Categories: ଫୁରସତ

୬୨ ତମ ଜନ୍ମଦିନରେ ୬୨.୪ କିଲୋମିଟର ଦୌଡିଲେ ବରିଷ୍ଠ ନାଗରିକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୭: ଅନେକେ କହିଥାଆନ୍ତି ବୟସ ହେଉଛି ଏକ ସଂଖ୍ୟା। ଏମିତି ଚିନ୍ତାଧାରା ରଖିଥିବା ଲୋକେ ଯୁବାବସ୍ଥାରେ ଯାହା ନ କରିପାରି ଥାଆନ୍ତି ତାହା ୬୦ ବର୍ଷ ବୟସ ପରେ ବି କରି ଦେଖାଇଥାଆନ୍ତି। ଏବେ ଏମିତି ଏକ ଉଦାହରଣ ପାଲଟିଛନ୍ତି ଜସମେର ସିଂ ସନ୍ଧୁ। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଇରାଲ ହେବା ପଛରେ ବି କାରଣ ରହିଛି। କିଛିଦିନ ତଳେ ଜସମେର ତାଙ୍କର ୬୨ ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ସେ ୬୨.୪ କିଲୋମିଟର ଦୌଡିଥିଲେ। ଏହି ଦୂରତାକୁ ସେ ୭ ଘଣ୍ଟା ୩୨ ମିନିଟରେ ଅତିକ୍ରମ କରିଥିଲେ। ସେ ନିଜେ ତାଙ୍କ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଅଗଷ୍ଟ ୨୫ରେ ସେ ଏହି ଭିଡିଓଟି ଶେୟାର କରିଛନ୍ତି। ଏହାପରେ ୟୁଜର୍ସ ଜସମେରଙ୍କ ଚିନ୍ତାଧାରାର ଖୁବ୍‌ ପ୍ରଶଂସା କରିଛନ୍ତି।

Share