Posted inଖେଳ

‘ବୁମ୍‌ରାଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦେବା ଉଚିତ’

ନୂଆଦିଲ୍ଲୀ,୧୪।୧୨: ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦିଅନ୍ତୁ ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା। କ୍ରିକେଟରଙ୍କୁ କିଛି ଏଭଳି ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଦୀର୍ଘ ଦିନ ଧରି କ୍ରିକେଟ ଖେଳିବା ଲାଗି ତାଙ୍କୁ ଟେଷ୍ଟ କ୍ରିକେଟରୁ ଦୂରେଇ ଯିବା ଉଚିତ। ଏହାଛଡ଼ା ତାଙ୍କୁ ଅନ୍ୟ ଫର୍ମାଟ ଉପରେ ଧ୍ୟାନ ଦେବା ଉଚିତ ବୋଲି ଏକ ପୋଡକାଷ୍ଟରେ ସେ କହିଛନ୍ତି।

ଏଯାବତ ବୁମ୍‌ରାଙ୍କ ରେକର୍ଡ ଦେଖିଲେ ଟେଷ୍ଟ କ୍ରିକେଟରେ ତାଙ୍କ ରେକର୍ଡ ଜବରଦସ୍ତ ରହିଛି। ସେ ୪୨ ମ୍ୟାଚ୍‌ରେ ହାରାହାରି ୨୦.୧ ହାରରେ ମୋଟ ୧୮୫ ଉଇକେଟ ନେଇଛନ୍ତି। ହେଲେ ଶୋଏବ କହିଛନ୍ତି ଯେ ଟେଷ୍ଟ କ୍ରିକେଟର ଯେଉଁଭଳି ଡିମାଣ୍ଡ ରହିଛି ସେଥିଯୋଗୁ ବୁମ୍‌ରାଙ୍କ କ୍ରିକେଟ କ୍ୟାରିୟର ପ୍ରଭାବିତ ହୋଇପାରେ। ସେ ବଲ୍‌କୁ ଭଲ ଭାବେ ବୁଝନ୍ତି, ଏଥିଯୋଗୁ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଏବଂ ଦିନିକିଆ ମ୍ୟାଚ୍‌ ଲାଗି ଜବରଦସ୍ତ ବୋଲର ଅଟନ୍ତି। ଡେଥ ଓଭର, ପାଓ୍ବାର ପ୍ଲେ ସମୟରେ ତାଙ୍କର ବୋଲିଂ ଚକିତ କରେ। ଟେଷ୍ଟ କ୍ରିକେଟରେ ଦୀର୍ଘ ସମୟ ଧରି ବୋଲିଂ କରିବାକୁ ପଡ଼ିବ। ତୁମକୁ ଗତିର ଆବଶ୍ୟକତା ପଡ଼ିପାରେ। କାରଣ ବ୍ୟାଟ୍ସମ୍ୟାନ ତୁମ ବଲ୍‌କୁ ଖେଳିବାକୁ ଚେଷ୍ଟା କରି ନ ଥାନ୍ତି। ଯଦି ଗତି କମ୍‌ ହୋଇଯାଏ ତେବେ ତୁମେ ସଂଘର୍ଷ କର। ଯେବେ ତୁମେ ସଂଘର୍ଷ କରିବା ଆରମ୍ଭ କରିଥାଅ ଲୋକେ ପ୍ରଶ୍ନ କରନ୍ତି।

ଏହାଛଡ଼ା ବୁମ୍‌ରାଙ୍କ ଫିଟନେସକୁ ନେଇ ଅଖତର କହିଛନ୍ତି, ଏହା ତାଙ୍କ ପାଇଁ ଚିନ୍ତାର ବିଷୟ ରହିଆସିଛି। ମାତ୍ର ଟେଷ୍ଟ କ୍ରିକେଟରେ ଦ୍ରୁତ ଗତି ବଜାୟ ରଖିବାକୁ ନେଇ ପ୍ରଚେଷ୍ଟା ସମୟରେ ଆଘାତ ଲାଗିପାରେ। ଟେଷ୍ଟ କ୍ରିକେଟ ଖେଳିବାକୁ ଥିଲେ ତାଙ୍କୁ ଗତି ବଢ଼ାଇବାକୁ ହେବ। ଏପରି ହେଲେ ତାଙ୍କର ଆଘାତ ପାଇବାର ସମ୍ଭାବନା ଅଧିକ। ଯଦି ମୁଁ ତାଙ୍କ ସ୍ଥାନରେ ଥାନ୍ତି ତେବେ କେବଳ ଛୋଟ ଫର୍ମାଟରେ ଖେଳିଥାନ୍ତି ବୋଲି ଅଖତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri