Posted inଖେଳ

ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…

ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଶାହା ପଦଭାର ସମ୍ଭାଳିଛନ୍ତି। ଏମିତିରେ ଟୁର୍ନାମେଣ୍ଟକୁ ନେଇ ହେବାକୁ ଥିବା ନିଷ୍ପତ୍ତିରେ ଶାହାଙ୍କ ପ୍ରମୁଖ ଭୂମିକା ରହିବାକୁ ଯାଉଛି।

୨୦୧୯ରେ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳିଥିଲେ। ପ୍ରାୟ ୬ ବର୍ଷ ଯାଏ ସେ ବିସିସିଆଇରେ କାମ କରିଥିଲେ। ଏବେ ସେ ଆଇସିସି ପାଇଁ କାମ କରିବାକୁ ଯାଉଛନ୍ତି। କ୍ରମାଗତ ଦୁଇ ଥର ଆଇସିସି ଚେୟାରମ୍ୟାନ ଥିବା ଗ୍ରେଗ୍‌ ବାର୍କଲେଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି।

ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହା କହିଛନ୍ତି, ଆଇସିସି ଅଧ୍ୟକ୍ଷ ଭୂମିକା ତୁଲାଇ ମୁଁ ଗର୍ବିତ ଅନୁଭବ କରୁଛି। ଆଇସିସି ନିର୍ଦ୍ଦେଶକ ତଥା ସଦସ୍ୟ ବୋର୍ଡର ସମର୍ଥନ ଏବଂ ଆତ୍ମବିଶ୍ୱାସ ପାଇଁ ମୁଁ କୃତଜ୍ଞ। ଖେଳ ପାଇଁ ଏହା ଏକ ରୋମାଞ୍ଚକର ସମୟ, ଯେହେତୁ ଆମେ LA ୨୮ ଅଲିମ୍ପିକ ଗେମ୍ସ ପାଇଁ ପ୍ରସ୍ତୁତ ହେଉଛୁ। ବିଶ୍ୱ କ୍ରିକେଟର ପ୍ରଶଂସକଙ୍କ ପାଇଁ କ୍ରିକେଟ କୁ ଅଧିକ ଆକର୍ଷଣୀୟ କରିବା ପାଇଁ କାର୍ଯ୍ୟ କରୁଛୁ। ଏକାଧିକ ଫର୍ମାଟର ସହ-ଅସ୍ତିତ୍ୱ ଏବଂ ମହିଳାଙ୍କ ଖେଳର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ସହିତ ଆମେ ଗୁରୁତ୍ୱପୂର୍ଣ୍ଣ ମୋଡରେ ଅଛୁ।

କହିରଖୁଛୁ, ଜୟ ଶାହା ୨୦୦୯ ମସିହାରୁ କ୍ରିକେଟ ଜଗତ ସହିତ ଜଡିତ ଅଛନ୍ତି। ୨୦୦୯ ରେ ସେ ଗୁଜରାଟ କ୍ରିକେଟ ଆସୋସିଏଶନ ସହିତ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ବିକାଶର ତଦାରଖ କରିଥିଲେ। ଏହା ପରେ ସେ ୨୦୧୯ରେ ବିସିସିଆଇରେ ଏଣ୍ଟ୍ରି କରିଥିଲେ। ଜୟ ଶାହାଙ୍କ ପୂର୍ବରୁ କେବଳ ୪ ଜଣ ଭାରତୀୟ ଆଇସିସି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଏହି ଦାୟିତ୍ୱ ତୁଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri