ସରୁନି ଜନକ-ହଳଧରପୁର ରାସ୍ତା କାମ

ଚଣ୍ଡିଖୋଲ,୨୪ା୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ତରଫରୁ ରାସ୍ତାର ଟେଣ୍ଡର କରାଯାଉଛି। ରାସ୍ତା କାର୍ଯ୍ୟ ଶେଷ ହେବା ପାଇଁ ସମୟ ସୀମା ବି ଧାର୍ଯ୍ୟ କରାଯାଉଛି। ମାତ୍ର କାର୍ଯ୍ୟ ସରୁନାହିଁ। ଏହାପରେ ଗୁପ୍ତ ଟେଣ୍ଡର ଜରିଆରେ ବିପୁଳ ଟଙ୍କା ଲୁଟ୍‌ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଅଧୀନ ଜନକ-ହଳଧରପୁର ରାସ୍ତା କାର୍ଯ୍ୟରେ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ବରୁ ଜନକ-ହଳଧରପୁର ରାସ୍ତାଟି ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଗେଙ୍ଗୁଟି ନଦୀବନ୍ଦ ଭାବେ ଜଳ ସମ୍ପଦ ବିଭାଗ ଏହାର ରକ୍ଷଣାବେକ୍ଷଣ କରୁଥିଲା। ମାତ୍ର ୨୦୧୯ ଡିସେମ୍ବରରେ ରାସ୍ତାକୁ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଅଧୀନକୁ ହସ୍ତାନ୍ତର କରାଗଲା। ମାତ୍ର ଆଶ୍ଚର୍ଯ୍ୟର କଥା ଯେଉଁ ମାସରେ ହସ୍ତାନ୍ତର କରାଗଲା ସେହି ମାସରେ ଗୁପ୍ତଟେଣ୍ଡର ଆରମ୍ଭ ହୋଇଗଲା। ୨୪ା୧୨ା୨୦୧୯ରେ ସମରେନ୍ଦ୍ର ମହାନ୍ତିଙ୍କ ନାମରେ ୪ ଲକ୍ଷ ୩୫ ହଜାର ୫୪୮ ଟଙ୍କା, ପୁନର୍ବାର ତାଙ୍କରି ନାମରେ ୨୦୨୦ ଫେବୃୟାରୀ ୧୭ରେ ୪ ଲକ୍ଷ ୩୭ ହଜାର ୩୮୦ ଟଙ୍କା, ମାର୍ଚ୍ଚ ୬ରେ ୪ ଲକ୍ଷ ୮୬ ହଜାର ୪୦୭ ଟଙ୍କା ଓ ସେହିଦିନ ଆଉଏକ ୨ ଲକ୍ଷ ୧,୫୬୪ ଟଙ୍କା , ୨୦୨୧ ଫେବୃୟାରୀ ୨୦ରେ ୨ ଲକ୍ଷ ୭୫ ହଜାର ୬୯୨ ଟଙ୍କା , ମାର୍ଚ୍ଚ ୧୨ରେ ୩ଲକ୍ଷ ୫୭ ଟଙ୍କା, ଡିସେମ୍ବର ୧୦ରେ ୪ ଲକ୍ଷ ୮୯ ହଜାର ୯୦୧ ଟଙ୍କା, ୨୦୨୨ ଜାନୁୟାରୀ ୧୦ରେ ୨ ଲକ୍ଷ ୯୩ ହଜାର ୯୯୫ ଟଙ୍କା ଟେଣ୍ଡର ହୋଇଥିବା ଦର୍ଶାଯାଇଛି।
ସେହିଭଳି ୨୦୨୦ ମାର୍ଚ୍ଚ ୬ରେ ପ୍ରଦୀପ୍ତ କିଶୋର ବଳଙ୍କ ନାମରେ ୨ ଲକ୍ଷ ୯୨ ହଜାର ୮୮୬ ଟଙ୍କା, ଜୁନ୍‌ ୧୮ରେ ୧ ଲକ୍ଷ ୪୭ ହଜାର ୫୭୪ ଟଙ୍କା, ୨୦୨୧ ଫେବୃୟାରୀ ୨ରେ ୨ ଲକ୍ଷ ୭୫ ହଜାର ୫୯୫ ଟଙ୍କା, ଫେବୃୟାରୀ ୮ରେ ୨ଲକ୍ଷ ୯୩ ହଜାର ୯୦୩ଟଙ୍କା ଖର୍ଚ୍ଚା କରାଯାଇଥିବା ଦର୍ଶାଯାଇଛି। ଜିତେନ୍ଦ୍ର ସ୍ବାଇଁଙ୍କ ନାମରେ ୨୦୨୦ ଫେବୃୟାରୀ ୭ରେ ୨ ଲକ୍ଷ ୪୩ ହଜାର ୪୫୧ ଟଙ୍କା, ୨୦୨୧ ଫେବୃୟାରୀ ୧୫ରେ ୨ ଲକ୍ଷ ୯୨ ହଜାର ୨୬୭ଟଙ୍କା, ୨୫ ତାରିଖରେ ୨ ଲକ୍ଷ ୯୬ ହଜାର ୬୩୬ ଟଙ୍କା, ମାର୍ଚ୍ଚ ୧୮ରେ ୨ ଲକ୍ଷ ୯୭ ହଜାର ୨୩୬ ଟଙ୍କା ଓ ସେହିଦିନ ୪ ଲକ୍ଷ ୬୬ ହଜାର ୩୫ ଟଙ୍କା, ୨୦୨୨ ଜାନୁୟାରୀ ୧୪ରେ ୫୪ ହଜାର ୫୬୩ ଟଙ୍କା, ୨୦୨୧ ଡିସେମ୍ବର ୨୦ରେ ୪ ଲକ୍ଷ ୮୫ ହଜାର ୮୪୮ଟଙ୍କା ଓ ମାର୍ଚ୍ଚ ୨୧ରେ ୪ ଲକ୍ଷ ୬୫ ହଜାର ୩୩୨ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।
