ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର

ଆନନ୍ଦପୁର,୩୦ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଅଞ୍ଚଳର ପ୍ରଫୁଲ୍ଲ ନାଥଙ୍କ ଘରୁ ବନ୍ଧୁକ ଦେଖାଇ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ଅନଲାଇନ ଗେମ୍‌ ଖେଳିବା ପାଇଁ ପୁଅ ନିଜେ ଘରୁ ଲୁଟ୍‌ କରି ସୁନା ଅଳଙ୍କାର ବନ୍ଧକ ରଖିଥିଲେ। ପୁଅଙ୍କ ଦୋଷ ଲୁଚାଇବାକୁ ମା’ ମଧ୍ୟ ନାଟକରେ ସାମିଲ ହୋଇଥିଲେ। ରବିବାର ଅଭିଯୁକ୍ତ ପୁଅ ରାଜେନ୍ଦ୍ର ନାଥ (୩୨)ଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୫ରେ ଫକୀରପୁର ସିଟି ସ୍କୁଲ ସମ୍ମୁଖ ପ୍ରଫୁଲ୍ଲ ନାଥଙ୍କ ଘରେ ବନ୍ଧୁକଧାରୀ ଦୁର୍ବୃତ୍ତ ପଶିଥିଲେ। ବନ୍ଧୁକ ଦେଖାଇ ଘରେ ଥିବା ସୁନା ଅଳଙ୍କାର ନେଇଯାଇଥିଲେ। ପୁଷ୍ପାଞ୍ଜଳୀ ନାଥଙ୍କ ଅଭିଯୋଗ ଆଧାରରେ ଆନନ୍ଦପୁର ପୋଲିସ ଏକ ମାମଲା(ନଂ.୮୩/୨୦୨୫) ରୁଜୁ କରି ତନ୍ତନ୍ତ ଆରମ୍ଭ କରିଥିଲା। ଘଟଣାରେ ରାଜେନ୍ଦ୍ର ଜଡ଼ିତ ଥିବା ଜଣାପଡ଼ିବା ପରେ ପଚରାଉଚରା ବେଳେ ସବୁ ସତ ମାନିଥିଲେ। ଅଭିଯୁକ୍ତଙ୍କ ବୟାନ ଆଧାରରେ ଗୋଟିଏ ସୁନା ଚେନ୍‌, ଗୋଟିଏ ମଙ୍ଗଳସୁତ୍ର, ୬ ଗୋଟି କାନ ନୋଳି, ଗୋଟିଏ ହଳ ସୁନାମୁଦି, ଗୋଟିଏ ହଳ କାନଫୁଲ ଜବତ କରାଯାଇଛି।

ଅନ୍‌ଲାଇନ୍‌ ଗେମ୍‌ ଖେଳିବା ପାଇଁ ପୁଅ ରାଜେନ୍ଦ୍ର ଘରେ ଥିବା ସମସ୍ତ ଅଳଙ୍କାର ଲୁଟି ନେଇ ବନ୍ଧକ ରଖିଥିଲେ। ପୁଅଙ୍କ ଏହି ଘଟଣା ସ୍ବାମୀଙ୍କ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ପୁଷ୍ପାଞ୍ଜଳୀ ଏଭଳି ନାଟକ କରିଥିଲେ। ଖବରଦାତା ସମ୍ମିଳନୀରେ ଆନନ୍ଦପୁର ଥାନା ଅଧିତ୍କାରୀ ଫନିନ୍ଦ୍ର କୁମାର ନାୟକଙ୍କ ସମେତ ତଦନ୍ତକାରୀ ପୋଲିସ ଦଳ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri