ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ‘ମିଲି’ ଆକ୍ଟ୍ରେସ୍ ଜାହ୍ନବୀ କପୁର ସବୁବେଳେ ଲାଇମ ଲାଇଟରେ ଛାଇ ହୋଇ ରହିଥାଆନ୍ତି । ଫିଲହାଲ ଆକ୍ଟ୍ରେସ ତାଙ୍କ ପର୍ସନାଲ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ । ବି ଟାଉନରେ ର‌୍ୟୁମର୍ସ ହେଉଛି କି ଜାହ୍ନବୀ କପୁର ଓ ଶିଖର ପହାଡିୟା ପରସ୍ପରକୁ ଡେଟ କରୁଛନ୍ତି । ଉଭୟ ଗତବର୍ଷ ଭ୍ୟାକେସନରେ ମାଲଦ୍ୱୀପ ବି ଯାଇଥିଲେ । ସେବେଠାରୁ ଏହି ଲଭ ବାର୍ଡ ଅନେକ ଥର ଏକାଠି ନଜର ଆସୁଛନ୍ତି । ଏବେ କିନ୍ତୁ ଲାଗୁଛି ଏହି ନ୍ୟୁ କପଲ ତାଙ୍କ ରିଲେଶନକୁ ଅଫିସିୟାଲ କରିବାକୁ ଚାହୁଁଛନ୍ତି । ସୋମବାର ଜାହ୍ନବୀ ଓ ଶିଖର କରନ ଜୋହରଙ୍କ ପାର୍ଟିରୁ ବାହାରିବା ସମୟରେ ପାପାରାଜି ତାଙ୍କ କ୍ୟାମେରାରେ ଏହାକୁ କଏଦ କରି ନେଇଥିଲେ । କ୍ୟାମେରାକୁ ଦେଖି ଜାହ୍ନବୀ ସାମାନ୍ୟ ହସି ଦେଇଥିଲେ । ଅନଲାଇନ ସୋସିଆଲ ମିଡିଆରେ ଦୁହିଁଙ୍କ ଭିଡିଓ ବେଶ ଭାଇରାଲ ହୋଇଛି । ଜାହ୍ନବୀଙ୍କ ଏହି ର‌୍ୟୁମର୍ଡ ବୟଫ୍ରେଣ୍ଡ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ନାତି ।

Share