୨୦୨୧ ଫେବୃୟାରୀରେ ଅକ୍ଷୟ ସେନାପତିଙ୍କ ନାମରେ ୨ ଲକ୍ଷ ୯୩ ହଜାର ୬୫୧, ସନ୍ଦୀପ ଜେନାଙ୍କ ନାମରେ ୧୨ ଲକ୍ଷ ୩୬ ହଜାର ୩୯୬ ଟଙ୍କା, ୨୦୨୧ ମାର୍ଚ୍ଚ ୧୨ରେ ରଘୁନାଥ ନାୟକଙ୍କ ନାମରେ ୨ ଲକ୍ଷ ୧୬ ହଜାର ୨୬୨ ଟଙ୍କା, ୨୦୨୧ ଡିସେମ୍ବର ୨୨ରେ ସତ୍ୟଭାମା ପ୍ରଧାନଙ୍କ ନାମରେ ୩ ଲକ୍ଷ ୫୩ ହଜାର ୭୫୨ ଟଙ୍କା, ୨୦୨୨ ଜାନୁୟାରୀ ୭ରେ ବିଷ୍ଣୁଚରଣ ସାମଲଙ୍କ ନାମରେ ୨ ଲକ୍ଷ ୯୩ ହଜାର ୩୯୦ ଟଙ୍କା ଏବଂ ସେହିଦିନ ଅକ୍ଷୟ ସେନାପତିଙ୍କ ନାମରେ ୪ ଲକ୍ଷ ୮୮ ହଜାର ୫୫୧ ଟଙ୍କା, ୨୦୨୨ ମାର୍ଚ୍ଚ ୨୧ରେ ସତ୍ୟଭାମା ପ୍ରଧାନଙ୍କ ନାମରେ ୪ ଲକ୍ଷ ୫୬ ହଜାର ୮୮୮ ଟଙ୍କା ଓ ବିଷ୍ଣୁଚରଣ ସାମଲଙ୍କ ନାମରେ ୪ ଲକ୍ଷ ୭୨ ହଜାର ୧୮୫ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଏହି ରାସ୍ତାର ୫ କିଲୋମିଟର ପାଇଁ ୨୦୨୧ ନଭେମ୍ବର ୮ରେ ଶିବପ୍ରସାଦ ପରିଡ଼ାଙ୍କୁ ଟେଣ୍ଡର ଦିଆଯାଇଛି। ଏଥିରେ ୭ କୋଟି ୧୨ ଲକ୍ଷ ୨୪ ହଜାର ୭୧ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଦର୍ଶାଯାଇଛି। ଏହାର ଅବଧି ୨୦୨୨ ଅଗଷ୍ଟ ୭ରେ ଶେଷ ହୋଇଛି। ମାତ୍ର ଅବଧି ଶେଷ ପରେ ମଧ୍ୟ ଅଦ୍ୟାବଧି ରାସ୍ତା କାମ ସରିନାହିଁ। ପୁନଃର୍ବାର ୧୨ କିଲୋମିଟିର ରାସ୍ତାର ଅବଶିଷ୍ଟାଂଶ କାର୍ଯ୍ୟପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଛି। ଏତେ ପରେ ଏହି ରାସ୍ତାକାମ ପୂର୍ବରୁ ସର୍ଭେ ନାମରେ ୧ ଲକ୍ଷ ୫୩ ହଜାର ୬୧୫ଟଙ୍କା ଖର୍ଚ୍ଚ କରାଯଇଥିବା ଦର୍ଶାଯାଇଛି। ଏଥିସହିତ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବାକୁ ନେଇ ୨୧ଲକ୍ଷ ୩୭ ହଜାର ୬୯୧ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗ ତରଫରୁ ଦର୍ଶାଯାଇଛି। ଏହିଭଳି ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟରେ ସୁଧାର ଆସୁନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ମାଟି କାମ ଥିବାରୁ ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ କାର୍ଯ୍ୟ ଶେଷ କରିବାକୁ ଅଧିକ ସମୟ ଦିଆଯାଇଛି। ଏଥିସହିତ ଅନ୍ୟାନ୍ୟ ଖର୍ଚ୍ଚ ମରାମତି କାର୍ଯ୍ୟରେ ବିନିଯୋଗ କରାଯାଇଥିବା ନେଇ ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri