ଝାଡ଼ଖଣ୍ଡୀ ହାତୀପଲ ନୀଳଗିରି ମୁହାଁ

ବାରିପଦା ଅଫିସ, ୨୮।୪: ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଝାଡଖଣ୍ଡରୁ ଏକ ବିଶାଳ ହାତୀପଲ ମଙ୍ଗଳାବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ପଶିଛନ୍ତି। ଏହି ପଲରେ ୭୦ରୁ ଉର୍ଦ୍ଧ୍ୱ ହାତୀ ଥିବାବେଳେ ବୁଧବାର ତମାମ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଅଟକି ରହିଛନ୍ତି। ରାତିରେ ଏହି ହାତୀପଲ ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟର ନୀଳଗିରି ମୁଖେ ଅଗ୍ରସର ହେବାକୁ ଥିବା ନେଇ ବନବିଭାଗ ପୂର୍ବାନୁମାନ କରିଛି।
ସୂଚନା ମୁତାବକ, ଝାଡଖଣ୍ଡରୁ ଆସିଥିବା ହାତୀପଲ ପଶ୍ଚିମବଙ୍ଗ ହୋଇ ରାସଗୋବିନ୍ଦପୁର ରେଞ୍ଜ୍‌ର ଜମ୍ଭୀରା ନଦୀ ପାର ହୋଇ ପ୍ରବେଶ କରିଛନ୍ତି। ପରେ ବେତନଟୀ ରେଞ୍ଜ ଅଧୀନ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଅଟକି ରହିଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସିଥିବା ଏହି ହାତୀପଲଙ୍କ ମଧ୍ୟରେ ଅନେକ ଦନ୍ତାହାତୀ ରହିଛନ୍ତି। ଧାନକ୍ଷେତ ଖାଲି ପଡିଥିବାରୁ ହାତୀପଲ ଜନବସତି ମୁହାଁ ହେବାକୁ ଥିବା ବେଳେ ବନବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି ା ହାତୀଙ୍କ ଗତିବିଧିକୁ ନଜରରେ ରଖି ଲୋକମାନେ ରାତି ତମାମ ଜାଗ୍ରତ ପ୍ରହରୀ ଭାବେ ସତର୍କ ଦୃଷ୍ଟି ଦେଇଛନ୍ତି। ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ପାଚିଲା ଧାନ ଖାଇବାକୁ ଆସି ନୀଳଗିରି ମୁହାଁ ହୋଇ ପୁନର୍ବାର ଜାନୁୟାରୀ ଓ ଫେବୃୟାରୀ ମାସରେ ବାହୁଡିଥାନ୍ତି ା ତେବେ ବିଶାଳ ହାତୀପଲଙ୍କ ଦାଉରୁ ଧନଜୀବନକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri