ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ଶ୍ରୀହରି ନଗରରୁ ଗତବର୍ଷ ନଭେମ୍ବରରେ ହୋଇଥିବା ସୁନା ଗହଣା ଚୋରି ଘଟଣାରେ ଗୁରୁବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ଶ୍ରୀହରି ନଗର ନିବାସୀ ଅଳଙ୍ଗ ଓରଫ୍ ଅଲଙ୍କାର ମଲ୍ଲିକ(୨୪)। ତାଙ୍କ ପାଖରୁ ପୋଲିସ ଚୋରି ହୋଇଥିବା ସୁନା ଗହଣା ଉଦ୍ଧାର କରିଛି। ଗତବର୍ଷ ନଭେମ୍ବର ୨୯ତାରିଖ ଶ୍ରୀହରି ନଗର ନିବାସୀ ଭାଗୀରଥି ବାଗଙ୍କ କବାଟରେ ଦିଆଯାଇଥିବା ତାଲା ଭାଙ୍ଗି ଘରେ ଥିବା ସୁନା, ରୁପା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିଲା। ଭାଗୀରଥି ଏ ନେଇ ସ୍ଥାନୀୟ ସଦର ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ-୪୧୫/୨୫) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତରେ ଗିରଫ ଅଭିଯୁକ୍ତ ଅଳଙ୍ଗ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା। ତାଙ୍କ ପାଖରୁ ଗୋଟିଏ ସୁନାଚେନ, ଗୋଟିଏ ସୁନା ଲକେଟ୍, ସୁନା କାନଫୁଲ, ମଙ୍ଗଳସୂତ୍ର, ରୁପା ନିର୍ମିତ ପାଉଁଜି ଆଦି ପୋଲିସ ଜବତ କରିଥିଲା।
Dharitri – Odisha’s No.1 Odia Daily


