ଚୋରି ଜେସିବି ବିକ୍ରି ଅଭିଯୋଗ, ଦୁଇ ଗିରଫ

କୋକସରା,୧୩ା୪(ଡି.ଏନ୍‌.ଏ.): ଜେସିବି ଚୋରି କରି ଜନୈକ କବାଡ଼ି ବ୍ୟବସାୟୀ ନିକଟରେ ବିକ୍ରି କରିବା ଘଟଣା କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୋକସରା ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଏକ ଠିକାସଂସ୍ଥାରେ ବିହାର ରାଜ୍ୟର ଜଣେ ଗାଡ଼ି ମାଲିକ ଶ୍ୟାମ ସୁନ୍ଦର ସିଂ ନିଜର ପ୍ରୋକୋଲିନ୍‌ ଗାଡ଼ିକୁ ଦେଇଥିଲେ। କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ନିକଟରେ ଠିକାସଂସ୍ଥାର କ୍ୟାମ୍ପ୍‌ରେ ରହିଥିଲା। କ୍ୟାମ୍ପ୍‌ ଉଠିଯିବା ପରେ ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକ କପିଳେଶ୍ୱର ଭାଟିକୁ ଗାଡ଼ି ଦେଖାରେଖା କରିବା ପାଇଁ ନିୟୋଜିତ କରାଯାଇଥିଲା। ଗତ ୮ ତାରିଖ ଶୁକ୍ରବାର ଗାଡ଼ି କ୍ୟାମ୍ପ୍‌ରେ ନ ଥିବା ଦେଖି ଏ ନେଇ କପିଳେଶ୍ୱର ଭାଟି ଗାଡ଼ି ମାଲିକଙ୍କୁ ଫୋନ୍‌ କରିବାରୁ ସେ ଗାଡ଼ି ଆଣି ନ ଥିବା କହିଥିଲେ। ପରେ ସ୍ଥାନୀୟ କିଛି ପ୍ରତ୍ୟକ୍ଷଦର୍ଶୀ ଚିକିଳି ଗ୍ରାମର ଶୈଳେନ୍ଦ୍ର ସାହୁ ଦୁଇଟି ଜେସିବିକୁ ଟ୍ରେଲରରେ ଲଦି ନେଇଥିବା ଜାଣିବାକୁ ପାଇଥିଲେ। ମାଲିକ ଶ୍ୟାମ ସୁନ୍ଦର ସିଂଙ୍କୁ ଜଣାଇବା ପରେ ଏ ନେଇ ଗତ ଶନିବାର ୯ ତାରିଖରେ କୋକସରା ଥାନାରେ ଗାଡ଼ି ମାଲିକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଶୈଳେନ୍ଦ୍ର ସାହୁ (୫୫)କୁ ଥାନାରେ ଆଣି ଅଟକ ରଖିବା ସହ ପଚରାଉଚରା ପରେ ସେ ଗାଡ଼ି ଚୋରି କରି ନେଇଥିବା ମାନିଥିଲେ। ଧର୍ମଗଡ଼ର ଜଣେ କବାଡ଼ି ବ୍ୟବସାୟୀ ତରୁଣ କୁମାର ଅଗ୍ରଓ୍ବାଲ(୩୫)ଙ୍କ ନିକଟରେ ବିକ୍ରି କରିଥିବା କହିଥିଲେ। ପୋଲିସ ଧର୍ମଗଡ଼ରୁ ତରୁଣ ଅଗ୍ରଓ୍ବାଲଙ୍କୁ ମଧ୍ୟ ଗିରଫ କରି ବୁଧବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏ ନେଇ କୋକସରା ଥାନା କେସ୍‌ ନମ୍ବର ୮୫/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଓ ପ୍ରୋକୋଲିନ୍‌କୁ ନେବାରେ ବ୍ୟବହୃତ ହୋଇଥିବା ଓଡି ୦୮ ଜି ୩୬୯୨, ଓଡି ୦୮ ଜେ ୨୫୯୨ ନମ୍ବରର ଦୁଇଟି ହାଇଡ୍ରା ଓ ଓଆର୍‌ ୦୮ ଡି ୩୧୯୨ ନମ୍ବରର ଟ୍ରେଲର ଏଭଳି ତିନୋଟି ଗାଡ଼ିକୁ ଜବତ କରିଥିବା କୋକସରା ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri