Posted inଖେଳ

ଲାରାଙ୍କୁ ପଛରେ ପକାଇଲେ ହୋଲ୍ଡର

ସାଉଥାମ୍ପଟନ, ୧୩।୭- କରୋନା ଲାଗି ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଘରୋଇ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ୪ ଉଇକେଟ୍‌ରେ ପରାସ୍ତ କରି ଓ୍ବେଷ୍ଟଇଣ୍ଡିଜ ଦମ୍‌ଦାର ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୦୦ ରନର ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଟେଷ୍ଟ କ୍ରିକେଟ୍‌ରେ ଓ୍ବେଷ୍ଟଇଣ୍ଡିଜ ପାଇଁ ଏହା ୬୧ତମ ଘଟଣା ଥିଲା ଯେଉଁଥିରେ ଦଳକୁ ବିଜୟ ପାଇଁ ୨୦୦ କିମ୍ବା ଏହାଠାରୁ କମ୍‌ ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ମୋଟ୍‌ ୬୧ଥର ମଧ୍ୟରୁ ଓ୍ବେଷ୍ଟଇଣ୍ଡିଜ ୫୫ ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୬ଟି ଡ୍ର’ରେ ସମାପ୍ତ ହୋଇଥିଲା। ସେହିଭଳି ଓ୍ବେଷ୍ଟଇଣ୍ଡିଜ ୨୦ ବର୍ଷ ପରେ ପ୍ରଥମଥର ଲାଗି କୌଣସି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି। ଶେଷଥର ପାଇଁ କାରବୀୟାନ ଦଳ ୨୦୦୦ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତିଥିଲା। ଅପରପକ୍ଷରେ ଅଧିନାୟକ ଭାବେ ଜାସନ ହୋଲ୍ଡର ୧୧ତମ ଟେଷ୍ଟ ମ୍ୟାଚ୍‌ ବିଜୟ ସ୍ବାଦ ଚାଖିଛନ୍ତି। ସେ ୩୩ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇ ଏହି ସଫଳତା ପାଇଛନ୍ତି। ଏହିକ୍ରମରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି। ଲାରା ଓ୍ବେଷ୍ଟଇଣ୍ଡିଜ ପାଇଁ ୪୭ ଟେଷ୍ଟ ମ୍ୟାଚ୍‌ରେ ନେତୃତ୍ୱ ନେଇଥିବାବେଳେ ୧୦ଟିରେ ବିଜୟୀ ହୋଇଥିଲେ। ହୋଲ୍ଡର ବର୍ତ୍ତମାନ ରିଚି ରିଚାର୍ଡସନଙ୍କ ସମକକ୍ଷ ହୋଇଛନ୍ତି। ରିଚାର୍ଡସନଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ୧୧ ଟେଷ୍ଟ ମ୍ୟାଚ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦପୁରରେ ଚଢ଼ାଉ: ୧୧୪୩ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଏତେ କୋଟି

କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ନିଜ ମାଆଙ୍କୁ ‘I LOVE U’ ଲେଖି କାହିଁକି ଜୀବନ ହାରିଲେ ୟୁଟ୍ୟୁବର? ଜାଣନ୍ତୁ ଏହା ପଛର କାରଣ

ହାଇଦ୍ରାବାଦ,୨୬।୨: ସୋମବାର (୨୩ ଫେବୃଆରୀ) ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଭଡା ଘରେ (ଆପାର୍ଟମେଣ୍ଟ)ରେ ୨୧ ବର୍ଷୀୟା ୟୁଟ୍ୟୁବର ବୋନୁ କୋମାଲିଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର…

ସୁନାରୂପା ଦରକୁ ନେଇ ଚାଇନାରୁ ଆସିଲା ବଡ଼ ଅପଡେଟ୍‌, ସୁନା କିଣୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୬।୨: ସୁନା ଏବଂ ରୂପା ବଜାରରେ ନିବେଶକଙ୍କ ପାଇଁ ଚାଇନାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବିଶ୍ୱର ସର୍ୱବୃହତ ବୁଲାନ ବାଣିଜ୍ୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ, ସାଂଘାଇ…

ଆଜି ରଶ୍ମିକା-ବିଜୟଙ୍କ ପଡିବ ହାତଗଣ୍ଠି: ଏହି ଖାସ୍‌ ‘ଥିମ୍‌’ ସହିତ କରିବେ ବିବାହ

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜି ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କପଲ ସେମାନଙ୍କର ତେଲୁଗୁ ଏବଂ କୋଡାଭା…

କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୦୦ କୋଟିର ହାଶିଶ ତେଲ ଜବତ

କୋରାପୁଟ/ନନ୍ଦପୁର/ପାଡୁଆ,୨୬।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ…

ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ…

ଏହି ଯୋଜନାରେ ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା , ଜାଣନ୍ତୁ କେଉଁମାନେ ପାଇବେ …

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ଅନେକ ଯୋଜନା ଚଳାନ୍ତି, ଯାହାର ଲକ୍ଷ୍ୟ ଅର୍ଥନୈତିକ ସୁରକ୍ଷା ଏବଂ ସାମାଜିକ ସଶକ୍ତିକରଣ। ଏହି ଯୋଜନାଗୁଡ଼ିକ ଚାଷୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri