୩୦ ଥର ଟେକ୍‌ ନେବା ପରେ ମଧ୍ୟ ଡାଏଲଗ୍‌ କହି ପାରି ନଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜିତେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ସେ ନିଜ କ୍ୟାରିୟରରେ ମଧ୍ୟରେ ଅନେକ ପ୍ରକାରର ଫିଲ୍ମରେ ଅଭିନୟ କରିଛନ୍ତି। ୬୦ରୁ ୯୦ ଦଶକ ମଧ୍ୟରେ ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସେ ହିନ୍ଦୀ ସିନେମାର ଏକମାତ୍ର ଅଭିନେତା ଯିଏକି ତାଙ୍କ କ୍ୟାରିଅରରେ ୮୦ଟି ରିମେକ ଫିଲ୍ମରେ କାମ କରିଛନ୍ତି। ପ୍ରାୟ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି। ସେ ୭ ଏପ୍ରିଲ ୧୯୪୨ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରବି କପୁର। ବଲିଉଡର ସଫଳତା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଜିତେନ୍ଦ୍ର ମୁମ୍ବାଇର ଏକ କୁଡିଆ ଘରେ ରହୁଥିଲେ। ତାଙ୍କ ବାପା ଫିଲ୍ମରେ ଅଳଙ୍କାର ଯୋଗାଉଥିଲେ। କଲେଜରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ହୃଦଘାତ ହୋଇଥିଲା। ସେହି ସମୟରେ ଘର ଚଳାଇବା ପାଇଁ ଅସୁବିଧା ହୋଇଥିଲା। ଏଭଳି ପରିସ୍ଥିତିରେ ଜିତେନ୍ଦ୍ର ଫିଲ୍ମ ନିର୍ମାତା ଶାନ୍ତାରାମଙ୍କୁ ଭେଟିଥିଲେ। ଜିତେନ୍ଦ୍ର ତାଙ୍କୁ ଫିଲ୍ମରେ କାମ କରିବାକୁ କହିଥିଲେ, ସେ କହିଥିଲେ ଯେ ଯଦି ତୁମେ ଚେଷ୍ଟା କରିବାକୁ ଚାହୁଁଛ, ତାହା କର, କିନ୍ତୁ ମୁଁ ତୁମକୁ କୌଣସି କାମ ଦେବି ନାହିଁ। ପରେ ଜିତେନ୍ଦ୍ରଙ୍କୁ ଶାନ୍ତାରାମ ଡାକିଥିଲେ।

ଫିଲ୍ମ ପାଇଁ ଶାନ୍ତାରାମ ଜିତେନ୍ଦ୍ରଙ୍କ ସ୍କ୍ରିନ ପରୀକ୍ଷା ଦେଇଥିଲେ। ୩୦ ଟି ଟେକ ସତ୍ତ୍ୱେ ଜିତେନ୍ଦ୍ର ଡାଏଲଗ୍‌ ସଠିକ ଭାବରେ କହିପାରି ନ ଥିଲେ। ତଥାପି ଫିଲ୍ମ ପାଇଁ ‘ ଗିତ୍‌ ଗାୟା ପଥରୋଁସେ’ ରେ ସେ କାମ କରିଥିଲେ। ଶାନ୍ତାରାମ ହିଁ ତାଙ୍କ ନାମ ରବି କପୁରରୁ ଜିତେନ୍ଦ୍ରରେ ପରିବର୍ତ୍ତନ କରିଥିଲେ। ସେତେବେଳେ ଜିତେନ୍ଦ୍ରଙ୍କ ମାସକୁ ଦରମା ୧୦୦ ଥିଲା।

Share