ଜାପାନରେ ଲୋକପ୍ରିୟ ହେଉଛି ଭାରତୀୟ ଭାଷା, ୧୫୦୦୦ ଛାତ୍ର ଶିଖୁଛନ୍ତି ହିନ୍ଦୀ

ଟୋକିଓ,୨୮ା୫: ଜାପାନରେ ଭାରତୀୟ ଭାଷା ତଥା ହିନ୍ଦୀ ଭାଷା ଅଧିକ ଲୋକପ୍ରିୟ ହେଉଛି। ବିଶେଷକରି ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଏବଂ ଫରାସୀ ବିଦେଶୀ ଭାଷା ଭାବରେ ଅଧିକ ଲୋକପ୍ରିୟ। ଏହି ଭାଷା ଶିଖୁଥିବା ଜାପାନୀ ଛାତ୍ରମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ଗ୍ଲୋବାଲ ସ୍କୁଲ ଅଫ୍‌ ଫାଉଣ୍ଡେଶନର ସହ-ପ୍ରତିଷ୍ଠାତା ଅତୁଲ ଟେମୁର୍ନିକର କହିଛନ୍ତି, ଟୋକିଓର ଗ୍ଲୋବାଲ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ସ୍କୁଲ (ଜିଆଇଏସ) କ୍ୟାମ୍ପସରେ ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଏବଂ ଫରାସୀ ସର୍ବାଧିକ ପସନ୍ଦ ବିଦେଶୀ ଭାଷା। ଟେମୁର୍ନିକରଙ୍କ ଅନୁଯାୟୀ, ଜାପାନୀ ଛାତ୍ରମାନେ ନିଜ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାବେଳେ ଏସୀୟ ଏବଂ ପାଶ୍ଚାତ୍ୟ ସଂସ୍କୃତି ବିଷୟରେ ଜାଣିବାକୁ ଚାହାନ୍ତି। ଜିଆଇଆଇଏସ୍‌ର ୧୬ ନଂ କ୍ୟାମ୍ପସରେ ୧୫୦୦୦ ଛାତ୍ର ହିନ୍ଦୀ ଭାଷା ଶିଖୁଛନ୍ତି।

ସୂଚନାଯୋଗ୍ୟ, ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତ ସମୟରେ ଟୋକିଓରେ ଜଣେ ଜାପାନୀ ଛାତ୍ର ହିନ୍ଦୀ ଭାଷା କହି ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଦେଶରେ ବହୁତ ହିନ୍ଦୀ ଶିକ୍ଷାର୍ଥୀ ଅଛନ୍ତି।

ନିକଟରେ ଜାପାନର ରାଜଧାନୀ ଟୋକିଓରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଜାପାନର ତିନିଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ୟୋସିହିଡେ ସୁଗା, ସିଞ୍ଜୋ ଆବେ ଏବଂ ୟୋସିରୋ ମୋରିଙ୍କ ସହ ମୋଦି ବୈଠକ କରିଥିଲେ। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ସାକ୍ଷାତ ସେମାନଙ୍କର ଶୁଭେଚ୍ଛା ଏବଂ ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରୁଛି।

ୟୋସିରୋ ମୋରି ଜାପାନ-ଇଣ୍ଡିଆ ଆସୋସିଏଶନ (JIA)ର ବର୍ତ୍ତମାନର ସଭାପତି ଥିବାବେଳେ ସିଞ୍ଜୋ ଆବେ ଖୁବଶୀଘ୍ର ଏହି ଦାୟିତ୍ୱ ଗ୍ରହଣ କରିବେ। ୧୯୦୩ରେ ପ୍ରତିଷ୍ଠିତ ଜେଆଇଏ ହେଉଛି ଜାପାନର ସର୍ବ ପୁରାତନ ବନ୍ଧୁତା ସଙ୍ଗଠନ। ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବାରେ ମୋରିଙ୍କ ଅଧୀନରେ ଥିବା ଜେଆଇର ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଏପ୍ରିଲ ୧୯୫୨ରେ ଭାରତ ଏବଂ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ଏହି ଦ୍ୱିପାକ୍ଷିକ ସମ୍ପର୍କର ୭୦ ତମ ବର୍ଷ। ଏକବିଂଶ ଶତାବ୍ଦୀରେ ଏକ ବିଶ୍ୱସ୍ତରୀୟ ସହଭାଗିତା ପ୍ରତିଷ୍ଠା ପାଇଁ ଭାରତ ଏବଂ ଜାପାନ ପାରସ୍ପରିକ ବୁଝାମଣା ଦେଖାଇ ସାରିଛନ୍ତି। ସେହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିଲେ। ଏକବିଂଶ ଶତାବ୍ଦୀରେ ଇଣ୍ଡୋ-ଜାପାନ ଗ୍ଲୋବାଲ ପାର୍ଟନରଶିପ୍‌ ଏକ ସଙ୍କେତ ଥିଲା ଯେ, ଜାପାନ ଭାରତ ସହିତ ବିଶ୍ୱର ଭିନ୍ନ ମତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri