Categories: ବାଣିଜ୍ୟ

ପୁଣି ଉଡ଼ିବ ଜେଟ୍‌ ଏୟାରଓ୍ବେଜ୍‌

ନୂଆଦିଲ୍ଲୀ,୨୬।୬: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରୱେଜ୍‌ ପୁଣି ଥରେ ଯାତ୍ରୀ ସେବା ଯୋଗାଇବ ବୋଲି ସୂଚନା ମିଳିଛି। ଏପରିକି କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପରିଚାଳନାଗତ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ସହ ବିମାନ କମ୍ପାନୀ କ୍ୟାବି କ୍ରୁ ଓ ପୂର୍ବତନ କର୍ମଚାରୀଙ୍କୁ ପୁଣି ଥରେ ଏୟାରଲାଇନ୍ସକୁ ଫେରିବା ନିମନ୍ତେ ଯୋଗାଯୋଗ କରାଯାଇଛି। ଜେଟ୍‌ ଏୟାରୱେଜର ପରିଚାଳନା ନିଯୁକ୍ତି ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ବିମାନକ୍ଷେତ୍ରର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ମେ ୨୦ରୁ ଏୟାରଲାଇନକୁ କମର୍ସିଆଲ ପରିଚାଳନା ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସଞ୍ଜୀବ କପୁର ଏ ସମ୍ପର୍କରେ ଟୁଇଟ କରିଛନ୍ତି। ଏୟାରଲାଇନ୍ସ ଆଗାମୀ ଦିନରେ ପାଇଲଟ ଓ ଇଞ୍ଜିନିୟର ନିଯୁକ୍ତି ଆରମ୍ଭ କରିବ। ଏୟାରଲାଇନ୍ସର ବାଣିଜି୍ୟକ ପରିଚାଳନା ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।

Share