୫୩ ବର୍ଷ ବୟସରେ ଯୁକ୍ତ ୨ରେ ଆଡ୍‌ମିଶନ କଲେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀ

ରାଞ୍ଚି, ୧୦।୮: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ବର୍ତ୍ତମାନ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆଣିବା ସହିତ ନିଜେ ମଧ୍ୟ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେଥିଲାଗି ୫୩ ବର୍ଷ ବୟସରେ ଜଗରନାଥ ଯୁକ୍ତ ୨ରେ ଆଡ୍‌ମିଶନ କରିଛନ୍ତି। ସୋମବାର ସେ ବୋକାରୋ ଜିଲା ବରମୋ ବ୍ଲକ ଅନ୍ତର୍ଗତ ନଓ୍ବାଡିହସ୍ଥିତ ଦେବୀ ମହତୋ କଲେଜରେ ଯୁକ୍ତ ୨ କଳାରେ ନାମ ଲେଖାଇଛନ୍ତି। ଆଡ୍‌ମିଶନ ଫି’ ବାବଦକୁ ସେ ୧୧୦୦ ଟଙ୍କା ପୈଇଠ କରିଛନ୍ତି।
ପରେ ଜଗରନାଥ କହିଛନ୍ତି, ‘କ୍ଲାସ କରିବି ଏବଂ ମନ୍ତ୍ରଣାଳୟ ମଧ୍ୟ ପରିଚାଳନା କରିବି। ଏଥିସହ ଘରେ ଜମିବାଡ଼ି କାମ ମଧ୍ୟ ଦେଖିବି। ଯାହା ଦ୍ୱାରା ମୋ କାମରେ ଅନ୍ୟଲୋକ ମଧ୍ୟ ଅନୁପ୍ରାଣିତ ହେବେ।’ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ, ଜଗରନାଥ ୧୯୯୫ରେ ମାଟ୍ରିକ ପାସ୍‌ କରିବା ପରେ ଅଧ୍ୟୟନ ଛାଡ଼ିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଅଧିକାଂଶ ଲୋକ ପ୍ରଶ୍ନ ଉଠାଇଥିଲେ ଯେ, ଜଣେ ୧୦ମ ଶ୍ରେଣୀ ପାସ୍‌ କରିଥିବା ବ୍ୟକ୍ତି କେଉଁଭଳି ଶିକ୍ଷା ବିଭାଗ ସମ୍ଭାଳିବେ। ଏହାପରେ ଜଗରନାଥ ଉଚ୍ଚଶିକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ। ଏଡିଆର୍‌ ରିପୋର୍ଟ ମୁତାବକ, ନିର୍ବାଚନ ସମୟରେ ଦାଖଲ ସତ୍ୟପାଠ ଅନୁଯାୟୀ ଝାଡ଼ଖଣ୍ଡର ଏଭଳି ଅନେକ ମନ୍ତ୍ରୀ ରହିଛନ୍ତି ଯେଉଁମାନେ କି ଦଶମ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ବନ୍ନା ଗୁପ୍ତା (ସ୍ବାସ୍ଥ୍ୟମନ୍ତ୍ରୀ), ଚମ୍ପାଇ ସୋରେନ (ପରିବହନ ମନ୍ତ୍ରୀ), ଜୋବା ମଞ୍ଜି (ସାମାଜିକ କଲ୍ୟାଣ ମନ୍ତ୍ରୀ) ଓ ସତ୍ୟାନନ୍ଦ ଭୋକଟା (ଶ୍ରମ ମନ୍ତ୍ରୀ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri