ଖୋର୍ଦ୍ଧା,୭ା।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବତ୍ତମାନ ସୁଦ୍ଧା ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ଯା ୮୧ରେ ପହଞ୍ଚିଛି । ଏହାକୁ ଆଖି ଆଗରେ ରଖି ନବୋଦୟ ବିଦ୍ୟାଳୟ କେନ୍ଦ୍ର କମିଶନର ରାଜେଶ ଲେଖାନୀ ସାତଦିନ ପାଇ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।
ଆସନ୍ତା ଚଉଦ ତାରିଖ ପରେ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବ ସହ ପୁଣି ଥରେ ୱାଟର ଲେବଲ ଟେଷ୍ଟିଙ୍ଗ ପାଇଁ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡେପୁଟି କମିଶନର ଆର କେ ବର୍ମା ସୂଚନା ଦେଇଛନ୍ତି । ସ୍ଥିତି ସ୍ବାଭାବିକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ଯକ୍ଷା କବିତା କର କହିଛନ୍ତି । ବିଦ୍ଯାଳୟରେ ନିର୍ମାଣ ଚାଲିଥିବାରୁ ଭୂତଳ ଜଳ ପାଇପ ଲାଇନ ଫାଟି ଜଳ ଦୂଷିତ ହୋଇ ଏଭଳି ସ୍ଥିତି ଉପୁଜିଥିବା ସ୍ବୀକାର କରିଛନ୍ତି ଅଧ୍ଯକ୍ଷା।


