Categories: ଫୁରସତ

ଏହି ଅଭିନେତାଙ୍କୁ ଡରୁଛନ୍ତି ଆନନ୍ଦ ମହିନ୍ଦ୍ରା, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ବଲିଉଡ ସିଙ୍ଗହମ ଅଜୟ ଦେବଗନ ରାଗରେ ନଜର ଆସିଛନ୍ତି। ଏହି ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି, ଅଜୟଙ୍କୁ ଡରି ସେ ଏହି ସହର ଛାଡି ପଳାଇବାକୁ ଯାଉଛନ୍ତି। ତେବେ କେଉଁ କାରଣରୁ ଆନନ୍ଦ ମହିନ୍ଦ୍ରା ଅଜୟଙ୍କୁ ଡରିଯାଇଛନ୍ତି ଜାଣନ୍ତୁ।
ଅଜୟ ମହିନ୍ଦ୍ରା ବସ ଆଣ୍ଡ ଟ୍ରକ ପାଇଁ ଏକ ବିଜ୍ଞାପନ ଫିଲ୍ମର ଶୁଟିଂ କରୁଛନ୍ତି। ଏହି ଭିଡିଓରେ ସେ ରାଗିଯାଇଥିବା ନଜର ଆସିଛନ୍ତି। ସ୍କ୍ରିପ୍ଟକୁ ବାରମ୍ବାର ବଦଳାଇବା ପାଇଁ ସେ ବିରକ୍ତ ହୋଇଯାଉଛନ୍ତି, ପରେ ସେ ଟିମ୍‌କୁ ରାଗିକି କହୁଛନ୍ତି ସ୍କ୍ରିପ୍ଟକୁ ବାରମ୍ବାର କାହିଁକି ବଦଳାଯାଉଛି। ଆନନ୍ଦ ମହିନ୍ଦ୍ରା ନିଜେ ଏହି ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି – ମହିନ୍ଦ୍ରା ଟ୍ରକ୍‌ ଏବଂ ବସ ପାଇଁ ସୁଟିଂ କରୁଥିବାବେଳେ ଅଜୟ ଦେବଗନ ରାଗିଯାଇଛନ୍ତି ବୋଲି ମୋତେ ସୂଚନା ଦିଆଯାଇଛି। ସେ ଟ୍ରକ ଆଣିବା ପୂର୍ବରୁ, ମୁଁ ଭାବୁଛି ମୁଁ ସହର ଛାଡିାଦବା ଉଚିତ।
ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆରେ ଲୋକଙ୍କ ମଜାଳିଆ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି, ସାର୍‌ ଆପଣ ଅଭିନବ ଚିନ୍ତାଧାରା କିପରି ଶେୟାର କରନ୍ତି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି – ସାର୍‌, ଅଜୟ ଦେବଗନ ଦୁଇଟି ଟ୍ରକ୍‌ ସହିତ ଆସିବେ।

Share