ସୀମାନ୍ତରେ ଆଇଇଡି ନିଷ୍କ୍ରିୟକଲେ ଯବାନ

ମାଲକାନଗିରି,୨୯ା୧୦ (ଦୁର୍ଯ୍ୟୋଧନ ପାତ୍ର)ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଘୋଟୁଲପାରାରେ ଖଞ୍ଜାଯାଇଥିବା ଏକ ୪ କେଜିର ଆଇଇଡି ବୋମାକୁ ଶନିବାର ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀ ଦମନ ସର୍ଚ୍ଚ ଅପରେଶନକୁ ଯବାନମାନଙ୍କୁ ପକ୍ଷରୁ ଜୋର୍‌ଦାର କରାଯାଇଛି। ଏହି କ୍ରମରେ ମାଓବାଦୀ ଉପଦ୍ରବ ଥିବା ସ୍ଥାନ ଘୋଟୁଲପାରାରେ ପୋଲିସ, ବସ୍ତର ଫାଇଟର, ଡିଆର୍‌ଜି ଯବାନଙ୍କ ଦ୍ୱାରା ମିଳିତ ଭାବେ ସର୍ଚ୍ଚ ଅପରେଶନ କରାଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ପୂର୍ବରୁ ଲଗାଇଥିବା ଏକ ୪ କେଜି ଓଜନର ଆଇଇଡି ବୋମା ଲଗାଯାଇଥିବା ସୁରାକ ପାଇଥିଲେ। ତେବେ ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଉକ୍ତ ବୋମାକୁ ଘଟଣାସ୍ଥଳରେ ନିଷ୍କ୍ରିୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri