ଜନ୍ମଦିନରେ ଜାହ୍ନବୀ ଶେୟାର କଲେ ଏନଟିଆର ୩୦ର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସୋମବାର ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗାମୀ ମୁଭି ‘ଏନଟିଆର ୩୦’ର ଫାଷ୍ଟ ଲୁକ୍ ଶେୟାର କରିଛନ୍ତି ।
ଏଥିରେ ଜାହ୍ନବୀ ଶାଢି ପିନ୍ଧି ଏକ ନଦୀ କୂଳରେ ପାହଡ ନିକଟରେ ବସିଥିବା ଦେଖାଯାଇଛି । ପୋଷ୍ଟରର ଲୁକକୁ ଦେଖିଲେ ଲାଗୁଛି କି ଫିଲ୍ମ ତା’ର ଟ୍ରିଟମେଣ୍ଟରେ ଖୁବ୍ ଡାର୍କ ରହିଛି । ଫିଲ୍ମରେ ଜାହ୍ନବୀ ଜୁନିୟର ଏନଟିଆରଙ୍କ ସହ କାମ କରିଛନ୍ତି ।
ଫାଷ୍ଟ ଲୁକ ଶେୟାର କରି ଅଭିନେତ୍ରୀ କ୍ୟାପଶନରେ ଲେଖିଛନ୍ତି, ଶେଷରେ ଏହାହିଁ ହେଉଛି । ମୋର ପସନ୍ଦିତା ଆଟ ଦ ରେଟ ଜୁନିୟର ଏନଟିଆରଙ୍କ ସହ କାମ କରିବାକୁ ଅପେକ୍ଷା କରିପାରିନାହିଁ ।
ଏହି ଫିଲ୍ମ ମାଧ୍ୟମରେ ଜାହ୍ନବୀ ତେଲଗୁରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଫିଲ୍ମଟି ଆକ୍ସନରେ ଭରପୁର ଏଣ୍ଟରଟେନମେଣ୍ଟ । ଏହାକୁ କୋରାତାଲା ଶିବ ନିର୍ଦ୍ଦେଶନା ଦେଇଛନ୍ତି, ଯିଏ ଭାରତ ଅନେ ନେନୁ ଓ ଓକ୍କାଦୁନ୍ନାଡୁ ଭଳି ଫିଲ୍ମ ପାଇଁ ବେଶ ପରିଚିତ ।
ସଙ୍ଗିତ ଅନିରୁଦ୍ଧ ରବିଚନ୍ଦରଙ୍କ ଦ୍ୱାରା ରଚିତ ହେବ ଓ ଏହା ଶେଷରେ ଭାରତୀୟ ରିଲିଜ୍ ହେବ । ଏହା ୫ ଏପ୍ରିଲ ୨୦୨୪ରେ ରିଲିଜ୍ ହେବାର ଯୋଜନା ରହିଛି । ଏହା ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଓ ମଲାୟଲମରେ ଉପଲବ୍ଧ ହେବ ।
ଏହି ଫିଲ୍ମ ଜୁନିୟର ଏନଟିଆରଙ୍କ ୩୦ ତମ ମୁଭି ହେବ । ଏବେ ଓସ୍କାର ପାଇଁ ଖୁବ ବ୍ୟସ୍ତ ଅଛନ୍ତି ଜୁନିୟର ଏନଟିଆର । ତାଙ୍କ ଅଭିନୀତ ମୁଭି ଆରଆରଆର ଏବେ ଓସ୍କାର ଦୌଡରେ ସାମିଲ ହୋଇଛି ।

Share