ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ଉଚିତ, ଏହା ବିହାରର ଲୋକଙ୍କ ମଧ୍ୟ ଇଚ୍ଛା। ସେ ଉଲ୍ଲେଖ କରିଛନ୍ତି ଯେ, ନୀତୀଶ କୁମାର ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହା ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ପଦରେ ରହିଥିଲେ । ତେଣୁ, ତାଙ୍କ ଅଭିଜ୍ଞତାକୁ ଉପଯୋଗ କରାଯିବା ଉଚିତ।
ପୂର୍ବରୁ, ବରିଷ୍ଠ ଆରଜେଡି ନେତା ମୁକେଶ ରୋଶନ ମଧ୍ୟ ନୀତୀଶ କୁମାରଙ୍କୁ କେନ୍ଦ୍ରରେ ଏକ ପ୍ରମୁଖ ଦାୟିତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସେ ପ୍ରସ୍ତାବ ଦେଇଥିଲେ ଯେ ନୀତୀଶ କୁମାରଙ୍କୁ ରେଳ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଇ ଉପପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା, ଏହା ବିହାର ପାଇଁ ଗର୍ବର ବିଷୟ ହେବ।