Posted inଜାତୀୟ

ବିକ୍ରି ହେବ ଜବାହରଲାଲ ନେହେରୁଙ୍କ ବଙ୍ଗଳା, ହେବ ଦେଶର ସବୁଠୁ ବଡ଼ ପ୍ରପର୍ଟି ଡିଲ୍‌…

ନୂଆଦିଲ୍ଲୀ,୩।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଲୁଟିୟନ୍ସ ବଙ୍ଗଳା ଜୋନରେ ଥିବା ପ୍ରଥମ ସରକାରୀ ବାସଭବନ, ୧୭ ୟୋର୍କ ରୋଡ୍‌ (ବର୍ତ୍ତମାନ ମୋତିଲାଲ ନେହେରୁ ମାର୍ଗ) ଶୀଘ୍ର ନୂଆ ମାଲିକ ପାଇବାକୁ ଯାଉଛି। ଏହା ଦେଶର ସବୁଠୁ ବଡ଼ ପ୍ରପର୍ଟି ଡିଲ ହେବ ବୋଲି ଅନୁମାନ କରାଯାଉଛି।
ମାମଲା ସହ ଜଡ଼ିତ ଦୁଇ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ୧୪,୯୭୩ ବର୍ଗ ମିଟର ବିଶିଷ୍ଟ ଏହି ସମ୍ପତ୍ତି ପାଇଁ ମାଲିକ ୧,୪୦୦ କୋଟି ଟଙ୍କା ଦାବି କରୁଥିଲେ। କିନ୍ତୁ ଘରୋଇ ପେୟ ଶିଳ୍ପରେ ଦୃ ପ୍ରଭାବ ରଖିଥିବା ଜଣେ ବ୍ୟବସାୟୀ ପ୍ରାୟ ୧,୧୦୦ କୋଟି ଟଙ୍କାରେ ଏହି ଡିଲ ଚୂକ୍ତି କରିଛନ୍ତି। ଏକ ପ୍ରମୁଖ ଲ ଫର୍ମ ଯଥାଯଥ ଯାଞ୍ଚ ପ୍ରକ୍ରିୟାର ଚୂ ପର୍ଯ୍ୟାୟ ଭାବେ ଏକ ସାର୍ବଜନୀନ ନୋଟିସ ଜାରି କରିଛି।
ନୋଟିସରେ କୁହାଯାଇଛି ଯେ, ଆମର ମୁବକ୍କିଲ ୫, ବ୍ଲକ ନମ୍ବର ୧୪, ୧୭ ମୋତିଲାଲ ନେହେରୁ ମାର୍ଗ (ପୂର୍ବରୁ ଯୋର୍କ ରୋଡ), ନୂଆଦିଲ୍ଲୀରେ ଥିବା ୧୪,୯୭୩.୩୮୩ ବର୍ଗ ମିଟର ବିଶିଷ୍ଟ ଆବାସିକ ସମ୍ପତ୍ତି ହାସଲ କରିବାକୁ ଇଚ୍ଛୁକ। ଏହା ପାଇଁ ଆମେ ବର୍ତ୍ତମାନର ମାଲିକ ରାଜକୁମାରୀ କକ୍କ ଏବଂ ବୀନା ରାଣୀଙ୍କ ସ୍ବାମୀତ୍ବ ଯାଞ୍ଚ କରୁଛୁ। ଏହି ସମ୍ପତ୍ତି ସମ୍ବନ୍ଧରେ କୌଣସି ଅଧିକାର ବା ସ୍ବାମୀତ୍ୱ ଦାବି କରୁଥିବା ବ୍ୟକ୍ତି ୭ ଦିନ ମଧ୍ୟରେ ଦଲିଲିକ ପ୍ରମାଣ ସହ ଲିଖିତ ଭାବେ ଆମକୁ ସୂଚନା ଦେଇପାରିବେ। ଅନ୍ୟଥା, ଏହା ମନେ କରାଯିବ ଯେ ଏହି ସମ୍ପତ୍ତି ସମ୍ବନ୍ଧରେ କୌଣସି ପ୍ରତିକୂଳ ସ୍ବାମୀତ୍ୱ ବା ଅଧିକାର ନାହିଁ। ରାଜକୁମାରୀ କକ୍କ ଏବଂ ବୀନା ରାଣୀ ରାଜସ୍ଥାନର ଏକ ପୂର୍ବତନ ରାଜବଂଶରୁ ଅଟନ୍ତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମ୍ପତ୍ତିର ମୋଟ କ୍ଷେତ୍ରଫଳ ପ୍ରାୟ ୩.୭ ଏକର, ଯେଉଁଥିରୁ ୨୪,୦୦୦ ବର୍ଗ ଫୁଟ ବିକଶିତ। ଭାରତର ପାୱାର କରିଡରର କେନ୍ଦ୍ରରେ ଅବସ୍ଥିତ, ବ୍ରିଟିଶ ଆର୍କିଟେକ୍ଟ ଏଡ଼ଓ୍ବିନ ଲୁଟିୟନ୍ସଙ୍କ ଦ୍ବାରା ୧୯୧୨ ଓ ୧୯୩୦ ମଧ୍ୟରେ ଡିଜାଇନ କରାଯାଇଥିବା ଏଲବିଜେଡ ୨୮ ବର୍ଗ କିଲୋମିଟରରେ ବ୍ୟାପ୍ତ ଏବଂ ଏଥିରେ ପ୍ରାୟ ୩,୦୦୦ ବଙ୍ଗଳା ରହିଛି। ଏଠାରେ ମୁଖ୍ୟତଃ ମନ୍ତ୍ରୀ, ବିଚାରପତି ଏବଂ ବରିଷ୍ଠ ସରକାରୀ ଅଧିକାରୀ ରହନ୍ତି। ଏହି ଅଞ୍ଚଳରେ ପ୍ରାୟ ୬୦୦ ସମ୍ପତ୍ତି ବେସରକାରୀ, ଯାହା ଭାରତର କିଛି ଧନୀ ବ୍ୟକ୍ତିଙ୍କ ଅଧୀନରେ ଅଛି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri