୧ ସେକେଣ୍ଡରେ ୫ ଏଚ୍‌ଡି ଫିଲ୍ମ ଡାଉନ୍‌ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍‌ ଆଣିଲା ଏହି ଦେଶ

ଟୋକିଓ,୧୩।୫: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି।
ଏହି ଡିଭାଇସ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ବର୍ତ୍ତମାନ ଥିବା ୫ଜି ପ୍ରୋସେସରଠାରୁ ୨୦ ଗୁଣ ଅଧିକ। ସାମଗ୍ରିକ ଭାବେ ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ଦ୍ରୁତ ଅଟେ।
ସୂଚନା ଅନୁଯାୟୀ, ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ ଭାଗିଦାରୀ ଅଧୀନରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏଥିରେ DOCOMO, NTT Corporation, NEC Corporation ଏବଂ Fujitsuର ନାମ ସାମିଲ ଅଛି। ବର୍ତ୍ତମାନ ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି। ଏହା ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ପରୀକ୍ଷଣ ହୋଇନାହିଁ।
୬ଜି ବେଗ ସହିତ ଗୋଟିଏ ସେକେଣ୍ଡରେ ୫ଟି ଏଚ୍‌ଡି ଫିଲ୍ମ ଡାଉନଲୋଡ ହୋଇପାରିବେ। ଏହି ଟେକ୍ନୋଲୋଜି ସମ୍ବନ୍ଧରେ ଅନେକ କାର୍ଯ୍ୟ କରିବାକୁ ବାକି ଅଛି। ଏହି ବିଷୟରେ କାର୍ଯ୍ୟ ଭାରତରେ ମଧ୍ୟ ଆରମ୍ଭ ହୋଇସାରିଛି। ସଂପ୍ରତି ସଂଯୋଗୀକରଣ ପାଇଁ ୫ଜି ଟେକ୍ନୋଲୋଜି ହେଉଛି ସବୁଠାରୁ ଉନ୍ନତ, ଯାହାର ସର୍ବାଧିକ ଗତି ୧୦ ଜିବିପିସ୍‌ ଅଟେ। ଆମେରିକା, ଚାଇନା, ଜାପାନ ଏବଂ ଭାରତ ଭଳି ଦେଶ ମଧ୍ୟ ୬ଜି ଉପରେ କାମ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri