ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ, କହିଲେ…

ଭୁବନେଶ୍ୱର,୧୧।୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ। ଏପରିକି ରାଜ୍ୟ ସଙ୍ଗୀତ, ରାଜ୍ୟ ପତାକା ରହିପାରିବ ନାହିଁ। କେନ୍ଦ୍ରର ଗୋଟିଏ ଜାତୀୟ ସଙ୍ଗୀତ, ଗୋଟିଏ ଜାତୀୟ ପତାକା। ଉତ୍କଳ, କଳିଙ୍ଗ, କୋଶଳ ମିଶି ଓଡ଼ିଶା ହୋଇଛି ବୋଲି ଜୟନାରାୟଣ କରିଛନ୍ତି। ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ପ୍ରଶଂସା ରହିଛି। ବନ୍ଦେ ଓଡ଼ିଶା ଜନନୀ ହେଲେ ମୋର ଆପତ୍ତି ନାହିଁ। ସମସ୍ତ ଅଞ୍ଚଳର ବିକାଶ ହେଲେ ଓଡ଼ିଶାର ବିକାଶ ହେବ ବୋଲି ଗଣମାଧ୍ୟମ ଆଗରେ ସମ୍ବଲପୁର ବିଧାୟକ ଜୟନାରାୟଣ କହିଛନ୍ତି।

ସୂଚନା ଯୋଗ୍ୟ, ଗତ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦ୍ୱିତୀୟ କିସ୍ତି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଅଡିଟୋରିୟମରେ ଆୟୋଜନ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ।

ଜୟନାରାୟଣ ଭାଷଣରେ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ପାତରଅନ୍ତର କରୁଥିବା ଏବଂ ଏଠାକାର ଭାଷା ସଂସ୍କୃତିକୁ ଦବେଇ ଦେବାର ଷଡଯନ୍ତ୍ର କରୁଥିବା ନେଇ ଗମ୍ଭୀର ଅଭିଯୋଗ ଅଣିଥିଲେ।

ଏପରିକି ଭାଷଣରେ କହିଥିଲେ, ସମ୍ବଲପୁରର ଲୋକମାନଙ୍କୁ ଜାଣି ରଖିବା କଥା ଉତ୍କଳ କହିଲେ କଟକ, ପୁରୀ, ବଲେଶ୍ୱର । ଉତ୍କଳ, କଳିଙ୍ଗ, କୋଶଳ ମିଶି ଓଡ଼ିଶା ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ଗାଇବ, ବାକି କୋଶଳ ଏବଂ କଳିଙ୍ଗର ସମ୍ମାନ କିଛି ନାହିଁ। ଆମର ଅର୍ଥ, ଜଙ୍ଗଲ, ପାଣି, ଚାଷା, ଚାକିରି ସବୁଥିରେ ଶୋଷଣ କଲ। ତା’ ସହିତ ଆଜି ତୁମେ ସାଂସ୍କୃତିକ ଭାବେ ମଧ୍ୟ ଆମକୁ ଶୋଷଣ କରିବାକୁ ଚାହୁଁଛ ବୋଲି କହିଥିଲେ। ପୂର୍ବରୁ ମଧ୍ୟ ସେ ବିରୋଧୀ ଦଳରେ ଥିବା ସମୟରେ ଓଡ଼ିଶା ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା କଥା କହି ଆସୁଥିଲେ।

ଅନ୍ୟପକ୍ଷେ କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣଙ୍କ ବୟାନ ଦେବା ପରେ କୋଶଲ ଆନ୍ଦୋଳନ ତେଜି ଉଠିଛି। ସୋମବାର ସନ୍ଧ୍ୟାରେ କୋଶଲ ସେନାର ସଂଗ୍ରାମୀମାନେ ବରଗଡ଼ ଗାନ୍ଧୀଛକରେ ସମବେତ ହୋଇ ଜୟନାରାୟଣଙ୍କ ବୟାନକୁ ସମର୍ଥନ କରିଥିଲେ।

ଏହା ସହିତ ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିଥିଲେ। ଏହି କ୍ରମରେ କୋଶଲ ସଂଗ୍ରାମୀମାନେ ବନ୍ଦେ ଉତ୍କଳ ଜନନୀ ଲେଖାଥିବା ବ୍ୟାନର ଜାଳିଥିଲେ ଏବଂ ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି କରିଥିଲେ। ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ସ୍ବର ଉଠାଇବା ପାଇଁ ସେମାନେ ଆହ୍ବାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

India-US Trade Deal: ‘ବନ୍ଧୁ ଆଉ ବନ୍ଧୁ ହୋଇ ରହିଲେ ନାହିଁ…’, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାତୀୟ ରାଜନୀତିକୁ ଉଷ୍ମ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ…

ଜିଲାକୁ ରହିଛି ପ୍ରାକୃତିକ ବିପର୍ଯ୍ୟୟ ଭୟ: ସାମୁଦ୍ରିକ ପ୍ରାଚୀର, ହେନ୍ତାଳ ବଣ ପ୍ରସ୍ତାବରେ ସୀମିତ

କେନ୍ଦ୍ରାପଡ଼ା, ୭ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ…

କାନ୍ଦିଲାଣି ପାକିସ୍ତାନ, ଚିନ୍ତାରେ ଚାଇନା! ଆମେରିକାର ଜବାବକୁ ନେଇ…

ନୂଆଦିଲ୍ଲୀ,୭।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମ୍ପ୍ରତି ପିଓକେର ମାଟିରୁ ‘କଶ୍ମୀର ପାକିସ୍ତାନ ହେବ’ ସ୍ଲୋଗାନ ଦେଇଥିଲେ। ମଞ୍ଚ ପ୍ରସ୍ତୁତ ଥିଲା, କରତାଳି ହୋଇଥିଲା, ଏବଂ ଇସଲାମାବାଦ…

ଅଳଙ୍କାର ଦେକାନରୁ ଚେନ୍ ଚୋରି କଲା ପାରା; ଥଣ୍ଟରେ ନେଇ ବେକରେ ପିନ୍ଧିଲା, ତାପରେ…

ଜୟପୁର,୭।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ଖବର ସାମ୍ନାକୁ ଆସିଛି। ସାଧାରଣତଃ ଲୋକମାନେ ଚୋରି ଏବଂ ଡକାୟତି ରିପୋର୍ଟରେ ମଣିଷଙ୍କ କାର୍ଯ୍ୟ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ପଣ୍ୟାଗାର କେମିକାଲ ଗୋଦାମରୁ ଧୂଆଁ ନିର୍ଗତ: ସ୍ଥାନୀୟ ବାସିନ୍ଦାଙ୍କ ଆଖି, ନାକ ଜଳାପୋଡ଼ା

ମହାକାଳପଡ଼ା, ୭ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାରାଦୀପ-ଚଣ୍ଡିଖୋଲ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱ ମଶାକଣି ବଡ଼ଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ…

ବିଶ୍ୱ ଚାମ୍ପିୟନ ଟିମ ପାଇଁ ଭଣ୍ଡାର ଖୋଲିଦେଲା BCCI: ଏତିକି କୋଟି ଟଙ୍କାର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଭାରତ…

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ବଡି କ୍ୟାମେରା ପିନ୍ଧିବେ ଚଢ଼ାଉ ଟିମ୍‌, ପ୍ରମାଣ ଅଭାବରୁ ଖସି ପାରିବେନି ଅଭିଯୁକ୍ତ

ଭୁବନେଶ୍ୱର,୭ା୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ। ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri