଚଳର ଅଧିକାଂଶ ଲୋକେ ଉପକୃତ ହୋଇପାରିବେ ଗ୍ରାମବାସୀ ପ୍ରଶାସନ ପାଖରେ ଗୁହାରି କରିଛନ୍ତି l

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri