ପୁଣି ଜେଫ୍‌ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ

ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ ଏହି ପଦବୀ ହାସଲ କରିଛନ୍ତି। ଟେସଲା ଇନ୍ସର ଶେୟାରଗୁଡିକ ମଙ୍ଗଳବାର କମିଯାଇଥିବାରୁ ମସ୍କ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ରିପୋର୍ଟ ଅନୁଯାୟୀ, ଜେଫ ବେଜୋସଙ୍କ ମୋଟ ସମ୍ପତ୍ତି ହେଉଛି ୧୯୧ ମିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୧୪.୧୦ ଲକ୍ଷ କୋଟି। ବେଜୋସ ଗତ ତିନି ବର୍ଷରୁ ଅଧିକ ସମୟ ଧରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ଜାନୁୟାରୀ ୨୦୨୧ରେ, ମସ୍କ ତାଙ୍କୁ ପଛରେ ପକାଇ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ବେଜୋସଙ୍କ ସମ୍ପତ୍ତି ମସ୍କ ଠାରୁ ୯୫.୫ କୋଟି ଡଲାରରୁ ଅଧିକ ରହିଛି।

Share