ଜଟଣୀ ଦେଖିବ ପୁଣି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଜଟଣୀ,୨୧ା୪(ରବୀନ୍ଦ୍ରନାଥ ମହାକୁଡ଼)ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ବିଧାନସଭା କ୍ଷେତ୍ର ଅନ୍ୟତମ। ନିକଟରେ କଂଗ୍ରେସ ସନ୍ତୋଷ ଜେନାଙ୍କୁ ଏଠାରୁ ଟିକେଟ ଦେବା ପରେ ଜଟଣୀ ରାଜନୀତି ଚଳଚଞ୍ଚଳ ହୋଇଛି। ପୂର୍ବରୁ ବିଜେଡିରୁ ଖୋର୍ଦ୍ଧା ଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଭାଜପାରୁ ବିଶ୍ୱରଞ୍ଜନ ବଡ଼ଜେନା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରାଜନୀତିରୁ ଦୂରେଇ ରହିବା ପାଇଁ ଘୋଷଣା କରିବା ପରେ ଜଟଣୀ କଂଗ୍ରେସ ମଙ୍ଗ କିଏ ଧରିବେ ଓ ପ୍ରାର୍ଥୀ କିଏ ହେବେ, ତାହାକୁ ନେଇ ଅନେକ ଆଲୋଚନା ହେଉଥିଲା। ଦଳ ନୂଆ ମୁହଁକୁ ଗୁରୁତ୍ୱ ଦେଇ ସନ୍ତୋଷଙ୍କୁ ପ୍ରାର୍ଥୀ କରିବା ପରେ ଗତ ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ଜଟଣୀ ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି କୁହାଯାଉଛି।

ନିକଟ ଅତୀତକୁ ଦେଖିଲେ, ୨୦୧୪ ନିର୍ବାଚନରେ ବିଜେଡି ଜଟଣୀ ବିଧାନସଭା ଆସନରେ ଭାଗୀରଥି ବଡ଼ଜେନାଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଭାଜପାରୁ ସୁଦୀପ୍ତ ରାୟ ଏବଂ କଂଗ୍ରେସରୁ ସୁରେଶ କୁମାର ରାଉତରାୟ ପ୍ରାର୍ଥୀ ହୋଇଥିଲେ। ତେବେ ଜଟଣୀ ଭୋଟର ନୂଆ ମୁହଁଙ୍କୁ ପ୍ରାଧାନ୍ୟ ଦେଇଆସୁଥିବାରୁ ୨୦୧୪ରେ ଭାଗୀରଥି ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ଖୋର୍ଦ୍ଧା ଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, କଂଗ୍ରେସରୁ ସୁରେଶ କୁମାର ରାଉତରାୟ ଏବଂ ଭାଜପାରୁ ନୂତନ ଭାବେ ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ କଂଗ୍ରେସର ସୁରେଶ ବିଜେଡିର ବିଭୂତିଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ତେବେ ବିଜେଡିର ଗୋଷ୍ଠୀ ବିବାଦ ଭଳି ଭାଜପାର ବିଶ୍ୱରଞ୍ଜନ ନବାଗତ ହୋଇଥିଲେ ମଧ୍ୟ ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ। ସେହି ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୭ଟି ଆସନରୁ ବିଜେଡି ୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଜଟଣୀ ଆସନ ଦଳୀୟ କନ୍ଦଳ ଓ ବିଭୂତିଙ୍କ ଲୋକପ୍ରିୟତା ହ୍ରାସ ପାଇଁ ହରାଇବାକୁ ପଡ଼ିଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା।
ନିର୍ବାଚନ ଆହୁରି ରୋଚକ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ଦୁଇ ପୁରୁଣା ନେତା ବିଜେଡିରୁ ବିଭୂତି ଓ ଭାଜପାରୁ ବିଶ୍ୱରଞ୍ଜନ ପ୍ରାର୍ଥୀ ହୋଇଥିଲେ ହେଁ କଂଗ୍ରେସ ସନ୍ତୋଷଙ୍କୁ ନୂଆମୁହଁ କରିଥିଲେ ମଧ୍ୟ ତାଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟରେ ସମ୍ପୃକ୍ତି ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେବ ବୋଲି କୁହାଯାଉଛି। ଏହି ଆସନରୁ କଂଗ୍ରେସ ଓ ବିଜେଡି ଏକାଧିକବାର ଜିତିଥିଲେ ହେଁ ଭାଜପା ଆଜି ପର୍ଯ୍ୟନ୍ତ ଖାତା ଖୋଲିପାରି ନାହିଁ। ଚଳିତ ନିର୍ବାଚନରେ ଦଳ ଦ୍ୱିତୀୟ ଥର ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି। ଅନ୍ୟପଟେ ୨୦୦୯ରେ ଥରେ ବିଜେଡିରୁ ବିଜୟୀ ହୋଇଥିବା ବିଭୂତି ପୁଣି ବିଜେଡିରୁ ତୃତୀୟ ଥର ଦଳୀୟ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏବଂ ବିକାଶ କାର୍ଯ୍ୟକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। କଂଗ୍ରେସ ୨୦୧୯ରେ ଏହି ଆସନ ହାତେଇଥିଲେ ମଧ୍ୟ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଟିକେଟରୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଲଢ଼ୁଥିବା ବେଳେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥଙ୍କୁ କଂଗ୍ରେସ ନିମାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତେବେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ସଂଗ୍ରାମ ରାଉତରାୟ ଜଟଣୀ କଂଗ୍ରେସ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି। ତେବେ ସନ୍ତୋଷଙ୍କ ଲୋକ ସମ୍ପର୍କ ଭଲ ଥିବାରୁ ସେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri