ପ୍ରଭାବ ଦେଖାଇଲେ ଜୟନାରାୟଣ

ସମ୍ବଲପୁର,୨୬।୬(ଭବାନୀ ଶଙ୍କର ଭୋଇ): ଦୀର୍ଘ ୫ ଥର ସମ୍ବଲପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ନିଜର ଖାସ ଅନ୍ଦାଜ ପାଇଁ ସାରା ରାଜ୍ୟରେ ପରିଚିତ। ବିଜେଡି -ଭାଜପା ମିଳିତ ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ପରେ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରି ସଶକ୍ତ ବିରୋଧୀ ଦଳର ନେତା ଭୂମିକା ନିଭେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ପଞ୍ଚମ ପାଳିରେ ଭାଜପା ସରକାରରେ ଦଳର ବରିଷ୍ଠ ଏବଂ ଅନୁଭବୀ ବିଧାୟକ ଭାବେ ସେ ମନ୍ତ୍ରୀ ହେବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ କୌଣସି କାରଣରୁ ମନ୍ତ୍ରୀ ପଦ ପାଇଲେ ନାହିଁ। ଏହା ପରେ ତାଙ୍କର ସମର୍ଥକ ନିରାଶ ହେଲେ। ଗତ କିଛି ବର୍ଷ ହେବ ଅସୁସ୍ଥତା କାରଣରୁ ସେ କିଛି ଦିନ ଚିକିତ୍ସାଧୀନ ରହି ସାମାଜିକ ଜୀବନରୁ ଦୂରେଇ ଯାଇଥିଲେ। ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ସେ ତାଙ୍କର ପୁରୁଣା ସ୍ଥିତିକୁ ଫେରିଥିବା ନେଇ ସମର୍ଥକ ଦାବି କରୁଥିଲେ। ବିଧାନସଭା ନିର୍ବାଚନ ପରେ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ପ୍ରଶାସନର ବିଭିନ୍ନ ବିଭାଗ ସହ ସମୀକ୍ଷା ବୈଠକରେ ଜୟନାରାୟଣ ନିଜର ପତିଆରା ଜାହିର କରି ବିଭିନ୍ନ ବିଭାଗର ଖାମଖିଆଲ କାର୍ଯ୍ୟଧାରାକୁ ଲୋକଲୋଚନକୁ ଆଣିଥିଲେ। ପୂର୍ବରୁ ମଧ୍ୟ ବିଧାୟକ ଥିବା ସମୟରେ ଲୋକଙ୍କ ବିଭିନ୍ନ ଅସୁବିଧା ବିଷୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ତାଗିତା କରୁଥିଲେ। ହେଲେ ବିରୋଧୀ ଦଳରେ ରହିଥିବା କାରଣରୁ ଅଧିକାରୀମାନେ ଖାମଖିଆଲ ମନୋଭାବ ପୋଷଣ କରୁଥିବା ଦେଖାଯାଉଥିଲା। ହେଲେ ଏବେ ସେ ସରକାରୀ ଦଳରେ ଆଉ ପୁରୁଣା ଫର୍ମରେ। ବିଭିନ୍ନ ବିଭାଗର ବିକାଶ କାମର ସମୀକ୍ଷା କରିବା ସମୟରେ ଅନେକ ଅଧିକାରୀ ଖାମଖିଆଲ ଭାବରେ ବିନା ତଥ୍ୟରେ ସମୀକ୍ଷା ବୈଠକକୁ ଆସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଜୟନାରାୟଣ ସିଧାସଳଖ ଅଧିକାରୀଙ୍କୁ ତାଗିଦା କରୁଥିଲେ ତଥ୍ୟ ନାହିଁ ତ କାହିଁକି ଆସିଛ। ଜଳସେଚନ ବିଭାଗର ଅଧିକାରୀ ଧୋବିଜୋର ନାଳା ସଫେଇ ଜାରି ରହିଥିବା ନେଇ ଖାମଖିଆଲ ଭାବେ ତଥ୍ୟ ଦେଇଥିଲେ। ଧୋବିଯୋରରୁ କେବଳ ଉପରେ ଭାସୁଥିବା ଦଳଗୁଡିକୁ ସଫା କରାଯାଉଥିବାବେଳେ ନାଳାରେ ଜମା ହୋଇଥିବା ମାଟି ଆଦୌ ଉଠାଯାଉ ନ ଥିବା ଅଭିଯୋଗ ହେଉଛି। ଜୟନାରାୟଣ ମିଶ୍ର ପଚାରିଥିଲେ, ଏବେ କେଉଁଠି ସଫା ହେଉଛି, ସେକଥା କୁହ ଆଉ ବୈଠକ ପରେ ଯାଇ ଦେଖିବା ଆପଣଙ୍କ ବିଭାଗର କାମ କେମିତି ଚାଲିଛି। ନାଳ ସଫା ଠିକ ଭାବରେ କରାଯାଉନାହିଁ। କାଲି ବନ୍ୟା ହେଲେ ଆମେ କି ଉତ୍ତର ଦେବୁ। ପୁଣି ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ ହେଉକି ସ୍ବରେଜ ବିଭାଗର କାମକୁ ନେଇ ସମୀକ୍ଷା ସମୟରେ ଜନସାଧାରଣଙ୍କ ଅସନ୍ତୋଷକୁ ନେଇ ଅଧିକାରୀମାନଙ୍କୁ ତାଗିଦା କରିଥିଲେ। ନବୀନ ସରକାର ଷ୍ଟାଡିୟମକୁ ଭାଙ୍ଗି ୩୦୦ କୋଟି ଟଙ୍କାରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ଘୋଷଣା କରିଥିଲେ। ତରବରିଆ ଭାବେ ଆଖପାଖର ସମସ୍ତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଦେଇଥିଲେ। ଜୟନାରାୟଣ ପଚାରିଥିଲେ, କେତେ ଟଙ୍କା ଆସିଛି ଆଉ ବର୍ତ୍ତମାନର ସ୍ଥିତ କଣ। ସବୁକିଛି ଯୋଜନାରେ ଅଟକିଥିବା ଜାଣିବା ପରେ ସବୁ ବିଭାଗୀୟ କାର୍ଯ୍ୟାଳୟକୁ ନିଜ ପୁରୁଣା ଜାଗାକୁ ଫେରାଇ ଆଣିବାକୁ ପ୍ରଶାସନକୁ କହିଥିଲେ। ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ରାସ୍ତାର ଅବସ୍ଥା ସୁଧୁରିଥିବା ନେଇ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ତଥ୍ୟ ଦେଇଥିଲେ। ଏହା ପରେ ଜାତୀୟ ରାଜପଥ ଅଧିକାରୀ ଖୁବ୍‌ଶୀଘ୍ର କାମ ସାରିବା ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ। ଏବେ ଜୟନାରାୟଣ ପୁରୁଣା ଫର୍ମକୁ ଫେରିବା ପରେ ବହୁ ଦିନରୁ ସମ୍ବଲପୁରରେ ଚାଲିଥିବା ଅଫିସର ବେଖାତିର ମନୋଭାବ ଦୂର ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri