ପାଣି ଘେରରେ ଝାଙ୍କରପାଲି ଆରଆର ବିସ୍ଥାପିତ କଲୋନୀ

ଲୋସିଂହା ୨।୮(ସୁଶାନ୍ତ ବାରିକ):ଲୋୟର ସୁକତେଲ ଡ଼୍ୟାମ ଯୋଗୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିସ୍ଥାପିତ ଡୁଙ୍ଗରୀପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ନିକଟସ୍ଥ ଝାଙ୍କରପାଲି ଆରଆର କଲୋନୀ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପରେ ଗ୍ରାମର ଦୁଇଶହ ପରିବାର ରହୁଛନ୍ତି। ଏଠାରେ ସର୍ବନିମ୍ନ ସୁବିଧା ଏବଂ ନିର୍ମାଣାଧୀନ ଘରେ ପାଣି ଗଳୁଥିବା ଅଭିଯୋଗ କରି ବିସ୍ଥାପିତ କଲୋନୀ ଆସିବାକୁ ସେମାନେ ନାରାଜ ଥିଲେ। କିନ୍ତୁ ନଛୋଡ ବନ୍ଧାଥିବା ଜିଲା ପ୍ରଶାସନ ବିସ୍ଥାପିତ ଗ୍ରାମବାସୀଙ୍କୁ ଜୋର ଜୁଲୁମ କରି ସ୍ଥାନାନ୍ତରଣ କରିଥିଲେ। ବିସ୍ଥାପିତଙ୍କ ଅଭିଯୋଗ ଆଧାରରେ ବଲାଙ୍ଗୀର ବିଧାୟକ ବିସ୍ଥାପିତ କଲୋନୀ ବୁଲି ସ୍ଥିତି ଅନୁଧ୍ୟାନ କରି ବିସ୍ଥାପିତ ଡୁଙ୍ଗରୀପାଲିବାସୀଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନକୁ ସମୀକ୍ଷା ବୈଠକ ଡାକି ବିସ୍ଥାପିତ ପ୍ରତି ହେଉଥିବା ଅନ୍ୟାୟ ଓ ଝଙ୍କାରପାଲି ଆରଆର କଲୋନୀ ଅବ୍ୟସ୍ଥାକୁ ନେଇ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆରଆର କଲୋନୀର ଅବ୍ୟବସ୍ଥା ଶୀଘ୍ର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନର ଅବହେଳାରୁ ତାହା କାର୍ଯ୍ୟକାରୀ ନ ହୋଇ ନିର୍ଦ୍ଦେଶରେ ସୀମିତ ହୋଇ ରହିଛି ବୋଲି ବିସ୍ଥାପିତ କଲୋନୀବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ସକାଳ ୧୦ ଟା ରୁ ବର୍ଷା ହେଉଛି। ୨୪ଘଣ୍ଟାରୁ ଅଧିକ ସମୟ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ବିସ୍ଥାପିତ କଲୋନୀରେ ବର୍ଷା ପାଣି ଜମି ରହିଛି। ନିଷ୍କାସନ ସୁବିଧା ନ ଥିବାରୁ ପାଣି ଘେରରେ ବିସ୍ଥାପିତ ଡୁଙ୍ଗରୀପାଲି ବାସୀ ରହିଛନ୍ତି। ନିକଟରେ ମାଡା ଜୋର୍‌ ଯାଇଥିବା ବନ୍ୟା ପାଣି ମାଡ଼ି ଆସିବା ଆଶଙ୍କା ରେ ଆତଙ୍କିତ ହୋଇ ପଡିଛନ୍ତି ବିସ୍ଥାପିତ। ପାଣି ବିଦ୍ୟୁତ ସରବରାହ ବନ୍ଦ କରି ବର୍ଷା ଦିନରେ ବଳପୂର୍ବକ ସ୍ଥାନାନ୍ତରଣ କରାଗଲା। ହେଲେ ପ୍ରଶାସନ ଆଦୂରଦର୍ଶିତା ଯୋଗୁ ଅସ୍ଥାୟୀ କ୍ୟାମ୍ପରେ ସମସ୍ୟା ଭୋଗୁଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି। ପାଣି ଘେରରେ ରହିଥିଲେ ବି ସେଠାକୁ ପ୍ରଶାସନ ର ପାଦ ପଡି ନ ଥିବା ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri